ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି। ଏପରିସ୍ଥଳେ ରାଜସ୍ଥାନର ଡୁଙ୍ଗରପୁର ଜିଲାରେ ୫୦୦ ଡୋଜ୍ କୋଭିଶିଲ୍ଡ୍ ଡୋଜ୍ ନଷ୍ଟ ହୋଇଛି। ସ୍ଥାନୀୟ ରଘୁନାଥପୁରା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଫ୍ରିଜ୍ କାମ ନ କରିବାରୁ ଡୋଜ୍ ନଷ୍ଟ ହୋଇଥିବା ସିଏମ୍ଏଚ୍ଓ ମହେନ୍ଦ୍ର କୁମାର ପରମାର କହିଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରର ନର୍ସ ଲତା ଯାଦବ ଫ୍ରିଜ୍ରେ କୋଭିଶିଲ୍ଡ୍ ଡୋଜ୍ ଜମାଟ ବାନ୍ଧି ଯାଇଥିବା ଦେଖି ଏସମ୍ପର୍କରେ ଡାକ୍ତର ରାମଚରଣ ଶର୍ମାଙ୍କୁ ସୂଚନା ଦେଇଥିଲେ। ପରେ ଏନେଇ ସିଏମ୍ଏଚ୍ଓଙ୍କୁ ଅବଗତ କରାଯାଇଥିଲା। ଖବରକୁ ଚପାଇ ଦେବାର ଉଦ୍ୟମ ହୋଇଥିଲା। ତେବେ ଫ୍ରିଜ୍ ମରାମତି କରିବାକୁ ଆସିଥିବା ଲୋକେ ଏବଂ ହସ୍ପିଟାଲର କେତେକ କର୍ମଚାରୀ ଘଟଣାକୁ ଲିକ୍ କରିଦେଇଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.