ଅଷ୍ଟ୍ରେଲିଆର ଆଠ ବର୍ଷର କୁନି ଝିଅ ରୋକ୍ସେନ ଡାଉନ୍। ଏଇ ବୟସରେ ଯେଉଁଠି ପିଲାମାନେ ହୋମଓ୍ବାର୍କ କରନ୍ତି ଓ ଖେଳାଖେଳିରେ ବ୍ୟସ୍ତ ରୁହନ୍ତି, ସେ କିନ୍ତୁ କରୁଛନ୍ତି ଏକ ଭିନ୍ନ କାମ। ଆଉ ଗଢିଛନ୍ତି ନିଜର ଏକ ଭିନ୍ନ ପରିଚୟ। ଏଇ ବୟସରେ ସେ ପାଲଟିଛି ପୃଥିବୀର ସର୍ବକନିଷ୍ଠ ମାଗାଜିନ ସମ୍ପାଦିକା। ମାଗାଜିନ୍ର ନାମ ହେଉଛି ‘ଇଟ୍ ଗର୍ଲ’। ରୋକ୍ସେନ ଏତେ କମ୍ ବୟସରେ ଏଡିଟୋରିଆଲ କନସେପ୍ଟ ତିଆରି କରିବା ସହ ମାର୍କେଟ ସର୍ଚ୍ଚ କରନ୍ତି ଏବଂ ମାସକୁ ଥରେ ଏଡିଟର୍ସ ଲେଟର୍ ଲେଖନ୍ତି। ଆଉ ପ୍ରିଣ୍ଟ ପୂର୍ବରୁ ମାଗାଜିନ୍କୁ ରିଭ୍ୟୁ ବି କରନ୍ତି। ରୋକ୍ସେନ କହନ୍ତି, ”ମୁଁ ସବୁବେଳେ ମୋ ବୟସଠାରୁ ବଡ଼ କିଛି କରିବାକୁ ଚାହୁଁଥିଲି। ତା’ସହ ସାଙ୍ଗମାନଙ୍କ ଭିତରେ ଅଲଗା ହେବାର ଇଚ୍ଛା ଥିଲା। ତେଣୁ ଏଭଳି କିଛି କରିବାକୁ ଇଚ୍ଛା ପ୍ରକାଶ କଲି। ମୁଁ ଛୋଟ ପିଲା, ଏହି ମାଗାଜିନ ବି ଛୋଟପିଲାଙ୍କ ଉପରେ ଆଧାରିତ। ମୁଁ ଜାଣେ ପିଲାମାନଙ୍କୁ କ’ଣ ଭଲ ଲାଗେ। ସେମାନଙ୍କ ପାଇଁ କ’ଣ ଭଲ ଓ ସେମାନେ କ’ଣ ଜାଣିବାକୁ ଚାହାନ୍ତି।“ ରୋକ୍ସେନ ପାଠପଢ଼ାରେ ବେଶ୍ ଭଲ। ତେଣୁ ସେ ଏହି କାମ ବେଶ୍ ସୁଚାରୁ ରୂପେ ତୁଲାଇ ପାରୁଛନ୍ତି।
ଟିକାକରଣ ପାଇଁ ପାହାଡ଼ ଚଢ଼ିଲେ ଜିଲାପାଳ
କୋଲକାତା,୨୧।୬: ପଶ୍ଚିମବଙ୍ଗ ଅଲିପୁରଦ୍ୱାର ଜିଲାର ଜିଲାପାଳ ସୁରେନ୍ଦ୍ର କୁମାର ମିନା ଏବେ ଚର୍ଚ୍ଚାରେ ରହିଛନ୍ତି। ଗାଁରେ ଟିକାକରଣ ପାଇଁ ଜିଲାପାଳ କଠିନ ରାସ୍ତା ଦେଇ ପାହାଡ଼...
ସ୍ତ୍ରୀଙ୍କୁ ଏମିତି ପ୍ରେମ ! ବାପଘର ଚାଲିଗଲେ ବୋଲି ସ୍କୁଟିରେ ୫୦୦ କିମି ଦୂର ଯାତ୍ରା କଲେ ସ୍ବାମୀ; ଥାନାରେ ବିତିଲା…
ପୁର୍ନିୟା: ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଥିବେ। ଏବେ ସେଭଳି ଏକ ଅଗାଧ ପ୍ରେମର ଘଟଣା ବିହାରର ପୁର୍ନିୟା ଜିଲାରେ ଦେଖିବାକୁ ମିଳିଛି।...
କେହି ମାଲିକଙ୍କ ଘର କବାଟ ବାଡେଇଲେ ଛାତ ଉପରୁ ଥାଇ ଇଟା ଫିଙ୍ଗିଥାଏ ଏହି କୁକୁର; ଏବେ ଘଟିଲା କିଛି…
ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱାସୀ କୁକୁର ବୋଲି କୁହାଯାଏ। କାରଣ ସେ ମାଲିକର ସୁରକ୍ଷା କରିବା ସହ ତାଙ୍କର ସବୁକଥା ଅକ୍ଷରେ ଅକ୍ଷରେ ପାଳନ କରିଥାଏ।...
୧୫ ମିନିଟ୍ରେ ଚା’:ଡେଲିଭରୀ ବୟଙ୍କୁ ମିଳିଲା ୭୩,୦୦୦ନଗଦ ପୁରସ୍କାର
ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ...
ବରଙ୍କ ନାମ ସମାଜବାଦ, କନ୍ୟାଙ୍କ ନାମ ମମତା ବାନାର୍ଜୀ; ଜାଣନ୍ତୁ କେବେ ପଡ଼ିବ ହାତଗଣ୍ଠି
ତାମିଲନାଡୁର ସେଲମ ଜିଲାରୁ ଏମିତି ଏକ ବିବାହ ଖବର ସାମ୍ନାକୁ ଆସିଛି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଚର୍ଚ୍ଚାର ମୁଖ୍ୟ କାରଣ ହେଲା ବର...
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
ଅଦା ଖାଇ ମାଙ୍କଡ଼ ହେଉଛି ଏପରି, ମୁହଁକୁ ଦେଖିଲେ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...
୮୦ ଜଣଙ୍କୁ କଞ୍ଚା ଚୋବାଇ ଖାଇଥିଲା ୧୬ ଫୁଟ ଲମ୍ବ କୁମ୍ଭୀର …
କାମ୍ପାଲା,୧୦।୬: ଆଫ୍ରିକାର ଉଗାଣ୍ଡାରେ ଏକ ୧୬ ଫୁଟ ଲମ୍ବ କୁମ୍ଭୀର ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଡ଼ିଆଳ କୁମ୍ଭୀରଟି ୮୦ ଜଣ ଲୋକଙ୍କୁ ଜୀଅନ୍ତା କଞ୍ଚା...


