ଅଷ୍ଟ୍ରେଲିଆର ଆଠ ବର୍ଷର କୁନି ଝିଅ ରୋକ୍ସେନ ଡାଉନ୍। ଏଇ ବୟସରେ ଯେଉଁଠି ପିଲାମାନେ ହୋମଓ୍ବାର୍କ କରନ୍ତି ଓ ଖେଳାଖେଳିରେ ବ୍ୟସ୍ତ ରୁହନ୍ତି, ସେ କିନ୍ତୁ କରୁଛନ୍ତି ଏକ ଭିନ୍ନ କାମ। ଆଉ ଗଢିଛନ୍ତି ନିଜର ଏକ ଭିନ୍ନ ପରିଚୟ। ଏଇ ବୟସରେ ସେ ପାଲଟିଛି ପୃଥିବୀର ସର୍ବକନିଷ୍ଠ ମାଗାଜିନ ସମ୍ପାଦିକା। ମାଗାଜିନ୍ର ନାମ ହେଉଛି ‘ଇଟ୍ ଗର୍ଲ’। ରୋକ୍ସେନ ଏତେ କମ୍ ବୟସରେ ଏଡିଟୋରିଆଲ କନସେପ୍ଟ ତିଆରି କରିବା ସହ ମାର୍କେଟ ସର୍ଚ୍ଚ କରନ୍ତି ଏବଂ ମାସକୁ ଥରେ ଏଡିଟର୍ସ ଲେଟର୍ ଲେଖନ୍ତି। ଆଉ ପ୍ରିଣ୍ଟ ପୂର୍ବରୁ ମାଗାଜିନ୍କୁ ରିଭ୍ୟୁ ବି କରନ୍ତି। ରୋକ୍ସେନ କହନ୍ତି, ”ମୁଁ ସବୁବେଳେ ମୋ ବୟସଠାରୁ ବଡ଼ କିଛି କରିବାକୁ ଚାହୁଁଥିଲି। ତା’ସହ ସାଙ୍ଗମାନଙ୍କ ଭିତରେ ଅଲଗା ହେବାର ଇଚ୍ଛା ଥିଲା। ତେଣୁ ଏଭଳି କିଛି କରିବାକୁ ଇଚ୍ଛା ପ୍ରକାଶ କଲି। ମୁଁ ଛୋଟ ପିଲା, ଏହି ମାଗାଜିନ ବି ଛୋଟପିଲାଙ୍କ ଉପରେ ଆଧାରିତ। ମୁଁ ଜାଣେ ପିଲାମାନଙ୍କୁ କ’ଣ ଭଲ ଲାଗେ। ସେମାନଙ୍କ ପାଇଁ କ’ଣ ଭଲ ଓ ସେମାନେ କ’ଣ ଜାଣିବାକୁ ଚାହାନ୍ତି।“ ରୋକ୍ସେନ ପାଠପଢ଼ାରେ ବେଶ୍ ଭଲ। ତେଣୁ ସେ ଏହି କାମ ବେଶ୍ ସୁଚାରୁ ରୂପେ ତୁଲାଇ ପାରୁଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.