ଲଣ୍ଡନ,୨୪।୬: କ୍ରମାଗତ ୧୦ ମାସ ହେଲା ୭୨ ବର୍ଷୀୟ ବ୍ରିଟିଶ ନାଗରିକଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି। କ୍ରମାଗତ ସଂକ୍ରମିତ ହେବାରେ ଏହା ରେକର୍ଡ ବୋଲି ବିଶେଷଜ୍ଞମାନେ ଗୁରୁବାର କହିଛନ୍ତି।
ବ୍ରିଷ୍ଟଲର ଅବସରପ୍ରାପ୍ତ ଡ୍ରାଇଭିଂ ଇନଷ୍ଟ୍ରକ୍ଟର ଡେଭ ସ୍ମିଥ କହିଛନ୍ତି, ଲଗାତାର ୪୩ ଥର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। କରୋନା କାରଣରୁ ସେ ୭ ଥର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏପରି କି ନିଜ ଅନ୍ତେଷ୍ଟି ପାଇଁ ମଧ୍ୟ ବ୍ୟବସ୍ଥା କରିସାରିଥିଲେ। ବାରମ୍ବାର ପିଜିଟିଭ ଚିହ୍ନଟ ହେବା ପରେ ଚାକିରିରୁ ଇସ୍ତଫା ଦେବା ସହ ପରିବାରବର୍ଗଙ୍କୁ ପାଖକୁ ଡକାଇ ସାରିଥିଲି ବୋଲି ଏକ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ ସହ ହୋମ କ୍ୱାରେଣ୍ଟିନରେ ଥିବା ସ୍ତ୍ରୀ ଲିଣ୍ଡା କହିଛନ୍ତି, ବହୁବାର ତାଙ୍କ ବଞ୍ଚିବା ଆଶା ଆମେ ହରାଇ ସାରିଥିଲୁ। କିନ୍ତୁ ପ୍ରାୟ ବର୍ଷେ ହେଲା ଏହି ପ୍ରକ୍ରିୟା ଚାଲିଛି।
ତେବେ ୧୦ ମାସ ହେଲା ତାଙ୍କ ଶରୀରରେ ଭାଇରସ ସକ୍ରିୟ ରହି ଆସୁଥିବା କହିଛନ୍ତି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ସକ୍ରଂମଣ ରୋଗ ପରାମର୍ଶଦାତା ଇଡି ମୋରାନ। ଆମେରିକାର ବାୟୋଟେକ ଫାର୍ମା କମ୍ପାନୀ ରିଜେନେରନ ଦ୍ୱାରା ପ୍ରସ୍ତୁତ ସିନ୍ଥେଟିକ ଆଣ୍ଟିବଡି ଦ୍ୱାରା ସ୍ମିଥଙ୍କ ଚିକିତ୍ସା କରାଯାଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.