ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୮ ଦିନ ପରେ ସୋମବାର ଦେଶରେ ନୂଆ ଆକାନ୍ତଙ୍କ ସଂଖ୍ୟା ସର୍ବନିମ୍ନ ରହିଛି। ଲଗାତାର ୨ ଦିନ ଧରି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ କମ୍ ରହିଛି। ପୂର୍ବରୁ ମାର୍ଚ୍ଚ ୨୩ ରେ ସମାନ ସ୍ଥିିତି ଥିଲା। ଏହା ୪୭ ହଜାର ୨୬୨ ଥିଲା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ହଜାର ୨୫୬ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧,୪୨୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୭୮ ହଜାର ୧୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୭ ଲକ୍ଷ ୨ ହଜାର ୮୮୭ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୮ କୋଟି ୩୬ ହଜାର ୮୯୮ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୯ କୋଟି ୨୪ ଲକ୍ଷ ୭ ହଜାର ୭୮୨ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
୨ ଭଉଣୀଙ୍କୁ ଗଣବଳାତ୍କାର
ଜୟପୁର,୫।୬: ରାଜସ୍ଥାନର ଜୟପୁରରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ପୋଲିସ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ...
୯୩୪୬ ଶିଶୁଙ୍କୁ ଅନାଥ କରିଛି କରୋନା: ଉତ୍ତରପ୍ରଦେଶରେ ସର୍ବାଧିକ…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ୯୩୪୬ ଶିଶୁ ମାତାପିତାଙ୍କୁ ହରାଇ ଅନାଥ...
ଗରିବଙ୍କୁ ରାଶନ କାର୍ଡ ଦିଅ
ନୂଆଦିଲ୍ଲୀ, ୪।୬(ପି.ଟି.): ସମାଜର ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନକୁ ଆଣିବା ଲାଗି କେନ୍ଦ୍ର ସରକାର...
୨ମାସରୁ ବନ୍ଦ ଥିବା ଓପିଡି ସେବା ପୁଣି ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ,୪।୬: ଦେଶରେ ଜାରି ରହିଥିବା କରୋନାର ଦ୍ୱିିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦେଶର ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ବର୍ତ୍ତମାନ ହ୍ରାସ...
ତମାଖୁ ବିକ୍ରି ପାଇଁ ଦରକାର ଲାଇସେନ୍ସ
ଲକ୍ଷ୍ନୌ,୧୩।୬: ମଦ ଭଳି ତମାଖୁ ବିକ୍ରି ପାଇଁ ମଧ୍ୟ ଲାଇସେନ୍ସ ଦରକାର। ତେବେ ଏଭଳି ନିୟମ ଉତ୍ତରପ୍ରଦେଶ(ୟୁପି)ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଯୋଗୀ ଆଦିତ୍ୟ ନାଥଙ୍କ...
‘ଲୋକପ୍ରିୟତା ପାଇବା ପାଇଁ ଆବେଦନ କରିଥିଲେ ଜୁହି’
ନୂଆଦିଲ୍ଲୀ,୪।୬ : ଦେଶରେ ୫ଜି ନେଟୱର୍କ ବ୍ୟବସ୍ଥା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଆବେଦନ କରିଥିଲେ। ଏହି ଆବେଦନକୁ ଶୁକ୍ରବାର କୋର୍ଟ...
ରବିଶଙ୍କରଙ୍କ ଟୁଇଟର ଆକାଉଣ୍ଟ ବନ୍ଦ
ନୂଆଦିଲ୍ଲୀ,୨୬ା୬: କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଳାଟ୍ଫର୍ମ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଏକ ବିଚିତ୍ର ପରିଣାମ ଶୁକ୍ରବାର ଦେଖିବାକୁ ମିଳିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା...


