ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ୯୩୪୬ ଶିଶୁ ମାତାପିତାଙ୍କୁ ହରାଇ ଅନାଥ ହୋଇଛନ୍ତି। ଏନେଇ ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ(ଏନ୍ସିପିସିଆର୍) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୨୧୧୦ ଶିଶୁ ଅନାଥ ହୋଇଛନ୍ତି। ସେହିପରି ବିହାରରେ ୧୩୨୭, କେରଳରେ ୯୫୨ ଏବଂ ମଧ୍ୟପ୍ରଦେଶରେ ୭୧୨ ଜଣ ଶିଶୁ ଅନାଥ ହୋଇଛନ୍ତି। ମେ’ ୨୯ ସୁଦ୍ଧା ବିଭିନ୍ନ ରାଜ୍ୟର ରିପୋର୍ଟରୁ ଏହା ଜଣାପଡ଼ିଛି। ମହାରାଷ୍ଟ୍ରରେ ୪୪୫୧ ଶିଶୁ ମାତା ଅବା ପିତାଙ୍କ ମଧ୍ୟରୁ ଜଣଙ୍କୁ ହରାଇ ଥିବାବେଳେ ୧୪୧ ଜଣ ଅନାଥ ହୋଇଯାଇଥିବା ଏନ୍ସିପିସିଆର୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜୁନ୍ ୭ ମଧ୍ୟରେ ମାତା ପିତାଙ୍କ ହରାଇ ଥିବା ଶିଶୁଙ୍କ ତଥ୍ୟ ଏନ୍ସିପିସିଆର୍ ଓ୍ବେବ୍ସାଇଟ୍ ‘ବାଲ୍ ସ୍ବରାଜ’ରେ ଅପଲୋଡ୍ କରିବା ପାଇଁ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସୁପ୍ରିମ୍କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
Posted inକରୋନା ଭାଇରସ୍, ଜାତୀୟ View All
ଦିବାଲୋକରେ ଭାଜପା ନେତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ
ବେଙ୍ଗାଲୁରୁ,୨୪।୬: କର୍ନାଟକରେ ଶାସନ କରୁଥିବା ଭାଜପାର ନେତ୍ରୀ ତଥା ଦୁଇ ଥର ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) କର୍ପୋରେଟର ରେଖା କାଦିରେଶଙ୍କୁ ହତ୍ୟା କରାଯାଇଛି।...
ପୁଣି ଘନେଇଲା ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଟପିଲା…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ଘନେଇବାରେ ଲାଗିଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ...
ଡୋମିନିକାରେ ୮ ଜଣିଆ ଟିମ୍
ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ...
ଭାରତୀୟ ଷ୍ଟ୍ରେନ୍କୁ ‘ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍ଓ…
ଜେନେଭା/ନୂଆଦିଲ୍ଲୀ,୧।୬: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁର ଷ୍ଟ୍ରେନ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଗ୍ରୀକ୍ ଅକ୍ଷର ଡେଲ୍ଟଶ ଭାବେ ନାମକରଣ କରାଯାଇଛି। ଅକ୍ଟୋବର ୨୦୨୦ରେ...
‘କୋର୍ଟରେ ସମୟ ନଷ୍ଟ ନ କରି ମହାମାରୀର ଉପଶମ ଖୋଜ’
ନୂଆଦିଲ୍ଲୀ, ୩।୬ : ଏଲୋପାଥି ଔଷଧ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରାମଦେବଙ୍କ ବିରୋଧରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା (ପିଆଇଏଲ୍) ଦାଖଲ କରିଥିଲା...
‘ଜୟ ଶ୍ରୀରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମାରି ଦାଢ଼ି କାଟିଦେଲେ
ନୂଆଦିଲ୍ଲୀ,୧୪।୬: ନମାଜ ପାଠ କରିବା ପାଇଁ ମସ୍ଜୀଦ ଯାଉଥିବା ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ଦାଢ଼ି କାଟି ଦେଇଛନ୍ତି କିଛି ଦୁର୍ବୃତ୍ତ। ରାଜଧାନୀ...
କରୋନାରେ ୯,୩୪୬ ପିଲା ହୋଇଛନ୍ତି ବେସାହାରା
ନୂଆଦିଲ୍ଲୀ,୩।୬: କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶକୁ ପ୍ରଭାବିତ କରିଛି। ମହାମାରୀ ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଏକ ଆକଳନରୁ ଜଣାପଡିଛି ଯେ, ସମଗ୍ର...
ଭାକ୍ସିନକୁ ନେଇ ଲୋକଙ୍କ ମନରେ ରହିଛି ଅନ୍ଧବିଶ୍ୱାସ
ନୂଆଦିଲ୍ଲୀ,୨।୬: କରୋନା ସଙ୍କଟ ମଧ୍ୟରେ ଗୋଟିଏ ପଟେ ଟିକାକରଣ ଅଭିଯାନ ଯୁଦ୍ଧକାଳୀନ ସ୍ତରରେ ଜାରି ରହିଥିବା ବେଳେ ଅନ୍ୟପଟେ ଗ୍ରାମାଞ୍ଚଳରେ ଭାକ୍ସିନକୁ ନେଇ ଭୟ, ଅନ୍ଧବିଶ୍ୱାସ...


