ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ଘନେଇବାରେ ଲାଗିଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନୂଆ ଡେଲ୍ଡା ପ୍ଲସ୍ ଭାରିଆଣ୍ଟ୍କୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଅର୍ଥାତ୍ ବି-୧-୬୧୭-୨-୧ କରୋନା ଭୂତାଣୁ ସଂକ୍ରମଣ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ନାଟକ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମ-କଶ୍ମୀରରେ ଆଦି ୮ ରାଜ୍ୟରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ରରେ ୨୧ ଜଣଙ୍କଠାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଚିହ୍ନଟ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୬ ଜଣ, କେରଳରେ ୩ ଜଣ, ତାମିଲନାଡୁରେ ୩, କର୍ନାଟକରେ ୨, ପଞ୍ଜାବରେ ଜଣେ, ଆନ୍ଧ୍ରପ୍ରଦେଶରେ ଜଣେ ଏବଂ ଜମ୍ମୁ-କଶ୍ମୀରରେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଡେଲ୍ଟା ଭାରିଆଣ୍ଟ୍ ତୁଳନାରେ ଅଧିକ ବେଗରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଏହାକୁ ନେଇ ଭାରତ ସହିତ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ବୃଦ୍ଧି ପାଇଛି।
ପୁଣି ଘନେଇଲା ବିପଦ, ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଟପିଲା…
Posted inକରୋନା ଭାଇରସ୍, ଜାତୀୟ View All
ଝାଡ଼ଖଣ୍ଡ କଂଗ୍ରେସରେ ସଙ୍କଟ, ୪ ବିଧାୟକ ଦିଲ୍ଲୀରେ…
ରାଞ୍ଚି,୨୩।୬: ପଞ୍ଜାବ ଏବଂ ରାଜସ୍ଥାନ କଂଗ୍ରେସର ଘର କଳି ପଦାକୁ ଆସିବା ପରେ ଏବେ ଝାଡ଼ଖଣ୍ଡରେ ବିବାଦ ସୃଷ୍ଟି ହୋଇଛି। ରାଜ୍ୟର ୪ କଂଗ୍ରେସ ବିଧାୟକ...
ସିବିଏସ୍ଇ ଏବଂ ସିଆଇସିଏସ୍ଇକୁ ନିର୍ଦ୍ଦେଶ: ୧୫ ଦିନରେ ମୂଲ୍ୟାୟନ ପଦ୍ଧତି ଦର୍ଶାଅ
ନୂଆଦିଲ୍ଲୀ,୪।୬(ପି.ଟି.):କରୋନା ମହାମାରୀ ପାଇଁ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ସୁପ୍ରିମକୋର୍ଟ ଗୁରୁବାର ଖୁସିବ୍ୟକ୍ତ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ...
ବର ପଢ଼ିପାରିଲେନି ଖବରକାଗଜ: କନ୍ୟା ଭାଙ୍ଗିଦେଲେ ବାହାଘର
ଅରୈୟା,୨୫।୬: ପୂର୍ବରୁ ବିବାହ ଭାଙ୍ଗିବା ନେଇ ଅନେକ କାରଣ ଶୁଣିଥିବେ। ହେଲେ କେବେ ଶୁଣିଛନ୍ତି କି, ବର ଖବରକାଗଜ ପଢ଼ି ନ ପାରିବାରୁ ବିବାହ ଭାଙ୍ଗିଯିବା...
ବାସ୍ତବତାକୁ ଦୃଷ୍ଟି ଦିଅ
ନୂଆଦିଲ୍ଲୀ, ୧ା୬: କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣ ଟିକା ଉପରେ ଭରସା କରୁଥିବାବେଳେ ଯୋଗାଣ ଅଭାବରୁ ଟିକାକରଣ ଅଭିଯାନ ଆଗେଇ ପାରୁନାହିଁ। ଲୋକେ ଅନ୍ଲାଇନରେ...
ଚାଇନାକୁ ଘେରିଲା ଡବ୍ଲ୍ୟୁଏଚ୍ଓ: କରୋନା ନମୁନା ନଷ୍ଟ କରୁଥିବା ଅଭିଯୋଗ…
ଜେନେଭା/ବେଜିଂ,୯।୬: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ହରଡ଼ଘଣାରେ ପଡ଼ିଛି। ଏବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଚାଇନାକୁ ଘେରିଛି। କରୋନା ନମୁନା ସହିତ ଏସମ୍ପର୍କିତ...
ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକାଲକୁ ଦିଆଯିବ ବିନା ସୁଧରେ ଟଙ୍କା
ଗୁଆହାଟୀ,୪।୬: ଆସାମରେ କୋଭିଡ୍ ଟିକାକରଣକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏକ ଭିନ୍ନ ଉପାୟ ବାହାର କରିଛନ୍ତି। ବିଭିନ୍ନ ଟିକା ଉତ୍ପାଦନକାରୀ...
ଟିକାକରଣ ପାଇଁ ପାହାଡ଼ ଚଢ଼ିଲେ ଜିଲାପାଳ
କୋଲକାତା,୨୧।୬: ପଶ୍ଚିମବଙ୍ଗ ଅଲିପୁରଦ୍ୱାର ଜିଲାର ଜିଲାପାଳ ସୁରେନ୍ଦ୍ର କୁମାର ମିନା ଏବେ ଚର୍ଚ୍ଚାରେ ରହିଛନ୍ତି। ଗାଁରେ ଟିକାକରଣ ପାଇଁ ଜିଲାପାଳ କଠିନ ରାସ୍ତା ଦେଇ ପାହାଡ଼...
ହସ୍ପିଟାଲରେ ବ୍ୟକ୍ତିଙ୍କୁ ଜାଳି ଦେଲେ
ଭୋପାଳ, ୧୧।୬: ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଦେଶର ସାଗର ଜିଲା ହସ୍ପିଟାଲରେ ଜାଳି ଦିଆଯାଇଛି। ସମ୍ପୂର୍ଣ୍ଣ ଘଟଣା କଏଦ...


