E-Paper
  • logo
  • Saturday 26th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଭଦ୍ରକ, ରାଜ୍ୟ

ଜଳବନ୍ଦୀରେ ନଦୀକୂଳିଆ ଗାଁ
8:46 amJune 1, 2021

ପଦ୍ମପୁର, ୧।୬ (ଡି.ଏନ.ଏ.)-ବାତ୍ୟା ‘ୟାସ୍‌’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଦେଇ ପ୍ରବାହିତ ମନ୍ତେଈ, କଞ୍ଚୁଡ଼ି ଓ ଧଳା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବନ୍ୟା ଆସି ନଦୀକୂଳିଆ ଗାଁ ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ପଦ୍ମପୁର ପଞ୍ଚାୟତର ଅଗାପୁର, ସରତରପୁର, ସନନ୍ଦପୁର, ସୁଗୋ ପଞ୍ଚାୟତର କୁସୁନବିନ୍ଧା, କାଞ୍ଜିଖିଆ, କଲ୍ୟାଣପୁର, ଜଗନ୍ନାଥପ୍ରସାଦ ପଞ୍ଚାୟତର ଦଧିବାମନପୁର, ଜଗନ୍ନାଥପ୍ରସାଦ, ମିଶ୍ରପୁର, ମମାଦିଲା, କୋରବାଟିଆ, ଛତ୍ରପୁର, ବାଲିମେଦ ପଞ୍ଚାୟତର ଚାରବାଟିଆ, ଛତରପଦା, କାଳିଦାସପୁର, ଆନ୍ଦୋଳା ପଞ୍ଚାୟତର ଖାଣ୍ଟଖୁଆଡ଼, କୁଆଳି, କାଶିପୁର, ଆନ୍ଦୋଳା, ଗୋପାଳପୁର, ଲକ୍ଷ୍ମୀଦାସପୁର ପଞ୍ଚାୟତର ଶ୍ରୀବତ୍ସପୁର, ଜୀବନପୁର, ବାଲିମୁଣ୍ଡା ପଞ୍ଚାୟତର ହାବେଳି ସାହି ଓ ନନ୍ଦପାଟଣା ଗ୍ରାମ ଜଳଘେରରେ ରହିଛି। ସେହିପରି ଧାନ ବିଲରେ ୩ରୁ ୪ ଫୁଟର ପାଣି ଜମିଛି।
ବଙ୍ଗୋପସାଗରରେ ଜୁଆର ଯୋଗୁ ଏହି ୩ ନଦୀର ଜଳସ୍ତର କମି ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସେମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ସରକାରୀ ସହାୟତା ମଧ୍ୟ ପହଞ୍ଚି ପାରୁନାହିଁ। ଅଞ୍ଚଳରେ ଶତାଧିକ କଚାଘର ଭାଙ୍ଗିଯାଇଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଅନ୍ୟପଟେ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପଞ୍ଚାୟତକୁ ବନ୍ୟା ସମୟରେ ବ୍ୟବହାର କରାଯିବା ଲାଗି ଉଦ୍ଦିଷ୍ଟ ଥିବା ମୋଟର ଚାଳିତ ବୋଟ୍‌ ମନ୍ତେଈ ନଦୀ କୂଳରେ ଅକାମୀ ହୋଇ ପାଣିରେ ବୁଡ଼ି ରହିଛି। ବର୍ଷକ ତଳେ ଏହି ବୋଟ୍‌ର ମରାମତି କରାଯାଇଥିବା ବେଳେ ବର୍ତ୍ତମାନ ଏହା ଅଚଳ ହୋଇ ପଡ଼ିରହିଛି। ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଏହା ଲାଗିପାରୁ ନାହିଁ।


[mc4wp_form id="252536"] All Right Reserved By Dharitri.Com

Posted inଭଦ୍ରକ, ରାଜ୍ୟ View All

ରାଜ୍ୟରେ ୬ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ କିଛି ଦିନ ହେଲା ୭ହଜାରରୁ କମ୍‌ ରହୁଛି ନୂଆ ଆକ୍ରାନ୍ତଙ୍କ...

୨୪ ଘଣ୍ଟାରେ ସବୁ ଜିଲାକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଏଥିସହିତ ଦକ୍ଷିଣ ପଶ୍ଚିମ ମୌସୁମୀ...

ସାଧାରଣ ବଚ୍‌ସାରୁ ହତ୍ୟା

ଝାରସୁଗୁଡା ଅଫିସ୍‌,୨୬।୬: ଝାରସୁଗୁଡ଼ା ଜିଲା ସଦର ଥାନା ଅଧୀନ ଲହଣ୍ଡାବୁଡ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ଫୁଟବଲ ପଡିଆରେ ସାଧାରଣ କଥାକୁ ନେଇ...

ଚାଷୀ ନ ଥାଇ ଧାନ କିଣା

ଯାଜପୁର ଅଫିସ,୨୩ା୬:୨୦୨୦-୨୧ରେ ଧାନ ସଂଗ୍ରହରେ ଘୋର ଅନିୟମିତତା ହୋଇଛି। ଏଥିରେ ଯାଜପୁର, ବରଗଡ଼, ଭଦ୍ରକ, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାର ୩୩ ମହିଳା...

ନକଲି ଔଷଧ ଧରିବ ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୬।୬(ବ୍ୟୁରୋ): କରୋନା ମହାମାରୀ ଭଳି ଘଡ଼ିସନ୍ଧି ସମୟରେ ରାଜ୍ୟରେ ନକଲି ଔଷଧ କାରବାର ଚାଲିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ

ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ...

ଡଙ୍ଗରିଆ କନ୍ଧ ଜନଜାତିଙ୍କ ‘ଶ୍ରମ ସମବାୟ’ ସମ୍ପର୍କରେ ଜାଣିବେ ଦର୍ଶକ

ଭୁବନେଶ୍ୱର, ୧୩।୬ (ବ୍ୟୁରୋ): ଡଙ୍ଗରିଆ କନ୍ଧମାନେ ସାଧାରଣତଃ ରାୟଗଡ଼ା ଜିଲାର ବିଷମକଟକ, କଲ୍ୟାଣସିଂପୁର ଓ ମୁନିଗୁଡ଼ା ବ୍ଲକ୍‌ରେ ବସବାସ କରିଥାନ୍ତି । ସେମାନଙ୍କର ମୁଖ୍ୟ ପେସା...

୫ ବର୍ଷ ହେଲା ମିଳୁନି ଦରମା: କର୍ମଚାରୀଙ୍କ ଆତ୍ମହୁତି ଉଦ୍ୟମ

ବାସୁଦେବପୁର, ୨୬।୬ – ଦୀର୍ଘଦିନର ଦରମା ଅଟକ ରହିଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଶୁଣି ନ ଥିଲେ କେହି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆଜିଠୁ ୩ ଜିଲାରେ ଗାଡ଼ି ବିକ୍ରି, ପଞ୍ଜୀକରଣ
Next Post Next post:
ସବୁଜ ବଳୟ ଉଜାଡ଼ି ବିପର୍ଯ୍ୟୟକୁ ସାମ୍ନା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts