ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଏଥିସହିତ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟର ଅଧାରୁ ଅଧିକ ଅଞ୍ଚଳକୁ ଘେରିଯାଇଛିି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମୌସୁମୀ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲାକୁ ସମ୍ପୂର୍ଣ୍ଣ ଏବଂ ପୁରୀ ଜିଲାର ବାକି ଅଂଶ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲାର ଅଧିକାଂଶ ଭାଗ, କଟକ, ଯାଜପୁର ଏବଂ ମୟୂରଭଞ୍ଜ ଜିଲାର କିଛି ଅଂଶକୁ ମୌସୁମୀ ଆଚ୍ଛାଦିତ କରିଛି। ପାଗ ଅନୁକୂଳ ଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସମ୍ପୂର୍ଣ୍ଣ ରାଜ୍ୟକୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ମିଶ୍ରିତ ମୌସୁମୀ ଯୋଗୁ ଶନିବାର ରାତିରୁ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, କୋରାପୁଟ ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହେବ। ଏହିସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୬ ତାରିଖ ଯାଏ ବର୍ଷା ଲାଗିରହିବ। ୧୭ ତାରିଖରେ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଉପକୂଳରେ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ଲାଗି ବାରଣ କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର
ପୁରୀ ଅଫିସ,୪।୬: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)କୁ ମନ୍ଦିର ପ୍ରଶାସନ ଅବଗତ କରାଇବା ସତ୍ତ୍ୱେ...
ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍ ମାଡ଼ ଧମକ
ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...
ଆଉ ୩ ସ୍ଥାନରେ ଡ୍ରାଇଭ୍ ଇନ୍ ଭାକ୍ସିନେଶନ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଡ୍ରାଇଭ୍ ଇନ୍ ଭାକ୍ସିନେଶନର ସୁଫଳ ମିଳିବା ପରେ ଆଉ ୩ଟି ସ୍ଥାନରେ ଏଭଳି ଟିକାକରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବ୍ୟବସ୍ଥା କରିଛି।...
ରଘୁନାଥଙ୍କ ସ୍ଥାନରେ ମହେଶ ଜେଠମାଲାନି ରାଜ୍ୟସଭାକୁ ମନୋନୀତ
ମୁମ୍ବାଇ, ୧।୬: ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନିଙ୍କୁ ରାଜ୍ୟ ସଭାକୁ ମନୋନୀତ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁପାରିଶ ପରେ ସ୍ବର୍ଗତ ଆଇନଜୀବୀ ତଥା ପୂର୍ବତନ ଆଇନ...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୪୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...
୧୯ ଜିଲାରେ କାଳବୈଶାଖୀ ଭୟ
ଭୁବନେଶ୍ୱର,୫।୬: ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ...
ସବୁ ରେକର୍ଡ ଭାଙ୍ଗିଲା: ଦିନକରେ କରୋନା ନେଲା ୪୦ ଜୀବନ
ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୦ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୮୩୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...
ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ଆଶଙ୍କା
ଭୁବନେଶ୍ୱର,୧୬ା୬(ବ୍ୟୁରୋ): ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଏ...


