ଭୁବନେଶ୍ୱର, ୮।୬(ବ୍ୟୁରୋ): ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ଶରୀରର ରକ୍ତଶୂନ୍ୟତା ଓ ରକ୍ତ ସର୍କରାର ସ୍ଥିତି। ଏଥିସହିତ ଯକୃତ, ଫୁସ୍ଫୁସ୍ ଓ ବୃକକ୍ରେ ରହିଥିବା ସମସ୍ୟା ମଧ୍ୟ ଜଣାପଡ଼ିବ। ତାହା ପୁଣି ଏକ ମିନିଟ୍ରୁ କମ୍ ସମୟ ମଧ୍ୟରେ। ଏଭଳି ଏକ ମେଶିନ ତିଆରି କରିଛି ଇଜି-ଆର୍ଏକ୍ସ କମ୍ପାନୀ। ଏହି କମ୍ପାନୀ ବିଭିନ୍ନ ମେଡିକାଲ ଯନ୍ତ୍ରପାତି ତିଆରି କରିଥାଏ। ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ହେଉଛି ନୂଆ ଷ୍ଟାର୍ଟଅପ୍। ଏହା କିପରି ବହୁତ ଶସ୍ତା ଓ ସହଜରେ ବଜାରରେ ଉପଲବ୍ଧ ହୋଇପାରିବ ସେଥିପାଇଁ କମ୍ପାନୀ ପ୍ରସ୍ତୁତି ଚଳାଇଛି। କୋଭିଡ୍-୧୯ ପରି ମହାମାରୀ ସମୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଅସ୍ବାଭାବିକତା ଏବଂ କାର୍ଯ୍ୟ ବନ୍ଦ କରିଦେବା ଭଳି ସ୍ଥିତିର ତ୍ୱରିତ ସୂଚନା ଦେଇପାରିବ ଏହି ମେଶିନ। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିବା ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଶରୀର ଯାଞ୍ଚ ନିମନ୍ତେ ଏହା ବହୁ ଉପଦେୟ ସାବ୍ୟସ୍ତ ହୋଇପାରିବ ବୋଲି ଇଜି-ଆର୍ଏକ୍ସ ପକ୍ଷରୁ କୁହାଯାଇଛି।
ସେହିପରି ଅନ୍ୟ ଏକ ସଂସ୍ଥା ମାକ୍ଫି ସଲ୍ୟୁଶନ୍ ପ୍ରା.ଲିଃ. କୋଭିଡ୍-୧୯ ପ୍ରତିଷେଧକ ଟିକାକୁ ସହଜ ଏବଂ ନିରାପଦରେ ପରିବହନ କରିବା ନିମନ୍ତେ ବିଯୁକ୍ତ ତାପମାତ୍ରାଯୁକ୍ତ ପରିବହନ ଓ ଷ୍ଟୋରେଜ୍ ସକାଶେ ଏକ ଉପକରଣର ନିର୍ମାଣ କରିଛି। ଏହାର ନାମ ରହିଛି ବାୟୋସିୟୋର। ଏହା ସାହାଯ୍ୟରେ ଘରକୁ ଘର ବୁଲି ଟିକାଦାନ ପ୍ରକ୍ରିୟାକୁ ଅନ୍ୟାୟାସରେ ସଞ୍ଚାଳନ କରିହେବ। ଏହା ବିଶେଷ ଭାବେ ଅଗମ୍ୟ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ବହୁ ଉପକାରୀ ହୋଇପାରିବ। ଏହାର ଉତ୍ପାଦନ କରିବା ପାଇଁ ଆଇସିଏମ୍ଆର୍କୁ ଆବେଦନ କରିଛି ମାକ୍ଫି ସଲ୍ୟୁଶନ।
ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ଏସବୁ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ଏହି ନୂତନ ଷ୍ଟାର୍ଟଅପ୍ଗୁଡ଼ିକୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯାଇଛି। ଏଥିପାଇଁ ଏମ୍ଏସ୍ଏମ୍ଇ ପାର୍କ, ଶିଳ୍ପାଞ୍ଚଳ ଆଦି ସୃଷ୍ଟି କରାଯାଇଛି। ଆବଶ୍ୟକ କ୍ଷେତ୍ରରେ ସରକାରୀ ଜମିଯୋଗାଣ, ବ୍ୟାଙ୍କ ଲିଙ୍କକେଜ୍ ଆଦି ସୁବିଧା ଯୋଗାଇ ଦିଆଯାଉଛି। ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ ଆୟୋଜନ କରି ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନ କରୁଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଦ୍ୱିତୀୟ ଡୋଜ୍ ପାଇଁ ହିତାଧିକାରୀ ହଟହଟା
ଭୁବନେଶ୍ୱର, ୮।୬ (ବ୍ୟୁରୋ): ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି।...
ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ
ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।...
ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ
ପରଜଙ୍ଗ, ୧୩।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା...
ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ
ଭୁବନେଶ୍ବର,୧୯।୬: ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର...
୩୦ ଗାଁର ପିଲାଙ୍କ ପାଠପଢାରେ ବାଧକ ସାଜିଛି ନେଟଓ୍ବର୍କ
ଲାଠୋର,୨୪।୬: ବଲାଙ୍ଗୀର ଜିଲା କରୋନା ମହାମାରୀ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସରକାର ଜୁନ ୨୧ତାରିଖରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅନଲାଇନରେ...
ମାଗଣା ଟିକା ଘୋଷଣା: ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଧର୍ମେନ୍ଦ୍ରଙ୍କ ସ୍ବାଗତ
ଭୁବନେଶ୍ୱର,୮।୬(ବ୍ୟୁରୋ): ଦେଶବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସମ୍ପ୍ରସାରଣ ଘୋଷଣା...
ୟାସ୍ ଯୋଗୁ ଜଳ ସମ୍ପଦ ବିଭାଗର ୮୭ କୋଟି କ୍ଷତି
ଭୁବନେଶ୍ୱର, ୧ା୬(ବ୍ୟୁରୋ): ବାତ୍ୟା ୟାସ୍ ଯୋଗୁ ଜଳ ସମ୍ପଦ ବିଭାଗର ୮୭ କୋଟି କ୍ଷୟକ୍ଷତି ହୋଇଛି। ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ରିପୋର୍ଟ ଆକଳନ ଅନୁଯାୟୀ...
ଓଡ଼ିଶାରେ ବି ପାଳନ ହେଉନି ନିୟମ
ଭୁବନେଶ୍ୱର(ବ୍ୟୁରୋ),୧୪ା୬: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସାଢ଼େ ୮ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଲକ୍ଷ ସୁସ୍ଥ ହୋଇ ଘରକୁ...


