ଭୁବନେଶ୍ୱର, ୮।୬ (ବ୍ୟୁରୋ): ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଡୋଜ୍ ନେଇ ସାରିଥିବା ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ଟିକାକରଣ କରାଯାଉଛି। ଯାତ୍ରୀ ନିବାସ ଓ ତେରାପନ୍ଥ ଭବନ ବ୍ୟତୀତ ବାକି ହିତାଧିକାରୀମାନେ ଯେଉଁଠାରେ ପ୍ରଥମ ଡୋଜ୍ ଟିକା ନେଇଥିଲେ ଦ୍ୱିତୀୟ ଡୋଜ୍ ମଧ୍ୟ ସେହିଠାରେ ନେବେ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଆରମ୍ଭରୁ ବହୁ ଅବ୍ୟବସ୍ଥା ନଜରକୁ ଆସିଥିଲା। କେବଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର, ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟର ଓ ୟୁନିଟ-୧ ବାଳିକା ଉଚ୍ଚ ବିଦ୍ୟାଳୟ ଟିକା କେନ୍ଦ୍ରକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ଟିକାକରଣ କରାଯାଉ ନ ଥିବା ଦେଖାଯାଇଥିଲା। ବିଏମ୍ସି ନିର୍ଦ୍ଧାରଣ କରିଥିବା ବହୁ ଟିକାକରଣ କେନ୍ଦ୍ର ବନ୍ଦ ରହିଥିଲା। ଫଳରେ ଲୋକେ ନିରାଶରେ ଫେରିବା ସହ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ବିଏମ୍ସିର ୬୭ ଓ୍ବାର୍ଡର ୧୯ କମ୍ୟୁନିଟି ସେଣ୍ଟର, ୧୪ କଲ୍ୟାଣ ମଣ୍ଡପ ଓ ୩ ଜୋନ୍ ଅଫିସ୍କୁ ମିଶାଇ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ ସ୍ବତନ୍ତ୍ର ଟିକାକରଣ କରାଯାଇଥିଲା। ଏପରି କି କେତେକ ଓ୍ବାର୍ଡ ଅଫିସ୍ ଓ ସ୍ବତନ୍ତ୍ର ସ୍ଥାନ ନିରୂପଣ କରି ଗତ ମେ ୩ରୁ ୧୮ରୁ ୪୪ ବର୍ଗଙ୍କୁ ଟିକାକରଣ କରାଯାଇଥିଲା। ଦ୍ୱିତୀୟ ଡୋଜ୍ ଟିକା ପାଇବା ପାଇଁ ଏବେ ହିତାଧିକାରୀମାନେ ଅପେକ୍ଷା କରି ରହିଥିବାବେଳେ ସୋମବାରଠାରୁ ଟିକାକରଣ ଆରମ୍ଭ ହେବ ବୋଲି ରବିବାର ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ଯେଉଁମାନେ ମେ’ ୩ କିମ୍ବା ତା’ ପୂର୍ବରୁ ଓ ମେ ୪ରେ ପ୍ରଥମ ଡୋଜ୍ ନେଇଥିବା ହିତାଧିକାରୀ ସିଧାସଳଖ ଉକ୍ତ ଟିକାଦାନ କେନ୍ଦ୍ରରୁ ଦ୍ୱିତୀୟ ଡୋଜ୍ ନେଇପାରିବେ। ତେଣୁ ହିତାଧିକାରୀମାନେ ଟିକା ନେବା ପାଇଁ ନିର୍ଦ୍ଧାରିତ ସମୟରେ ସମ୍ପୃକ୍ତ ସ୍ଥାନକୁ ଯାଇଥିଲେ। ମାତ୍ର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ବ୍ୟତୀତ ଅନ୍ୟ କୌଣସି କେନ୍ଦ୍ରରେ ଟିକାକରଣ ହେଉ ନ ଥିବା ଦେଖିବାକୁ ପାଇଥିଲେ। ଟିକା ନେଇ ନ ପାରିବାରୁ ସେସବୁ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହୀଦ ନଗର, ଝାରପଡା, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ରେଣ୍ଟାଲ କଲୋନୀ, ବରମୁଣ୍ଡା, ୟୁନିଟ୍-୮, ପୋଖରୀପୁଟ ଆଦି ସ୍ଥାନରେ ଟିକା ନ ପାଇ ଲୋକେ ନିରାଶ ହେବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।
ସମ୍ପର୍କରେ ବିଏମ୍ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି, ସମସ୍ତ ଟିକାକେନ୍ଦ୍ରରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି। ତେବେ କିଛିଟା କେନ୍ଦ୍ରରେ ଟିକାକରଣ କରାଯାଇ ପାରିନାହିଁ। ଯେଉଁ ସ୍ଥାନରେ ଏଭଳି ପରିସ୍ଥିତି ଉପୁଜିଛି ସେଠାରେ ସମ୍ପୃକ୍ତ ହିତାଧିକାରୀ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପ୍ରଥମ ଡୋଜ୍ ଟିକାର ସାର୍ଟିଫିକେଟ ଦେଖାଇ ଦ୍ୱିତୀୟ ଡୋଜ୍ ଟିକା ନେଇ ପାରିବେ।
ଭାଗ୍ୟର ବିଡ଼ମ୍ବନା: ଗ୍ରାହକ ଉପରେ ଭୁଶୁଡ଼ିଲା ଦୋକାନ ଛାତ
ଜଳେଶ୍ୱର, ୨୦।୬: ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡ଼ ଝାଡ଼େଶ୍ୱରପୁର ସ୍କୁଲ ସାମ୍ନା ଏକ ପାଉଁରୁଟି ଦୋକାନ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ...
ବିଦେଶ ଯାଉଥିବା ଲୋକଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣକୁ ପ୍ରାଧାନ୍ୟ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ପାଠ ପଢ଼ିବା, ଚାକିରି ଓ ଟୋକିଓ ଅଲିମ୍ପିକ୍ସରେ ଯୋଗଦେବା ପାଇଁ ବିଦେଶ ଯିବାକୁ ଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ କୋଭିଶିଲ୍ଡ ଟିକାକରଣ ନିମନ୍ତେ...
ପରିବର୍ତ୍ତିତ ସଂକ୍ରମଣ ଉପରେ ନିର୍ଭର କରେ ତୃତୀୟ ଲହର
ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ କେବଳ ସଂକ୍ରମଣ ହାର କମୁନାହିଁ, କୋଭିଡ୍-୧୯ ନମୁନାରେ ଭାଇରାଲ ଲୋଡ୍ ମଧ୍ୟ କମୁଛି। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ...
ଭୁବନେଶ୍ୱର ସ୍ମାର୍ଟସିଟିକୁ ୨ଟି ପୁରସ୍କାର
ଭୁବନେଶ୍ୱର,୨୬।୬(ବ୍ୟୁରୋ): କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍ମାର୍ଟସିଟି ଆଓ୍ବାର୍ଡସ କଣ୍ଟେଷ୍ଟ (ଆଇଏସ୍ଏସି)-୨୦୨୦ ପ୍ରତିଯୋଗିତାରେ ଭୁବନେଶ୍ୱର ସ୍ମାର୍ଟସିଟିକୁ ଦୁଇଟି...
ବଜ୍ରପାତ ନେଲା ୨ ଚାଷୀଙ୍କ ଜୀବନ
ପାଟଣା,୨୧।୬: କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମରେ ସୋମବାର ବଜ୍ରପାତ ଘଟି ୨ ଚାଷୀଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ ତଳି...
ରେକର୍ଡ ନିଶାରେ ଦିବ୍ୟଜ୍ୟୋତି
କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...
ଆଜି ସାବିତ୍ରୀ ବ୍ରତ: ରାଜଧାନୀର ଦେବାଳୟ ଖାଁ ଖାଁ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଆଜି ସାବିତ୍ରୀ ଅମାବାସ୍ୟା। ଚଳିତବର୍ଷ କରୋନା ମହାମାରୀ ଯୋଗୁ ବିଭିନ୍ନ ରାଜଧାନୀର ଦେବାଳୟ ଖାଁ ଖାଁ ଦେଖିବାକୁ ମିଳିଛି। କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ...
ଗଛ ବିନା ଶ୍ରୀହୀନ ରାଜପଥ
ଢେଙ୍କାନାଳ ଅଫିସ, ୧୯।୬ ଜାତୀୟ ରାଜପଥ (ଏନ୍ଏଚ୍) ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ଆନ୍ତଃଜିଲା ଏବଂ ଆନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରିବା,...


