ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍ ସଂକ୍ରମିତ ନିଖୋଜ ବାପାଙ୍କୁ ପୁଅ ଖୋଜୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦ୍ୱନ୍ଦ୍ୱ ଓ ଚିନ୍ତାରେ ଥିବା ନିଖୋଜ ଏନ୍. ତ୍ରିନାଥଙ୍କ ସ୍ତ୍ରୀ ପୋଲିସକୁ ଜବାବ ମାଗିଛନ୍ତି। ଏପରି କି, ନ୍ୟାୟ ପାଇଁ ପରିବାରବର୍ଗଙ୍କ ସହ ସେ ବୁଧବାର ଭରତପୁର ଥାନା ଆଗରେ ଧାରଣାରେ ବସିଥିଲେ। ଏଥିସହ ପୋଲିସକୁ ଏକ ଅଭିଯୋଗପତ୍ର ଦେଇଛନ୍ତି। ଘଟଣାର ତଦନ୍ତ କରି ତ୍ରିନାଥଙ୍କୁ ଖୋଜି ଆଣିବା ପାଇଁ ମଧ୍ୟ ଗୁହାରି ଜଣାଇଛନ୍ତି। ପୋଲିସ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।
ମୁତାବକ, ଏପ୍ରିଲ ୧୯ରେ ପୁରୀ ନୋଳିଆସାହିର ଏନ୍. ତ୍ରିନାଥ କୋଭିଡ୍ରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କୁ ରାଜଧାନୀର ଏକ କୋଭିଡ୍ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଥିଲା। ପରଦିନ ପର୍ଯ୍ୟନ୍ତ ତ୍ରିନାଥ ସୁସ୍ଥ ଥିବା ନେଇ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। କିନ୍ତୁ ୨୧ତାରିଖରେ ତ୍ରିନାଥଙ୍କ ସହ ପରିବାରବର୍ଗ ଯୋଗାଯୋଗ କରି ନ ପାରିବାରୁ ପରିବାର ଲୋକେ ଉକ୍ତ ହସ୍ପିଟାଲକୁ ଯାଇ ପଚାରି ବୁଝିଥିଲେ। ତ୍ରିନାଥ ନ ଥିବା ହସ୍ପିଟାଲ କର୍ମଚାରୀ ପ୍ରଥମେ କହିଥିଲେ। କିନ୍ତୁ ପରେ ତାଙ୍କ ପୁଅ ଏନ୍.ଭାସ୍କର ଯୁକ୍ତିତର୍କ କରିବାରୁ ତାଙ୍କ ବାପା ମୃତ ଓ ମରଶରୀର କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଥିବା କର୍ମଚାରୀମାନେ କହିଥିଲେ। ଭାସ୍କର କ୍ୟାପିଟାଲ ହସ୍ପିଟାଲ ଯାଇ ବୁଝିବାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଆସିଥିବାରୁ ସତ୍ୟନଗର ମଶାଣିକୁ ପଠାଇ ଦିଆଯାଇଥିବା କୁହାଯାଇଥିଲା। ଭାସ୍କର ସେଠାକୁ ଯାଇ ଖୋଜିଥିଲେ ମଧ୍ୟ ବାପାଙ୍କୁ ପାଇ ନ ଥିଲେ।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
କରୋନିଲ ପରେ ଏବେ ବ୍ଲାକ୍ ଫଙ୍ଗସ୍ ଔଷଧ ତିଆରି କରୁଛି ପତଞ୍ଜଳୀ
ହରିଦ୍ୱାର,୨।୬: କରୋନାର ପ୍ରଥମ ଲହର ସମୟରେ ଯେତେବେଳେ ସମଗ୍ର ଦେଶ ଭାକ୍ସିନକୁ ନେଇ ଚର୍ଚ୍ଚା କରୁଥିଲା, ସେତେବେଳେ ଯୋଗଗୁରୁ ବାବା ରାମଦେବ କରୋନିଲ ଔଷଧ ତିଆରି...
୭ ଜିଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗତ ୨୩ ଦିନରେ ଅର୍ଥାତ୍ ଗତ ୧ରୁ ୨୩ତାରିଖ...
ଯୁକ୍ତ ଦୁଇ ମୂଲ୍ୟାୟନ, ରେଜଲ୍ଟ ନେଇ ମନ୍ତ୍ରୀ ଦେଲେ ଏହି ସୂଚନା
ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ତେବେ ବର୍ତ୍ତମାନ କେମିତି ମୂଲ୍ୟାୟନ ହେବ ଏବଂ କେବେ...
ଗୋରୁ ଗୋଠ ଉପରେ ବଜ୍ରପାତ
ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।...
ରାଜ୍ୟରେ ୧ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ...
କୃଷି ଯନ୍ତ୍ରପାତି ବିକ୍ରି ଆଳରେ ୩.୫କୋଟି ରିହାତି ହଡ଼ପ
ବରଗଡ଼ ଅଫିସ୍,୨୩।୬: କୃଷି ଯନ୍ତ୍ରପାତି ବିକ୍ରି ଆଳରେ ରିହାତି ତୋଷରପାତ ଭଳି ଏକ ବଡ଼ ଧରଣର ଅନିୟମିତତା କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ହାତରେ ଲାଗିଛି।...
ନକଲି ଟିକାକରଣର ଶିକାର ହେଲା ଟିପ୍ସ ଇଣ୍ଡଷ୍ଟ୍ରି: ୩୬୫କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ବି ମିଳିଲାନି ସାର୍ଟିଫିକେଟ
ମୁମ୍ବାଇ,୧୮।୬: ବର୍ତ୍ତମାନ ଦେଶରେ ନକଲି ଟିକାକରଣକୁ ନେଇ ଚର୍ଚ୍ଚା ଚୋର ଧରିଛି। ନିକଟରେ ମୁମ୍ବାଇର ହିରାନନ୍ଦାନୀ ସୋସାଇଟିରେ ୩୯୦ଜଣଙ୍କୁ ମିଛ ଟିକାକରଣ କରାଯାଇଥିବା ଅଭିଯୋଗ ହୋଇଥିବା...
ଜେଲରୁ ବାହାରିଲେ ଅଭୟକାନ୍ତ ପାଠକ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଗିରଫ ହେବାର ଦୀର୍ଘ ୬ମାସ ପରେ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି ଆଇଏଫ୍ଏସ୍ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ। ଆୟ ବହିର୍ଭୂତ...


