ହରିଦ୍ୱାର,୨।୬: କରୋନାର ପ୍ରଥମ ଲହର ସମୟରେ ଯେତେବେଳେ ସମଗ୍ର ଦେଶ ଭାକ୍ସିନକୁ ନେଇ ଚର୍ଚ୍ଚା କରୁଥିଲା, ସେତେବେଳେ ଯୋଗଗୁରୁ ବାବା ରାମଦେବ କରୋନିଲ ଔଷଧ ତିଆରି କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। କେବଳ ସେତିକି ନୁହେଁ, କରୋନିଲ ଲଞ୍ଚ ସମୟରେ ପତଞ୍ଜଳୀ ପକ୍ଷରୁ ଦାବି କରାଯାଇଥିଲା ଯେ, କରୋନା ସଂକ୍ରମଣ ସମୟରେ ଏହି ଔଷଧ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେବ। ତେବେ କରୋନା ଚିକିତ୍ସା ପାଇଁ କରୋନିଲ ଔଷଧ ପରେ ଏବେ ପତଞ୍ଜଳୀ ଖୁବ୍ଶୀଘ୍ର ବଜାରରେ ବ୍ଲାକ୍ ଫଙ୍ଗସ୍ର ଔଷଧ ଉପଲବ୍ଧ କରାଇବାକୁ ଯାଉଛି। ପତଞ୍ଜଳୀ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବ୍ଲାକ୍ ଫଙ୍ଗସ୍ ଔଷଧ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ସ୍ତରରେ କରାଯାଉଛି। ଏନେଇ ପତଞ୍ଜଳୀ ଯୋଗପୀଠର ଏମ୍ଡି ଆଚାର୍ଯ୍ୟ ବାଳକୃଷ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଚିକିତ୍ସାରେ କରୋନିଲ ଔଷଧ ପ୍ରଭାବଶାଳୀ ପ୍ରମାଣିତ ହେବା ପରେ ବର୍ତ୍ତମାନ ବ୍ଲାକ୍ ଫଙ୍ଗସ୍ର ଔଷଧ ପ୍ରସ୍ତୁତ କରାଯାଇଛି। ଏତଦ୍ ବ୍ୟତୀତ ସେ କହିଛନ୍ତି, ଏହି ଔଷଧକୁ ପ୍ରୟୋଗ କରାଯିବା ସମୟରେ ପଜିଟିଭ୍ ଫଳାଫଳ ସାମ୍ନାକୁ ଆସିଥିଲା। ତେବେ ଏହି ଆୟୁର୍ବେଦିକ ଔଷଧ ବ୍ଲାକ୍ ଫଙ୍ଗସ୍ ସମେତ ଅନ୍ୟ ଫଙ୍ଗସ୍ରେ ମଧ୍ୟ ପ୍ରଭାବ ପକାଇବ।
Posted inକରୋନା ଭାଇରସ୍, ଜାତୀୟ View All
କୋଭିଡ୍ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ
ନୂଆଦିଲ୍ଲୀ, ୧୨।୬(ଆଇଏଏନ୍ଏସ୍): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି...
ଟିକଟ କନଫର୍ମ, ନିର୍ବାଚନ ପାଇଁ ପ୍ରସ୍ତୁତି କର: ୫୦ ନେତାଙ୍କୁ ଫୋନ୍ କଲେ ପ୍ରିୟଙ୍କା…
ନୂଆଦିଲ୍ଲୀ,୨୧।୬: ଉତ୍ତର ପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା...
ସିବିଏସ୍ଇ ଏବଂ ସିଆଇସିଏସ୍ଇକୁ ନିର୍ଦ୍ଦେଶ: ୧୫ ଦିନରେ ମୂଲ୍ୟାୟନ ପଦ୍ଧତି ଦର୍ଶାଅ
ନୂଆଦିଲ୍ଲୀ,୪।୬(ପି.ଟି.):କରୋନା ମହାମାରୀ ପାଇଁ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ସୁପ୍ରିମକୋର୍ଟ ଗୁରୁବାର ଖୁସିବ୍ୟକ୍ତ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ...
ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ସରକାର…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ନେଇକଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି
ଅହମଦାବାଦ,୧୪।୬: ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହିକ୍ରମରେ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ...
ସଂକ୍ରମଣ ପୁଣି ବଢ଼ିବା ଆଶଙ୍କା
ନୂଆଦିଲ୍ଲୀ, ୨ା୬: କୋଭିଡ୍ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସୁଫଳ ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ଦେଶରେ ୧,୨୭,୫୧୦ ଜଣ କରୋନା...
୧୦ ବର୍ଷ ଧରି ପ୍ରେମିକାଙ୍କୁ ରୁମ୍ରେ ଲୁଚାଇ ରଖିଥିଲେ ପ୍ରେମିକ, ଜାଣିପାରିଲେ ନାହିଁ ପରିବାର ଲୋକ
ପଲକ୍କଡ (କେରଳ), ୧୧।୬: କେରଳର ଜଣେ ଯୁବକ ନିଜ ପ୍ରେମିକାଙ୍କୁ ୧୦ ବର୍ଷ ଧରି ରୁମ୍ରେ ଲୁଚାଇ ରଖିଥିଲେ। ଆଉ ଏ ସମ୍ପର୍କରେ ଟେର ପାଇ...
ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ବୃଦ୍ଧି
ନୂଆଦିଲ୍ଲୀ,୩ା୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପ୍ରମାଣପତ୍ରର ବୈଧତା ୭ ବର୍ଷରୁ ଆଜୀବନ ପର୍ଯ୍ୟନ୍ତ...


