ନୂଆଦିଲ୍ଲୀ, ୨ା୬: କୋଭିଡ୍ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସୁଫଳ ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ଦେଶରେ ୧,୨୭,୫୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୫୪ ଦିନରେ ଏହି ସଂଖ୍ୟା ସର୍ବନିମ୍ନ। ଦୈନିକ ସଂକ୍ରମଣ ହାର ୬.୬୨ ପ୍ରତିଶତକୁ ହ୍ରାସ ପାଇଛି। ସେହିପରି ଦିନକରେ ୨,୭୯୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖି ରାଜ୍ୟଗୁଡ଼ିକ ଲକ୍ଡାଉନ୍ ନିୟମକୁ କୋହଳ କରିଛନ୍ତି। ତେବେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ନ ହେଉଣୁ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଲୋକେ ସାମାଜିକ ଦୂରତ୍ୱ ସମେତ କୋଭିଡ୍ ଗାଇଡଲାଇନକୁ ଯେଭଳି ଖୋଲାଖୋଲି ଉଲ୍ଲଂଘନ କରୁୁଛନ୍ତି ସେଥିରୁ ଆଗକୁ ସଂକ୍ରମଣ ପୁଣି ବୃଦ୍ଧିିପାଇବାର ଆଶଙ୍କା କରାଯାଉଛି।
ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୮୧,୭୫,୦୦୪ରେ ପହଞ୍ଚତ୍ଥିବାବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୩,୩୧,୮୯୫କୁ ବୃଦ୍ଧି ପାଇଛି। ଗତ ୩୫ ଦିନରେ ଦୈନିକ ମୃତ୍ୟୁସଂଖ୍ୟା ସର୍ବନିମ୍ନ ରହିଛି। ସେହିପରି ୪୩ ଦିନ ପରେ ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ଅପ୍ଡେଟ୍ କରାଯାଇଛି। ଏବେ ଆକ୍ଟିଭ୍ କେସ୍ ୧୮,୯୫,୫୨୦ ରହିଛି, ଯାହା କି ମୋଟ ସଂକ୍ରମଣର ୬.୭୩%। ସୋମବାର ୧୯,୨୫,୩୭୪ ନମୁନା ଟେଷ୍ଟ କରାଯାଇଥିଲା। କ୍ରମାଗତ ୮ ଦିନ ଧରି ପଜିଟିଭ୍ ହାର ୧୦ ପ୍ରତିଶତ ତଳେ ରହିଛି। ଆରୋଗ୍ୟ ହାର ୯୨.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତର ୧୯ ଦିନ ଧରି ସଂକ୍ରମଣ ଅପେକ୍ଷା ଅଧିକ ଲୋକ କରୋନାରୁ ସୁସ୍ଥ ହେଉଛନ୍ତି। ତେବେ ମୃତ୍ୟୁହାର ୧.୧୮ ପ୍ରତିଶତକୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରେ ଲକ୍ଡାଉନ ଅବଧି ଜୁନ୍ ୧୦କୁ ବଢ଼ାଯାଇଥିବାବେଳେ କେତେକ ନିୟମ କୋହଳ କରାଯାଇଛି। ସେହିପରି ବିହାରରେ ମଧ୍ୟ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବଢ଼ାଯିବା ସହ ବ୍ୟବସାୟିକ ଗତିବିଧି ଉପରୁ କେତେକ କଟକଣା ହଟାଯାଇଛି। ନିୟମ କୋହଳ କରିଥିବା ଅନ୍ୟରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ଜମ୍ମୁ-କଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ରହିଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର, ହରିୟାଣା, ତେଲଙ୍ଗାନା, ସିକିମ୍, ଓଡ଼ିଶା, କେରଳ, ତାମିଲନାଡ଼ୁ ଓ ଗୋଆ ଭଳି ରାଜ୍ୟ ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ବଢ଼ାଇଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ଆଉ ସପ୍ତାହେ ବଢ଼ିଲା ଲକ୍ଡାଉନ
ଚେନ୍ନାଇ,୫।୬: ତାମଲିନାଡୁରେ ଆଉ ସପ୍ତାହେ ବଢ଼ିଲା ଲକ୍ଡାଉନ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ରାଜ୍ୟରେ କଟକଣା କୋହଳ କରିବା ସହ ଆଉ ସପ୍ତାହେ ଲକ୍ଡାଉନ ଅବଧିକୁ...
କୋଭିଡ ମୃତ୍ୟୁସଂଖ୍ୟାକୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ
ପାଟନା,୧୨।୬: ବିହାରରେ କରୋନାଜନିତ ହୋଇଥିବା ମୃତ୍ୟୁସଂଖ୍ୟାକୁ ନେଇ ପାଟନା ହାଇକୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। ସରକାର ଦେଇଥିବା ମୃତ୍ୟୁସଂଖ୍ୟା ତଥ୍ୟ ଉପରେ କୋର୍ଟ ଅସନ୍ତୁଷ୍ଟ। ଏହି...
ରାଜ୍ୟରେ ୪ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୫୭୭ ଜଣ...
ସରକାର ଲୁଚାଉଛନ୍ତି କୋଭିଡ୍ ମୃତ୍ୟୁ ସଂଖ୍ୟା
କଟକ ଅଫିସ, ୧୯।୬: ରାଜ୍ୟରେ ବାସ୍ତବ ପକ୍ଷେ ଯେତିକି କୋଭିଡ୍ଜନିତ ମୃତ୍ୟୁ ଘଟୁଛି ସରକାର ତାହାକୁ ଦର୍ଶାଉ ନାହାନ୍ତି। ଏହି ମୃତ୍ୟୁସଂଖ୍ୟାକୁ ରାଜ୍ୟ ସରକାର ଲୁଚାଉଛନ୍ତି।...
ଟିକାକରଣ ପ୍ରମାଣପତ୍ରରେ ରହିବ ମମତାଙ୍କ ଫଟୋ
କୋଲକାତା,୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଏତେ ଶୀଘ୍ର ଥମିବାର ଆଶା ଦିଶୁନାହିଁ। କାରଣ କୋଭିଡ୍-୧୯...
ଭାଜପା ସମର୍ଥକଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଲା ଟିଏମ୍ସି
ବୀରଭୂମ୍,୧୯।୬: ପଶ୍ଚିମବଙ୍ଗ ବୀରଭୂମ୍ ଜିଲାର ୩୦୦ ଭାଜପା ସମର୍ଥକ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଫେରିଛନ୍ତି। ଦଳକୁ ଫେରିବା ପାଇଁ ସେମାନେ ବୀରଭୂମ୍ସ୍ଥିତ ଟିଏମ୍ସି କାର୍ଯ୍ୟାଳୟ ଆଗରେ...
ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା
ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି।...
ରାଜ୍ୟର ପ୍ରଥମ ମୁସଲିମ୍ ମହିଳା ଡିଏସ୍ପି
ପାଟନା,୧୧।୬: ନିକଟରେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍ସି)ର ୬୪ତମ କମ୍ପିଟେଟିଭ୍ ଏକ୍ସାମର ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ପ୍ରଥମ ଥରେ ଜଣେ ମୁସଲିମ...


