ଭୁବନେଶ୍ୱର,୧୯।୬(ବ୍ୟୁରୋ): ଗିରଫ ହେବାର ଦୀର୍ଘ ୬ମାସ ପରେ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି ଆଇଏଫ୍ଏସ୍ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ସ୍କାଏ କିଙ୍ଗ୍ ଟ୍ରାଭେଲ୍ସରେ ଠକେଇ ଓ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଆଦି ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା ଅଭୟଙ୍କୁ ଗୁରୁବାର ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ ତାଙ୍କ ନାମରେ ଥିବା ସମସ୍ତ ୪ ମାମଲାରେ ଜାମିନ ମିଳିଥିବାରୁ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ ଅଭୟକାନ୍ତ ଝାରପଡ଼ା ଜେଲରୁ ବାହାରିଥିଲେ। ତେବେ ଝାରପଡ଼ା ଜେଲରେ ଥିବା ତାଙ୍କ ପୁଅ ଆକାଶ ପାଠକଙ୍କ ନାମରେ କ୍ରାଇମ୍ବ୍ରାଞ୍ଚ ମାମଲା ବିଚାରାଧୀନ ଥିବାରୁ ସେ ମୁକୁଳିପାରିନାହାନ୍ତି।
ସୂଚନା ଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ୨୦୨୦ ନଭେମ୍ବର ୨୭ରେ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ଗିରଫ ହୋଇଥିଲେ। ଅଭୟକାନ୍ତଙ୍କୁ ଭିଜିଲାନ୍ସ ଓ ଆକାଶଙ୍କୁ କ୍ରାଇବ୍ରାଞ୍ଚ ଗିରଫ କରିଥିଲା। ସ୍କାଇ କିଙ୍ଗ୍ ଟ୍ରାଭେଲ୍ସ ଠକେଇ ନେଇ ଖାରବେଳନଗର ଥାନାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସରେ ଏବଂ ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ଘଟଣାରେ ଗଞ୍ଜାମ ଗୋଳନ୍ଥରା ଓ ବ୍ରହ୍ମପୁର ବୈଦେଶ୍ୱର ଥାନାରେ ମାମଲା ରୁଜୁ ହୋଇଥିଲା।
ବରଗଡ଼ କୋଭିଡ୍ ହସ୍ପିଟାଲରେ ଆଉ ନାହାନ୍ତି ଆକ୍ରାନ୍ତ
ବରଗଡ଼ ଅଫିସ୍,୧୬।୬: ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କୋଭିଡ୍ ହସ୍ପିଟାଲରେ ଆଉ କେହି ଆକ୍ରାନ୍ତ ନାହାନ୍ତି। ଏନେଇ ଜିଲା...
ରାଜ୍ୟରେ ଆଜି ୮,୩୯୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୭,୨୧୬ କରୋନା ଆକ୍ରାନ୍ତ...
ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର
କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...
ୟୁଜି,ପିଜି ପରୀକ୍ଷାକୁ ନେଇ ଏଭଳି ନିଷ୍ପତ୍ତି
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଚଳିତ ବର୍ଷ ୟୁଜି/ପିଜି ପରୀକ୍ଷା ପ୍ରାୟତଃ ଅନୁଷ୍ଠିତ ହେବ। ଶନିବାର ବସିଥିବା କୁଳପତିମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ...
ଆଜି ରାଜ୍ୟରୁ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ
ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ ଲଗାତର କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬୧୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୪୫ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୮।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୪୫ ଜଣଙ୍କ ଜୀବନ...
ବିଆର୍ପିଏଲ୍ରେ ଏସ୍ପିସିବିର ତଦନ୍ତ ଆଜି
ଯାଜପୁର ଅଫିସ,୨୪।୬: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍ପିଏଲ୍) କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡିବା ଅଭିଯୋଗ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...
ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ ଘଟଣା: ଏସ୍ଡିଜେଏମ୍ କୋର୍ଟରେ ମାମଲା
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶିକ୍ଷାଗତ ଯୋଗ୍ୟତା ନ ଥାଇ ନିଜକୁ ଜଣେ ହୋମିଓପାଥିକ୍ ଡାକ୍ତର କହୁଥିଲେ। ‘ଷ୍ଟପ କରୋନା’ ଔଷଧ ଦେଇ ଲୋକଙ୍କୁ ଠକୁଥିଲେ। ଏପରି ଏକ ସଙ୍ଗିନ...


