ଭୁବନେଶ୍ୱର/ସୋନପୁର(ବ୍ୟୁରୋ, ନି.ପ୍ର.)୫।୬: ଲୋକପ୍ରିୟ ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ ଫେମ୍ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ ରାତି ୩ଟା ୪୫ ମିନିଟ୍ରେ ବୁର୍ଲା ଭିମ୍ସାରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ସାନ ପୁଅ ଅରୁଣ ପଣ୍ଡା ସୂଚନା ଦେଇଛନ୍ତି। ଗତ କିଛିଦିନ ଧରି ସେପ୍ଟିମିଆ ରୋଗରେ ସେ ପୀଡ଼ିତ ଥିଲେ। ଜୁନ ୧ରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭିମ୍ସାର ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ତାଙ୍କ ଶରୀରର ଏକାଧିକ ଅଙ୍ଗ ଅଚଳ ହେବା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବୁର୍ଲାର ମହାନଦୀ ଘାଟରେ ଅଟଳଙ୍କ ଅନ୍ତିମ ସଂସ୍କାର କରାଯିବ। ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ କଳା ଜଗତ ପାଇଁ ଏକ ଯୁଗର ଅବସାନ ଘଟିଛି। ତାଙ୍କ ମୃତ୍ୟୁରେ ସବୁ ମହଲରେ ଶୋକ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାର ଜଣେ ପରିଚିତ ଚେହେରା ହେଉଛନ୍ତି ଅଟଳ ବିହାରୀ ପଣ୍ଡା। ୧୦୦ରୁ ଅଧିକ ନାଟକରେ ଅଭିନୟ କରିବା ସହ ସେ ଏକାଧିକ ନାଟକର ରଚନା ବି କରିଥିଲେ। ସେ ଜଣେ ନାଟ୍ୟ ନିର୍ଦ୍ଦେଶକ, ଲେଖକ ଓ କବି। ଦୀର୍ଘ ଦିନର ଅଭିନୟ କ୍ୟାରିୟର୍ ପରେ ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢ଼ା’ରେ ଅଭିନୟ କରିଥିଲେ। ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଖୁବ ପ୍ରଶଂସା ସାଉଁଟିଥିଲେ। ଏଥିସହ ସେ ‘ଶଲାବୁଢ଼ାର ବଦଲା’ ଓ ‘ଆଦିମ ବିଚାର’ ଫିଲ୍ମରେ ବି ସେ ଅଭିନୟ କରିଥିଲେ। ‘ଶଲାବୁଢ଼ା’ ଫିଲ୍ମରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଅଟଳଙ୍କୁ ଜାତୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ସେହିପରି ପରିଣତ ବୟସରେ ଅଭିନୟ କରି ଅଟଳ ୨ଥର ରାଜ୍ୟର ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ମେ’ ୧୬ରେ ଅଟଳ ବିହାରୀ ପଣ୍ଡାଙ୍କ ପତ୍ନୀ ଲଳିତା ପଣ୍ଡାଙ୍କର ପରଲୋକ ଘଟିଥିଲା। ପତ୍ନୀଙ୍କ ମୃତ୍ୟୁପରେ ସେ ଭାଙ୍ଗିପଡ଼ିଥିଲେ, ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିଥିଲା।
୧୮ରୁ ଊର୍ଦ୍ଧ୍ୱ ସମସ୍ତଙ୍କ ପାଇଁ ଆରମ୍ଭ ହେଲା ସ୍ଲଟ୍ ବୁକିଂ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଅନ୍ଲାଇନ୍ରେ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ। ୪୫ରୁ ଊର୍ଦ୍ଧ୍ୱ ବର୍ଗର ହିତାଧିକାରୀ ସେମାନଙ୍କ ପ୍ରଥମ...
ପୁରୀରେ ହେବ ଆନ୍ତର୍ଜାତିକ ବିମାନ ବନ୍ଦର
ପୁରୀ ଅଫିସ,୧୮ା୬: ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଏକ କେନ୍ଦ୍ରୀୟ ଟିମ୍ ଗୁରୁବାର ପ୍ରସ୍ତାବିତ...
ପେଟ୍ରୋଲ ୨୬, ଡିଜେଲ ୧୪ ପଇସା ବଢ଼ିଲା
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଗୋଟିଏ ଦିନର ବିରତି ପରେ ବୁଧବାର ପୁଣି ଥରେ ତେଲ ଦର ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୬ ପଇସା...
ବିନା ନମୁନାରେ ଜାଣିହେବ ରକ୍ତଶୂନ୍ୟତା, ସର୍କରା ସ୍ଥିତି
ଭୁବନେଶ୍ୱର, ୮।୬(ବ୍ୟୁରୋ): ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ଶରୀରର ରକ୍ତଶୂନ୍ୟତା ଓ ରକ୍ତ ସର୍କରାର ସ୍ଥିତି। ଏଥିସହିତ ଯକୃତ, ଫୁସ୍ଫୁସ୍ ଓ ବୃକକ୍ରେ...
ଏସ୍ଡିଜି ଇଣ୍ଡେକ୍ସରେ ଓଡ଼ିଶା ୧ନଂ
ଭୁବନେଶ୍ୱର,୨୨।୬(ବ୍ୟୁରୋ): ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି)-୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷ ତୁଳନାରେ ଓଡ଼ିଶା ଏସ୍ଡିଜିରେ ଅଧିକ ୧୦ ପଏଣ୍ଟ ପାଇ...
ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ ଘଟଣା: ଏସ୍ଡିଜେଏମ୍ କୋର୍ଟରେ ମାମଲା
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶିକ୍ଷାଗତ ଯୋଗ୍ୟତା ନ ଥାଇ ନିଜକୁ ଜଣେ ହୋମିଓପାଥିକ୍ ଡାକ୍ତର କହୁଥିଲେ। ‘ଷ୍ଟପ କରୋନା’ ଔଷଧ ଦେଇ ଲୋକଙ୍କୁ ଠକୁଥିଲେ। ଏପରି ଏକ ସଙ୍ଗିନ...
ଅଭୟ ପାଠକଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର,୧୭।୬: ବୈଦ୍ୟନାଥପୁର ଥାନା ମାମଲାର ବିଚାର କରି ଗୁରୁବାର ହାଇକୋର୍ଟ ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କା ଏବଂ...
ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସୁଧୁରୁନି
ସାକ୍ଷୀଗୋପାଳ,୧୫।୬(ସ୍ବ.ପ୍ର.): ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢଲକ୍ଷ ଲୋକ ନିର୍ଭର କରନ୍ତି। ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର...


