କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ପାକିସ୍ତାନ ସୁପର ଲିଗ (ପିଏସଏଲ)ର ଏହି ସିଜିନର ଅବଶିଷ୍ଟ ମ୍ୟାଚ ବୁଧବାରଠାରୁ ଆରମ୍ଭ ହେଉଛି। କିନ୍ତୁ ଏହାପୂର୍ବରୁ ଲାହୋର କଲନ୍ଦର୍ସ ଦଳକୁ ଏକ ବଡ଼ ଝଟ୍କା ଲାଗିଛି। ଅଭ୍ୟାସ ସମୟରେ ଦଳର ଷ୍ଟାର ବିଦେଶୀ ଖେଳାଳି ବେନ ଡଙ୍କ୍ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଓଠ ଅସ୍ତ୍ରୋପଚାର କରାଯାଇଛି। କ୍ୟାଚ ନେବାକୁ ଚେଷ୍ଟା କରୁଥିବାବେଳେ ବଲ ତାଙ୍କ ମୁହଁରେ ବାଜିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ।
ତାଙ୍କ ମୁହଁରେ ୭ଟି ଷ୍ଟିଚ୍ ପଡିଛି । ଫ୍ରାଞ୍ଚାଇଜ୍ ସିଇଓ ସାମିନ ରାଣା କହିଛନ୍ତି ଯେ, ଡଙ୍କ ଶୀଘ୍ର ଭଲ ହୋଇଯିବେ। ଏହି ସପ୍ତାହ ପରେ ଦଳ ପାଇଁ ତାଙ୍କର ପ୍ରଥମ ମ୍ୟାଚ ଖେଳିବେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି। ୩୪ ବର୍ଷୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଡଙ୍କ ଜୁନ ୬ ରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ତାଙ୍କର ଅଭ୍ୟାସ ଏବଂ ଆଘାତ ପରେ ଚିକିତ୍ସାର ଫଟୋ ରହିଥିଲା।
ଫ୍ରେଞ୍ଚ୍ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ
ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା।...
ଲିସ୍ବନରେ ପହଞ୍ଚତ୍ଲେ ନୀରଜ
ନୂଆଦିଲ୍ଲୀ, ୮ା୬ (ପି.ଟି.)- ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ପର୍ତ୍ତୁଗାଲରେ ପହଞ୍ଚତ୍ଛନ୍ତି। ଜୁନ୍ ୧୦ରେ ଲିସ୍ବନରେ...
ଇତିହାସ ରଚିଲେ ଏହି କ୍ରିକେଟର୍: ୬୧ ବର୍ଷ ପରେ କଲେ ଏମିତି କାରନାମା
ସେଣ୍ଟ ଲୁସିଆ,୨୨।୬: ସେଣ୍ଟ ଲୁସିଆରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାମହାତୀ ସ୍ପିନର କେଶବ ମହାରାଜ ଇତିହାସ...
କୋଣ୍ଟାଙ୍କୁ ଚତୁର୍ଥ ଡବ୍ଲ୍ୟୁଟିଏ ଟାଇଟଲ
ନଟିଂହାମ୍(ୟୁକେ),୧୪ା୬- ବ୍ରିଟେନର ଜୋହାନା କୋଣ୍ଟା ନଟିଂହାମ୍ ଓପନ ଟେନିସ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଚାଇନାର ଝାଙ୍ଗ...
ସାଉଥାମ୍ପଟନରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ଲଣ୍ଡନ, ୩।୬:ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନର ଏଜେସ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ପାଇଁ...
ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବୋଲର୍ ହେଲେ ମୁରଲିଥରନ୍…
ନୂଆଦିଲ୍ଲୀ,୨୨।୬: ଟିମ୍ ଶ୍ରୀଲଙ୍କାର ପୂର୍ବତନ ସ୍ପିନର ମୁଥିଆ ମୁରଲିଥରନ୍ଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବୋଲର ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ ୫୦ ଜଣିଆ...
ଅପମାନଜନକ ଟୁଇଟ୍ ପାଇଁ ରବିନସନ୍ ସସ୍ପେଣ୍ଡ
ଲଣ୍ଡନ, ୮ା୬ (ଏପି)-ଇଂଲଣ୍ଡ ଫାଷ୍ଟ ବୋଲର ଓଲି ରବିନସନ୍ଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ସସ୍ପେଣ୍ଡ କରାଯାଇଛି। ୨୦୧୨-୧୩ରେ ସୋସିଆଲ ମିଡିଆରେ ସେ ଅପମାନଜନକ ଟୁଇଟ୍ ପୋଷ୍ଟ କରିଥିଲେ।...
ଭାରତୀୟ ଖେଳାଳିଙ୍କୁ ୩ ଦିନ ପରସ୍ପର ସହ ମିଶିବା ମନା
ସାଉଥାମ୍ପଟନ, ୫।୬(ପି.ଟି.)- ସମ୍ପ୍ରତି ୟୁନାଇଟେଡ କିଙ୍ଗ୍ଡମ୍ ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳର ୩ ଦିନିଆ କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ...


