ଲକ୍ଷ୍ନୌ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଜାରି ରହିଛି। ତେବେ ଭାକ୍ସିନ୍ର ୨ଟି ଡୋଜ୍ ନେବା ପରେ ବି ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେଉ ନ ଥିବା ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି। ଲକ୍ଷ୍ନୌ ମେଡ଼ିକାଲ କଲେଜ୍ରେ ଭାକ୍ସିନ୍ର ଉଭୟ ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ସ୍କ୍ରିନିଂ ଟେଷ୍ଟ୍ରୁ ଏହା ଜଣାପଡ଼ିଛି। ଭାକ୍ସିନ୍ର ଦୁଇ ଡୋଜ୍ ନେଇଥିବା ୭ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ଜଣାପଡ଼ିଛି। ମେଡ଼ିକାଲ କଲେଜର ବ୍ଲଡ୍ ଆଣ୍ଡ୍ ଟ୍ରାନ୍ସଫ୍ୟୁଜନ ବିଭାଗରେ ଏହି ସ୍କ୍ରିନିଂ ଟେଷ୍ଟ୍ କରାଯାଇଥିଲା। ସ୍ଥାନୀୟ କିଙ୍ଗ ଜର୍ଜ ଚିକିତ୍ସା ବିଶ୍ୱବିଦ୍ୟାଳୟର ବ୍ଲଡ୍ ଆଣ୍ଡ୍ ଟ୍ରାନ୍ସଫ୍ୟୁଜନ ବିଭାଗରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଆଣ୍ଟିବଡ଼ି ଯାଞ୍ଚ୍ କରାଯାଇଥିଲା। ଦେଶରେ ଏଭଳି ସ୍କ୍ରିନି ପ୍ରଥମ ଥର ପାଇଁ କରାଯାଇଥିବା କୁହାଯାଉଛି। ଇତିମଧ୍ୟରେ ୧,୦୦୦ ଜଣଙ୍କ ଆଣ୍ଟିବଡ଼ି ଟେଷ୍ଟ୍ କରାଯାଇଛି। ଆଗାମୀ ଦିନରେ ପ୍ରାୟ ୪,୦୦୦ ଲୋକଙ୍କର ଟେଷ୍ଟ୍ କରାଯିବ। ଏଭଳି କାହିଁକି ହେଉଛି ସେ ନେଇ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଥିବା ବ୍ଲଡ୍ ଆଣ୍ଡ୍ ଟ୍ରାନ୍ସଫ୍ୟୁଜନ ବିଭାଗର ମୁଖ୍ୟ ତୁଲିକା ଚନ୍ଦ୍ରା ପ୍ରକାଶ କରିଛନ୍ତି। ଭାକ୍ସିନ୍ର ଦୁଇ ଡୋଜ୍ ନେବା ପରେ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ନ ହେବା ପଛରେ କୌଣସି ହରମୋନ୍ର ପ୍ରଭାବ ରହିଛି କି ନାହିଁ ସେ ସମ୍ପର୍କରେ ଅଧିକ ଗବେଷଣା କରାଯିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।
ଭାକ୍ସିନ୍ର ୨ ଡୋଜ୍ ନେଲା ପରେ ବି ସୃଷ୍ଟି ହେଉନି ଆଣ୍ଟିବଡ଼ି, ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଲା…
Posted inକରୋନା ଭାଇରସ୍, ଜାତୀୟ View All
କରୋନାର ଦ୍ୱିତୀୟ ଲହର ନେଇଛି ୫୯୪ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ...
ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ
କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...
ଆକ୍ସନ୍ ମୋଡ୍ରେ ମାୟାବତୀ
ଲକ୍ଷ୍ନୌ,୩।୬: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି(ବିଏସ୍ପି) ବିଦ୍ରୋହୀ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ବିଏସ୍ପି ଅଧ୍ୟକ୍ଷ ମାୟାବତୀଙ୍କ ନିର୍ଦ୍ଦେଶରେ ଦଳୀ ନେତା...
୮ ଭାଇଭଉଣୀଙ୍କ ସହ ପିତାମାତାଙ୍କୁ କରି ଦିଆଯାଇଥିଲା ହତ୍ୟା, ପାକିସ୍ତାନରୁ ଭାରତ ଚାଲି ଆସି କୀର୍ତ୍ତିମାନ ରଚିଥିଲେ…
ନୂଆଦିଲ୍ଲୀ,୧୯।୬: କିମ୍ବଦନ୍ତୀ ଧାବକ ମିଲ୍ଖା ସିଂହଙ୍କ ପରଲୋକ ସହ ଏକ ଯୁଗର ଅବସାନ ହୋଇଛି। ଶୁକ୍ରବାର ରାତିରେ ସେ ଶେଷ ନିଶ୍ୱାସ ନେଇଥିବା ଖବର ଜଣାପଡ଼ିବା...
ଶେଷରେ ଭୁଲ୍ ବୁଝିପାରିଲେ କାନ୍ତା ପ୍ରସାଦ; ଗୌରବଙ୍କୁ ମାଗିଲେ କ୍ଷମା
ନୂଆଦିଲ୍ଲୀ,୧୩।୬: ବାବା କା ଢାବାର ମାଲିକ କାନ୍ତ ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାନ୍ତ ପ୍ରସାଦ...
୭୦ କୋଭି୍ଡ ଅନାଥଙ୍କ ଦାୟିତ୍ୱ ନେଲା ଲକ୍ଷ୍ନୌ ୟୁନିଭର୍ସିଟି
ଲକ୍ଷ୍ନୌ, ୧୭ା୬: ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ ୟୁନିଭର୍ସିଟି କରୋନାରେ ରୋଜଗାରିଆ ମାତାପିତାଙ୍କୁ ହରାଇଥିବା ୭୦ ଅନାଥ ପିଲାଙ୍କ ଦାୟିତ୍ୱ ନେଇଛି। ଏଥିସହ ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ,...
ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍ସି
ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...
ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା
ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି।...


