E-Paper
  • logo
  • Wednesday 17th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ, ଫୁରସତ

୮ ଭାଇଭଉଣୀଙ୍କ ସହ ପିତାମାତାଙ୍କୁ କରି ଦିଆଯାଇଥିଲା ହତ୍ୟା, ପାକିସ୍ତାନରୁ ଭାରତ ଚାଲି ଆସି କୀର୍ତ୍ତିମାନ ରଚିଥିଲେ…
2:18 pmJune 19, 2021

ନୂଆଦିଲ୍ଲୀ,୧୯।୬: କିମ୍ବଦନ୍ତୀ ଧାବକ ମିଲ୍‌ଖା ସିଂହଙ୍କ ପରଲୋକ ସହ ଏକ ଯୁଗର ଅବସାନ ହୋଇଛି। ଶୁକ୍ରବାର ରାତିରେ ସେ ଶେଷ ନିଶ୍ୱାସ ନେଇଥିବା ଖବର ଜଣାପଡ଼ିବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିଲା। କିଛି ଦିନ ପୂର୍ବରୁ ୯୧ ବର୍ଷୀୟ ମିଲ୍‌ଖା କରୋନାକୁ ହରାଇଥିଲେ। ହେଲେ ପୋଷ୍ଟ କୋଭିଡ୍‌ ସମସ୍ୟା ଯୋଗୁ ତାଙ୍କୁ ପୁନର୍ବାର ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ୟା ଧିରେ ଧିରେ ବଢ଼ିବା ପରେ ତାଙ୍କୁ ରକ୍ଷା କରାଯାଇପାରି ନ ଥିଲା।

ମିଲ୍‌ଖା ବିଭାଜନ ପୂର୍ବରୁ ୧୯୨୯ ନଭେମ୍ବର ୨୦ରେ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ତାଙ୍କ ଗାଁ ଗୋବିନ୍ଦପୁରା ମୁଜାଫରଗଡ଼ ଜିଲାରେ ପଡ଼ୁଥିଲା। ରାଜପୁତ ପରିବାରରେ ଜନ୍ମିତ ମିଲ୍‌ଖାଙ୍କ ମାତାପିତାଙ୍କ ବ୍ୟତିତ ୧୨ ଭାଇଭଉଣୀ ଥିଲେ। ହେଲେ ଦେଶ ବିଭାଜନ ସମୟରେ ତାଙ୍କ ପରିବାର ବେଶ୍‌ ଦୁଃଖଦ ଘଟଣାର ସାମ୍ନା କରିଥିଲା। କାରଣ ଏହି ସମୟରେ ତାଙ୍କର ୮ ଭାଇଭଉଣୀ ଏବଂ ପିତାମାତାଙ୍କୁ ହତ୍ୟା କରାଯାଇଥିଲା।

ବିଭାଜନ ସମୟରେ କୌଣସି ପ୍ରକାରେ ମିଲ୍‌ଖା ପରିବାରର ଅନ୍ୟ ୩ ବଞ୍ଚିଥିବା ବ୍ୟକ୍ତିଙ୍କ ସହ ଭାରତକୁ ପଳାଇ ଆସିଥିଲେ। ଏଠାରେ ପହଞ୍ଚିବା ପରେ ସେ ସେନାରେ ଯୋଗଦେବାକୁ ସ୍ଥିର କରିଥିଲେ। ୧୯୫୧ରେ ସେ ସେନାରେ ଯୋଗଦେଇଥିଲେ ମଧ୍ୟ। ଏହି ଗୋଟିଏ ନିଷ୍ପତ୍ତି ତାଙ୍କ ଜୀବନକୁ ପୁରା ବଦଳାଇଦେଇଥିଲା। ଏଥିଯୋଗୁ ସେ ଧୀରେ ଧୀରେ ନୂଆ କୀର୍ତ୍ତିମାନ ହାସଲ କରିଥିଲେ। ସେ ଭାରତର ଏକ ମହାନ ସ୍ପ୍ରିଣ୍ଟର ପାଲଟିଥିଲେ।

ଏକ ଦୌଡ଼ ପ୍ରତିଯୋଗିତାରେ ସେ ୩୯୪ଜଣ ସେନା କର୍ମଚାରୀଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ। ୧୯୫୮ରେ କମନଓ୍ବେଲଥ ଗେମ୍ସରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ସ୍ବାଧୀନ ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ।

କ୍ୟାରିୟର ଆରମ୍ଭରେ ମିଲ୍‌ଖା ଅଭ୍ୟାସ ପାଇଁ ଚଳନ୍ତା ଟ୍ରେନ୍‌ ପଛରେ ଦୌଡ଼ୁଥିଲେ। ଏହି ସମୟରେ ସେ ଅନେକ ଥର ଆହତ ମଧ୍ୟ ହୋଇଥିଲେ। ୧୯୬୦ରେ ରୋମ ଅଲିମ୍ପିକ୍ସ ଗେମ୍ସରେ ସେ ୪୫.୬ ସେକେଣ୍ଡ ସହ ଚତୁର୍ଥ ସ୍ଥାନରେ ରହି ମିଲ୍‌ଖା ଲୋକପ୍ରିୟ ହୋଇଥିଲେ। ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏବେ ତାଙ୍କର ୩ ଝିଅ ଏବଂ ପୁଅ ଜୀଭ ମିଲ୍‌ଖା ସିଂହ ଅଛନ୍ତି। ପିତାଙ୍କ ପରି ପୁଅ ଜୀଭ୍‌ ମଧ୍ୟ ୧୪ ଥର ଅନ୍ତର୍ଜାତୀୟ ଚାମ୍ପିଅନ୍‌ ହୋଇଥିବା ହେତୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ, ଫୁରସତ View All

‘ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ଟୁଇଟର ଉପରେ ଚାପ ପକାଉଛି କେନ୍ଦ୍ର’

କୋଲକାତା,୧୭।୬: ସବୁକିଛିକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର। ଏଥିରେ ବିଫଳ ହେଲେ ସରକାରୀ ସଂସ୍ଥା ମାଧ୍ୟମରେ ଚାପ ପ୍ରୟୋଗ କରାଯାଉଛି। ଟୁଇଟର...

ଅପରେଶନ୍‌ ଏଲ୍‌ଜେପି: ପୁତୁରା ବିରୋଧରେ ବିଦ୍ରୋହ କରି ସଂସଦୀୟ ଦଳର ନେତା ହେଲେ ପଶୁପତି

ପାଟନା/ନୂଆଦିଲ୍ଲୀ,୧୪।୬: ଏକଦା ବିହାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ନେତା ରାମ...

ରାଜଧାନୀରେ ଲୋକଙ୍କୁ ଘରେ ଯୋଗାଇ ଦିଆଯିବ ମଦ: ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ…

ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଲୋକଙ୍କ ଘରେ ମଦ ପହଞ୍ଚାଇବା ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ମଞ୍ଜୁରୀ...

ଅଭିନେତ୍ରୀ ପାୟଲ ଗିରଫ

ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ...

ଭାରତ ୨ ପାଦ ତଳକୁ ଖସିଲା

ନୂଆଦିଲ୍ଲୀ,୭।୬: ୧୭ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ରେ ଭାରତ ୨ ସ୍ଥାନ ତଳକୁ ଖସି ୧୧୭ତମ ସ୍ଥାନରେ ରହିଛି। ୨୦୧୫ରେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର...

ବାପାଙ୍କ ମୃତ୍ୟୁ ପରେ କାହିଁକି ଖେଳ ଛାଡ଼ି ଦେଇଥିଲେ ନମ୍ବର ଓ୍ବାନ୍‌ ଫାଇଟର

ମିକ୍ସଡ୍‌ ମାର୍ସାଲ ଆଟର୍‌ସ(ଏମ୍‌ଏମ୍‌ଏ)ରେ ‘ଦି ଇଗଲ’ ଭାବେ ପରିଚିତ ରୁଷିଆନ ଫାଇଟର ଖବିବ୍‌ ନୁରମାଗୋମେଡୋଭ। ଏହି ୩୨ ବର୍ଷୀୟ ଫାଇଟର ନିଜ କ୍ୟାରିୟରର ଶୀର୍ଷରେ ଥିବାବେଳେ...

ପ୍ରିୟଙ୍କା-ରାହୁଲଙ୍କ ସହ ହୋଇପାରିଲାନି ସାକ୍ଷାତକାର: ନିରାଶ ହୋଇ ଫେରିଲେ ସଚିନ

ନୂଆଦିଲ୍ଲୀ,୧୬।୬: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାନୈତିକ ସଙ୍କଟ ଜାରି ରହିଛି। ଦୁହିଁଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନା...

ହାତୀ ଖାଉଛି ହେଲମେଟ୍‌ : ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଏକଦା ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ ଏହି ଅଭିନେତ୍ରୀ , ବର୍ତ୍ତମାନର ପାରିଶ୍ରମିକ ଜାଣିଲେ…
Next Post Next post:
ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟିରୁ ଅଧିକ: ଖଣ୍ଡନ କଲେ କେନ୍ଦ୍ର ସରକାର…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts