ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ ଜୀବନରେ ମାରିଦେବାକୁ ଧମକ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ସୋସାଇଟିର ଚେୟାରମ୍ୟାନଙ୍କ ବିରୋଧରେ ପାୟଲ ଗାଳିଗୁଲଜ କରିଥିଲେ। ଏହାପରେ ବିବାଦ ବଢ଼ିବା ପରେ ସେ ଉକ୍ତ ପୋଷ୍ଟକୁ ଡିଲିଟ୍ କରିଦେଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଜୁନ ୨୦ରେ ସୋସିଆଇଟି ଏଜିଏମ୍ ମିଟିଂରେ ପାୟଲ ସଦସ୍ୟ ନ ହେବା ସତ୍ତ୍ୱେ ମିଟିଂକୁ ଯାଇଥିଲେ। ଯେତେବେଳେ ସେଠାରେ ତାଙ୍କୁ କିଛି କହିବାକୁ ମନାକରାଯାଇଥିଲା, ସେତେବେଳେ ସେ ସମସ୍ତଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ସୋସାଇଟିରେ ପିଲାମାନଙ୍କ ଖେଳିବାକୁ ନେଇ ମଧ୍ୟ ପାୟଲ ଅନେକ ଥର ଝଗଡ଼ା କରିଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ୨୦୧୯ରେ ମଧ୍ୟ ପାୟଲ ଗିରଫ ହୋଇସାରିଛନ୍ତି। ରାଜସ୍ଥାନର ବୁନ୍ଦି ପୋଲିସ ତାଙ୍କୁ ଅହମଦାବାଦରୁ ଗିରଫ କରିଥିଲା। ଏହାପରେ ତାଙ୍କୁ ରାଜସ୍ଥାନ କୋର୍ଟରୁ ଜାମିନ ମିଳିଥିଲା।
ଚାପରେ ଯାଚିଲେ ଟିକା
ନୂଆଦିଲ୍ଲୀ, ୮ା୬: କୋଭିଡ୍-୧୯କୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ଭାବେ ଟିକାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତରେ ଅଦ୍ୟାବଧି ମାତ୍ର...
ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ
ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ଦେଢ଼ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ରାଜକୋଟ ଜିଲା ଭୟଭଦର ଚା’ ଦୋକାନୀ...
୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତ …
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଯୋଗୁ ପୁଣି ବିପଦ...
ଅଭିନେତାଙ୍କୁ ଭଲ ପାଇ ପଶ୍ଚାତାପ କରୁଛନ୍ତି ଏହି ଅଭିନେତ୍ରୀ, କହିଲେ ଜୀବନରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ କାହାକୁ ଭଲ ପାଇବିନି
ମୁମ୍ବାଇ: ଅଭିନେତ୍ରୀ ମିନୀଷା ଲାମ୍ବା ଆଜିକାଲି ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇବା ପରେ ଜଣେ ବ୍ୟକ୍ତିଙ୍କ ସହ ରିଲେସନଶିପ୍ରେ ରହୁଥିଲେ।...
ଉପ ରାଷ୍ଟ୍ରପତିଙ୍କ ଆକାଉଣ୍ଟ୍ରୁ ବ୍ଲୁ ଟିକ୍ ହଟାଇଲା ଟୁଇଟର୍…
ନୂଆଦିଲ୍ଲୀ,୫।୬: ଟୁଇଟର୍ ଏବେ ବିବାଦରେ ଘେରରେ ପଡ଼ିଛି। ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମ ପାଳନ କରିବା ନେଇ ଟୁଇଟୁର ବିବାଦରେ ରହିଥିବାବେଳେ...
‘ଏ’ ନାଁ ଲେଖି ହାତରେ ଟାଟୁ କଲେ ଅର୍ଜୁନ କପୁର : ଜାଣନ୍ତୁ ସେ କିଏ
ବଲିଉଡ ଅଭିନେତା ଅର୍ଜୁନ କପୁର ଆଜିକାଲି ତାଙ୍କ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ...
ଦିବାଲୋକରେ ଭାଜପା ନେତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ
ବେଙ୍ଗାଲୁରୁ,୨୪।୬: କର୍ନାଟକରେ ଶାସନ କରୁଥିବା ଭାଜପାର ନେତ୍ରୀ ତଥା ଦୁଇ ଥର ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) କର୍ପୋରେଟର ରେଖା କାଦିରେଶଙ୍କୁ ହତ୍ୟା କରାଯାଇଛି।...
ହସ୍ପିଟାଲରୁ ଘରକୁ ଫେରିିଲେ ଦିଲ୍ଲୀପ କୁମାର: ସାୟରା କହିଲେ, ପ୍ରଶଂସକ ପ୍ରାର୍ଥନା ପାଇଁ…
ମୁମ୍ବାଇ,୧୧।୬: ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୁକ୍ରବାର ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି।...


