E-Paper
  • logo
  • Saturday 25th July 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inକରୋନା ଭାଇରସ୍‌, ଜାତୀୟ

ଚାପରେ ଯାଚିଲେ ଟିକା
9:27 amJune 8, 2021

ନୂଆଦିଲ୍ଲୀ, ୮ା୬: କୋଭିଡ୍‌-୧୯କୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ଭାବେ ଟିକାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତରେ ଅଦ୍ୟାବଧି ମାତ୍ର ୨୩କୋଟିରୁ ସାମାନ୍ୟ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି। ଚାହିଦା ମେଣ୍ଟାଇବା ପାଇଁ ଉତ୍ପାଦନ ଯଥେଷ୍ଟ ହୋଇପାରୁ ନ ଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରେ ବିଭ୍ରାଟ ଦେଖାଦେଲାଣି। ବିଶେଷକରି କେନ୍ଦ୍ର ସରକାରଙ୍କ ବଦଳୁଥିବା ନୀତି ଯୋଗୁ ଟିକାକରଣ ବାଧାପ୍ରାପ୍ତ ହେଉଛି। ପୂର୍ବରୁ କେନ୍ଦ୍ର ସରକାର ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ମାଗଣା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକା ଦିଆଯିବାର ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହି ବର୍ଗ ପାଇଁ ରାଜ୍ୟ ସରକାରଗୁଡ଼ିକ ଅର୍ଥ ବହନ କରିବାକୁ କୁହାଗଲା। ଏହାସତ୍ତ୍ୱେ ଟିକାକରଣ ସୁରୁଖୁରୁରେ ହୋଇପାରିଲା ନାହିଁ। ସେଥିପାଇଁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଆହ୍ବାନ କଲେ। ଆମେରିକାର ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ନା ପଞ୍ଜାବ ସରକାରଙ୍କୁ ସିଧାସଳଖ ଟିକା ଦେବାକୁ ମନା କରିବା ଏବଂ କମ୍ପାନୀ କେବଳ ଭାରତ ସରକାରଙ୍କ ସହ ଚୁକ୍ତି କରିବ ବୋଲି କହିଥିଲା। ତା’ ପରଠାରୁ ଗ୍ଲୋବାଲ ଟେଣ୍ଡର ନେଇ ଆଶଙ୍କା ସୃଷ୍ଟି ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ୧୧ ଅଣଭାଜପା ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଉପରେ ଟିକାକରଣ ନେଇ ସମସ୍ତେ ଚାପ ପକାଇବାକୁ କହିଥିଲେ। ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସବୁ ଟିକା କେନ୍ଦ୍ର କ୍ରୟ କରି ରାଜ୍ୟଗୁଡ଼ିକୁ ଯୋଗାଉ ବୋଲି ଉଲ୍ଲେଖ କରିଥିଲେ। ଅନ୍ୟଏକ ଘଟଣାକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୮ ରୁ ୪୪ ବର୍ଗ ବୟସଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଟିକା ଦେଉଥିବା କହି ଟିକା ପ୍ରମାଣପତ୍ରରେ ନିଜ ଫଟୋ ରଖିଥିଲେ। କିନ୍ତୁ ଦେଶସାରା ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ଲଗାଯାଉଥିବାରୁ ମମତାଙ୍କ ଏଭଳି ପଦକ୍ଷେପ କେନ୍ଦ୍ରକୁ ଅଡ଼ୁଆରେ ପକାଇଥିଲା। ଗୋଟିଏପଟେ ସବୁ ରାଜ୍ୟ ଟିକା ଯୋଗାଣ ନେଇ କେନ୍ଦ୍ର ଉପରେ ଚାପ ପକାଉଥିବାବେଳେ ଅନ୍ୟପଟେ ମମତାଙ୍କ ବ୍ୟବହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କଲାଭଳି ସ୍ଥିତି ସୃଷ୍ଟି କରିଛି ବୋଲି ଆଲୋଚନା ହେଲାଣି। ସମ୍ଭବତଃ ଚାପରେ ପଡ଼ି ମୋଦି ୧୮ରୁ ଊର୍ଦ୍ଧ୍ୱଙ୍କୁ ଟିକା ଯାଚିଛନ୍ତି ବୋଲି କୁହାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ କହିଛନ୍ତି, ଆସନ୍ତା ୨୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କ ପାଇଁ କେନ୍ଦ୍ର ସରକାର କୋଭିଡ୍‌ ଟିକା ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଇ ଦେବେ। ଆଗାମୀ ଦିନରେ ଦେଶରେ ଟିକା ଯୋଗାଣ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ମୋଦି ଘୋଷଣା କରିଛନ୍ତି। ଟିକା ଉତ୍ପାଦନକାରୀଙ୍କଠାରୁ କେନ୍ଦ୍ର ସରକାର ରାଜ୍ୟ କୋଟା ୨୫ ପ୍ରତିଶତ ସମେତ ୭୫ ପ୍ରତିଶତ ଟିକା କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଟିକା ମାଗଣାରେ ରାଜ୍ୟଗୁଡ଼ିକୁ ଯୋଗାଇଦିଆଯିବ। ତେବେ ଘରୋଇ ହସ୍ପିଟାଲଗୁଡ଼ିକ ୨୫ ପ୍ରତିଶତ ଟିକା କିଣିପାରିବେ। ସେମାନେ ଧାର୍ଯ୍ୟ ଦରରେ ଟିକା ଦେବା ସହ ସେବା ବାବଦକୁ ୧୫୦ ଟଙ୍କାରୁ ଅଧିକ ନେଇପାରିବେ ନାହିଁ।
ଏଥିସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ବାଇ)ରେ ହିତାଧିକାରୀମାନଙ୍କୁ ଚଳିତ ବର୍ଷ ଦୀପାବଳି ପର୍ଯ୍ୟନ୍ତ ମାଗଣାରେ ରାଶନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନାରେ ୮୦ କୋଟି ଦେଶବାସୀ ନଭେମ୍ବର ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟଶସ୍ୟ ପାଇବେ। ମହାମାରୀ ସଙ୍କଟ କାଳରେ ସରକାର ଗରିବ ଜନସାଧାରଣଙ୍କ ସହଯୋଗୀ ଭାବେ ସେମାନଙ୍କ ପାଖରେ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କରୋନା ମହାମାରୀ ଯୋଗୁ ଗତବର୍ଷ ମାର୍ଚ୍ଚରେ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା ହେବାରୁ କୋଟି କୋଟି ଲୋକ ଜୀବିକା ହରାଇ ଦୁର୍ଦ୍ଦିନର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ସହାୟତା ପାଇଁ କେନ୍ଦ୍ର ସରକାର ମାଗଣା ରାଶନ ଘୋଷଣା କରିଥିଲେ। ଗରିବ ଜନସାଧାରଣ ଯେପରି ଭୋକିଲା ନ ରହିବେ ସେଥିପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସେମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇଦେବା ସରକାରଙ୍କର ଲକ୍ଷ୍ୟ ଥିଲା। ସମସ୍ତ ରାଶନ କାର୍ଡଧାରୀ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀ ଏହି ମାଗଣା ଖାଦ୍ୟଶସ୍ୟ ପାଇପାରିବେ। ପିଏମ୍‌ଜିକେଏଓ୍ବାଇ ଯୋଜନାରେ ମେ’ ମାସରେ ୨୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ ବଣ୍ଟନ ହୋଇଥିବାବେଳେ ଜୁନ୍‌ରେ ୧.୩ ଲକ୍ଷ ନିୟୁତ ଟନ୍‌ ଦିଆଯାଇଛି।
କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅନେକ ରାଜ୍ୟ ଅନ୍‌ଲକ ଦିଗରେ ସତର୍କତାର ସହ ପଦକ୍ଷେପ ନେଉଛନ୍ତି ଓ କଟକଣା କୋହଳ କରୁଛନ୍ତି। ଭୂତାଣୁ ବିରୋଧରେ ଟିକା ହେଉଛି ଏକ ସୁରକ୍ଷା କବଚ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଆଗାମୀ ଦିନରେ ଯୋଗାଣ ବଢ଼ିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭାରତରେ ୭ଟି କମ୍ପାନୀ କୋଭିଡ୍‌ ଟିକା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩ଟି ଟିକାର ଅଗ୍ରିମ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ଏହା ବ୍ୟତୀତ ବିଦେଶୀ ଟିକା ସଂଗ୍ରହ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ବିତ କରାଯାଇଛି। ଶିଶୁମାନେ କରୋନାରେ ସଂକ୍ରମିତ ହେଉଥିବା ନେଇ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଥିବାବେଳେ ଏଦିଗରେ ଦୁଇଟି ଟିକାର ପରୀକ୍ଷା କରାଯାଉଛି। ସେହିପରି ନାଜାଲ ସ୍ପ୍ରେ ଭାକ୍ସିନ୍‌ ଉପରେ ମଧ୍ୟ ଗବେଷଣା ଚାଲିଛି।
ଭାରତ ଖୁବ୍‌ କମ୍‌ ସମୟ ମଧ୍ୟରେ ଦୁଇଟି କୋଭିଡ୍‌ ଟିକା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୨୩ କୋଟି ଡୋଜ୍‌ ଟିକା ଦିଆଗଲାଣି। ମହାମାରୀ ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ଏବଂ ଜରୁରୀ ଔଷଧ ଉତ୍ପାଦନ ବୃଦ୍ଧି ପାଇଛି ବୋଲି ମୋଦି କହିଥିଲେ। ଦେଶରେ ନୂଆ ସ୍ବାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ସୃଷ୍ଟି ହୋଇଛି। ତେବେ ମହାମାରୀରେ ଅନେକେ ପ୍ରାଣ ହରାଇଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

ସୁପ୍ରିମକୋର୍ଟଙ୍କ ସମୀକ୍ଷାର ପ୍ରଭାବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଟିକାକରଣ ନୀତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପାଇଁ କେନ୍ଦ୍ର ଟିକା କିଣିବ ଏବଂ ୧୮ରୁ ୪୪ ବର୍ଷ ବର୍ଗର ସମସ୍ତଙ୍କ ପାଇଁ ମାଗଣା ଟିକା ଯୋଗାଇ ଦିଆଯିବ ବୋଲି ମୋଦି କହିଛନ୍ତି। ସୁପ୍ରିମକୋର୍ଟ ନିଜଆଡୁ କୋଭିଡ୍‌ ପ୍ରସଙ୍ଗକୁ ବିଚାରକୁ ନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ପରେ ସରକାର ଟିକା ନୀତିରେ ଏଭଳି ପରିବର୍ତ୍ତନ କରିଥିବା କୁହାଯାଉଛି।
ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଏଲ୍‌. ନାଗେଶ୍ୱର ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ରର ଟିକା ନୀତିକୁ ନେଇ ଗତ ସପ୍ତାହରେ ଚିନ୍ତାବ୍ୟକ୍ତ କରିଥିଲେ।
ଦୁଇ ପ୍ରକାର ମୂଲ୍ୟ ଏବଂ ସଂଗ୍ରହ ନୀତି ଯୋଗୁ ରାଜ୍ୟଗୁଡ଼ିକ ସିଧାସଳଖ ଘରୋଇ କମ୍ପାନୀଠାରୁ ଧାର୍ଯ୍ୟ ଦରରେ ଟିକା କିଣିବାକୁ ବାଧ୍ୟ ହେବେ। ଜନସାଧାରଣଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟଗୁଡ଼ିକର ସମାନ ସାମ୍ବିଧାନିକ ଆନୁଗତ୍ୟ ରହୁଥିଲାବେଳେ ଏହା ରାଜ୍ୟଗୁଡ଼ିକ ପ୍ରତି ପାତରଅନ୍ତର ବୋଲି ଅଦାଲତ ଅନୁଭବ କରିଥିଲେ। ସେହିପରି ସରକାରଙ୍କ ମାଗଣା ଟିକାକରଣ ଯୋଜନାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କୁ ବାଦ୍‌ ଦେବାକୁ ନେଇ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଥିଲେ। କରୋନାର ଦ୍ୱିତୀୟ ଲହରରେ ଏହି ବୟସ ବର୍ଗର ଲୋକେ ଅଧିକ ସଂକ୍ରମିତ ହେଉଥିବାବେଳେ ସେମାନଙ୍କୁ ମାଗଣା ଟିକାକରଣରୁ ବାଦ୍‌ ଦିଆଯିବା ମନମାନି ଓ ଯୁକ୍ତିସଙ୍ଗତ ନୁହେଁ ବୋଲି କୋର୍ଟ ଦର୍ଶାଇଥିଲେ।
ସୂଚନାଯୋଗ୍ୟ ଅଧିକାଂଶ ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଟିକା ନୀତିରେ ସଂଶୋଧନ ହେବା ନେଇ ସପ୍ତାହେ ପୂର୍ବରୁ କୌଣସି ସୂଚନା ନ ଥିଲା। ଏପରିକି ଟିକା ନୀତି ଠିକ୍‌ଠାକ୍‌ ଚାଲିଛି ବୋଲି ମେ’ ୩୦ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ। ମେ’ ୩୧ରେ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ଟିକା କିଣାର ସବିଶେଷ ବିବରଣୀ ମାଗିବା ସହ ନୀତି ସମ୍ପର୍କିତ ସମସ୍ତ ଆନୁଷଙ୍ଗିକ କାଗଜାତ ଦାଖଲ କରିବାକୁ କହିଥିଲେ। ବଜେଟରେ ଟିକା ପାଇଁ ୩୫,୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ୧୮ରୁ ୪୪ ବର୍ଷ ବୟସର ଲୋକମାନଙ୍କୁ ମାଗଣା ଟିକା ଦେବାରେ ଏହି ଅର୍ଥ ଖର୍ଚ୍ଚ କରାଯାଇପାରିବ ନାହଁ କାହିଁକି ତା’ର ଜବାବ ମାଗିଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୧ରେ ସମସ୍ତଙ୍କୁ ସ୍ବାସ୍ଥ୍ୟ ଅଧିକାର ସମେତ ଜୀବନଧାରଣ ଅଧିକାର ଦିଆଯାଇଛି। ସେଥିପାଇଁ କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସହ ବୁଝାମଣା କରି ସମସ୍ତ ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇବା ଠିକ୍‌ ହେବ ବୋଲି ଖଣ୍ଡପୀଠ କହିଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inକରୋନା ଭାଇରସ୍‌, ଜାତୀୟ View All

ଦ୍ୱାଦଶ ମୂଲ୍ୟାୟନ ସୂତ୍ରକୁ ମୋହର

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବଂ କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ...

ଆଜି ରାଜ୍ୟରୁ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ ଲଗାତର କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬୧୧୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

କୋଭାକ୍ସିନ୍‌ରେ ନବଜାତ ବାଛୁରୀ ସିରମ୍‌: ଗୋହତ୍ୟା ଅଭିଯୋଗ ଆଣିଲା କଂଗ୍ରେସ…

ନୂଆଦିଲ୍ଲୀ,୧୬।୬: ଭାରତ ବାୟୋଟକ୍‌ ଦ୍ୱାରା ତିଆରି ହୋଇଥିବା କୋଭାକ୍ସିନ୍‌ ଟିକାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ପଚରା ଯାଇଥିବା ଏକ...

ଦିଲ୍ଲୀ ଏମ୍ସରେ ଛୁଆଙ୍କ ଉପରେ ହେବ ଟିକା ପରୀକ୍ଷା

ନୂଆଦିଲ୍ଲୀ, ୧୪।୬: ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ତଥା ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷା ଦିଲ୍ଲୀ ଏମ୍ସରେ ମଙ୍ଗଳବାରଠାରୁ ୬ରୁ ୧୨...

କଳା କାର୍ବନ ହିମାଳୟ ପାଇଁ ବଡ଼ ବିପଦ, ଜାଣନ୍ତୁ କାହିଁକି

ଉତ୍ତରାଖଣ୍ଡ,୧୧ା୬: ହିମାଳୟ ପ୍ରତି କଳା କାର୍ବନ ବଡ଼ ବିପଦ ସୃଷ୍ଟି କରିବ। କାରଣ କଳା କାର୍ବନ ଯୋଗୁ ଗ୍ଲେସିୟର ଦ୍ରୁତ ଗତିରେ ତରଳିବାର ଭୟ ରହିଛି।...

କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଏକ୍‌ମୋ ମେଶିନ

ଭୁବନେଶ୍ୱର, ୧୦ା୬(ବ୍ୟୁରୋ): କରୋନାରେ ଗୁରୁତର ରୋଗୀଙ୍କ ପାଇଁ ଏବେ ଏକ୍‌ମୋ ଚିକିତ୍ସା ଜରୁରୀ ହୋଇପଡୁଛି। ରାଜ୍ୟରେ କୌଣସି ସରକାରୀ ହସ୍ପିଟାଲରେ ଏହି ମେଶିନ ନ ଥିବାରୁ...

ଆଜି ରାଜ୍ୟରୁ ୩୦୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୦୩୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଅଧିକ ତାଣ୍ଡବ ରଚିବା ଆଶଙ୍କା…

ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍‌ର ନୂଆ ରୂପ ଡେଲ୍ଟା...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ବିପଜ୍ଜନକ ହୋଇପାରେ ମୌସୁମୀ
Next Post Next post:
କରୋନା ଗ୍ରାଫ୍‌ ତଳମୁହାଁ: ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମିଲା…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts