ପାଟନା/ନୂଆଦିଲ୍ଲୀ,୧୪।୬: ଏକଦା ବିହାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ନେତା ରାମ ବିଳାସ ପାସଓ୍ବାନଙ୍କ ନିଧନ ପରେ ଏଲ୍ଜେପିରେ ଲଗାତର ବିବାଦ ଘନେଇବାରେ ଲାଗିଛି। ତାଙ୍କ ବିୟୋଗର ମାତ୍ର ୮ମାସ ପରେ ଦଳ ଭାଙ୍ଗିବାରେ ଲାଗିଛି। ରାମବିଳାସଙ୍କ ଭାଇ ପଶୁପତି କୁମାର ପାରସ ଦଳର ଅନ୍ୟ ଏମ୍ପିଙ୍କ ସହ ମିଶି ଚିରାଗଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ଦଳର ଏମ୍ପିମାନେ ଚିରାଗ ପାସଓ୍ବାନଙ୍କୁ ଲୋକ ସଭାରେ ନେତାଙ୍କ ପଦରୁ ହଟାଇ ଦେଇଛନ୍ତି। ଆଉ ତାଙ୍କ ସ୍ଥାନରେ ସୋମବାର ପଶୁପତି କୁମାର ସର୍ବସମ୍ମତିକ୍ରମେ ଲୋକ ସଭାରେ ଏଲ୍ଜେପିର ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଜୁନ ୧୩ରେ ବସିଥିବା ଏକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ସୋମବାର ଏଲ୍ଜେପିର ୫ବିଦ୍ରୋହୀ ନେତା ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଥିଲେ। ଏନେଇ ସେ ବାଚସ୍ପତିଙ୍କୁ ଜଣାଇଛନ୍ତି। ଏହା ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ପଶୁପତି ପାରସ ସକହିଛନ୍ତି, ସେ ଦଳକୁ ଭାଙ୍ଗି ନାହାନ୍ତି ବରଂ ବଞ୍ଚାଇବାକୁ ଉଦ୍ୟମ କରିଛନ୍ତି। ଅନ୍ୟପଟେ ଦଳରେ ବିଦ୍ରୋହ ପରେ ସକାଳେ ଚିରାଗ ପାସୱାନ ନିଜ ଦାଦା ପଶୁପତି ପାରସଙ୍କୁ ଭେଟିବାକୁ ଦିଲ୍ଲୀ ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ପଶୁପତି ଦୀର୍ଘ ସମୟ ଧରି ଘରର କବାଟ ଖୋଲି ନ ଥିଲେ। ଫଳରେ ଚିରାଗଙ୍କୁ ପାଖାପାଖି ୨୦ ମିନିଟ ଧରି ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାପରେ ସେ ଘର ଭିତରକୁ ଯାଇଥିଲେ।
ଲକ୍ଷ୍ୟ କେତେ ଦୂର
ନୂଆଦିଲ୍ଲୀ/ କୋଲକାତା,୩ା୬: ୨୦୨୧ ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାର ୧୦୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସ୍ଥିର କରିଛନ୍ତି। ତେବେ ବର୍ତ୍ତମାନର ମନ୍ଥର ଟିକାକରଣକୁ...
ସୋସିଆଲିଜିମ ହାତ ଧରିଲେ ମମତା ବାନାର୍ଜୀ
ଚେନ୍ନାଇ,୧୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାମ ପନ୍ଥୀ ରାଜନୀତିରେ ଚିରପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। କିନ୍ତୁ ମମତାଙ୍କ ନାମଧାରୀ କନ୍ୟା ତାମିଲନାଡୁ ସାଲେମଠାରେ ସୋସିଆଲିଜିମ ନାମକ...
ସିସିଆଇ ନୋଟିସ ଉପରେ ରୋକ ଲଗାଯାଉ
ନୂଆଦିଲ୍ଲୀ, ୨୨ା୬: ନୂତନ ଗୋପନୀୟତା ନୀତିର ଅନୁସନ୍ଧାନ ବାବଦରେ ସୂଚନା ଦେବାକୁ କୁହାଯାଇ କମ୍ପିଟେଶନ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ଉପରେ...
ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା
କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...
ଶେଷ ହେଲା ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ,୨।୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ର କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। ତାଙ୍କ ସ୍ଥାନରେ କେନିୟା...
୩ ହେଲିକପ୍ଟର ନେଇ ସହରରେ ପହଞ୍ଚିଲେ ରଦ୍ଦିଓ୍ବାଲା: ଆଉ ତା’ପରେ…
ଚଣ୍ଡିଗଡ଼,୨୩।୬: ପଞ୍ଜାବ ମନସାର ଜଣେ ରଦ୍ଦିଓ୍ବାଲା ଭାରତୀୟ ସେନାଠାରୁ ୬ ଗ୍ରାଉଣ୍ଡେଡ୍ ହେଲିକପ୍ଟର କ୍ରୟ କରିଛନ୍ତି। ଯାହାକୁ ଦେଖିବା ପାଇଁ ସହରରେ ପ୍ରବଳ ଭିଡ଼ ଜମିଥିବା...
ପୁଣି ବିପଦ ମାଡ଼ି ଆସୁଛି: ଭାରତରେ ମାରାତ୍ମକ ନୂଆ ଭାରିଆଣ୍ଟ୍ ଚିହ୍ନଟ…
ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ବିପଦ ଉପରେ ପୁଣି...
ଭାକ୍ସିନ୍ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍…
ନୂଆଦିଲ୍ଲୀ,୩।୬:ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ...


