ନୂଆଦିଲ୍ଲୀ,୩।୬:ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍ ଅଭାବ ଯୋଗୁ ଟିକାଦାନ ପ୍ରକ୍ରିୟାରେ ସାମୟିକ ବାଧା ସୃଷ୍ଟି ହୋଇଛି। ବିଦେଶୀ ଭାକ୍ସିନ୍ ମର୍ଡନା ଏବଂ ଫାଇଜର ଟିକା ଭାରତରେ ଦିଆଯିବା ଲାଗି ସମସ୍ୟା ଦେଖାଦେଇଛି। ଏସବୁ ଭାକ୍ସିନ୍ ଯୋଗୁ ସୃଷ୍ଟି ହେଉଥିବା ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଏକ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି। ଭାକ୍ସିନ୍ର ଡୋଜ୍ ନେବା ପରେ ଜୀବନ ଗଲେ ଅବା କୌଣସି କ୍ଷୟକ୍ଷତି ଘଟିଲେ ସେଥିପାଇଁ ଦୁଇ କମ୍ପାନୀ ଜବାବଦେହୀରୁ ବର୍ତ୍ତିବା ପାଇଁ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି। ମର୍ଡନା ଏବଂ ଫାଇଜର ଶୈଳୀରେ କୋଭିଶିଲ୍ଡ ଭାକ୍ସିନ୍ ନିର୍ମାତା ସେରମ୍ ଇନିଷ୍ଟଚ୍ୟୁଟ୍ ଜବାବଦେହୀରୁ ଦୂରେଇ ରହିବାକୁ ଦାବି କରିଛି। ଏକ୍ଷେତ୍ରରେ ସରକାରଙ୍କକ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବା ଲାଗି ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି।
ଭାକ୍ସିନ୍ ନେଇ ଜୀବନ ଗଲେ କ୍ଷତି ପୂରଣ ଦେବନି କମ୍ପାନୀ: ମର୍ଡନା-ଫାଇଜର ପରେ ଏବେ ଦାବି କଲା ସେରମ୍…
Posted inକରୋନା ଭାଇରସ୍, ଜାତୀୟ View All
ଅକ୍ଟୋବରରେ ତୃତୀୟ ଲହର
ବେଙ୍ଗାଲୁରୁ, ୧୯।୬: ଭାରତରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦିଓ ବର୍ତ୍ତମାନର ସଂକ୍ରମଣଠାରୁ ତୃତୀୟ...
ଟିକା ନେବା ସତ୍ତ୍ୱେ ୨୭୪ ଆକ୍ରାନ୍ତ
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ନେବା ପରେ କରୋନାରେ ଆକ୍ରାନ୍ତଙ୍କ ସମ୍ପର୍କରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ଏକ ଗବେଷଣା କରିଥିଲା। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରୁ...
କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ,୩।୬: କରୋନା ଭାଇରସ୍ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା...
ଖୁସି ଖବର ଦେଲେ ଚହଲ: ଶେୟାର କଲେ ଫଟୋ
ନୂଆଦିଲ୍ଲୀ,୧୧।୬: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ପରିବାର ସହ ସମୟ ବିତାଉଛନ୍ତି। ସେ ଗୁରୁବାର ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି।...
ହାତ ଯୋଡି ଏମିତି ଅପିଲ୍ କଲେ ରାଜ୍ୟପାଳ
କୋଲକତା,୧୪।୬: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସୋମବାର ନିର୍ବାଚନ ଫଳାଫଳ ପରେ ରାଜ୍ୟରେ ହିଂସା ଘଟଣାକୁ ନେଇ ଏକ ବୈଠକ କରିଥିଲେ।...
ଚଳନ୍ତା ଟ୍ରେନ୍ର ଟଏଲେଟ୍ ସାମ୍ନାରେ ବିବାହିତା ମହିଳାଙ୍କ ମୁଣ୍ଡରେ ସିନ୍ଦୁର ଦେଲେ ଯୁବକ, କାରଣ ଜାଣିଲେ…
ପାଟଣା,୧୧ା୬: ବିହାରର ସୁଲତାନଗଞ୍ଜରୁ ଏମିତି ଏକ ବିବାହ ଖବର ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ ଘଟଣା। ଜଣେ ବିବାହିତା ମହିଳା...
ରାମଦେବଙ୍କୁ କରୋନା ସହିତ ତୁଳନା କଲେ ରାକ୍ଷୀ ସାଓ୍ବନ୍ତ…
ମୁମ୍ବାଇ,୯।୬: ସବୁବେଳେ ନିଜ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡ଼ିଓ ଏବେ...
ସବୁ ଜିଲାରେ ଗାଡ଼ି ପଞ୍ଜୀକରଣ, ବିକ୍ରୟକୁ ଅନୁମତି
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ଲକ୍ଡାଉନ୍ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ସମସ୍ତ ଜିଲାରେ ଅଟୋମୋବାଇଲ୍ ଶୋ’ରୁମ୍ଗୁଡ଼ିକ ଖୋଲାଯିବା ସହ ନୂତନ ଗାଡ଼ି ପଞ୍ଜୀକରଣ ଓ ବିକ୍ରୟ...


