ବେଙ୍ଗାଲୁରୁ, ୧୯।୬: ଭାରତରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଅକ୍ଟୋବର ସୁଦ୍ଧା ଆସିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯଦିଓ ବର୍ତ୍ତମାନର ସଂକ୍ରମଣଠାରୁ ତୃତୀୟ ଲହରକୁ ଅଧିକ ଭଲ ଭାବରେ ନିୟନ୍ତ୍ରଣ କରାଯାଇପାରିବ, ତେବେ ମହାମାରୀ ଅନୂ୍ୟନ ଆଉ ବର୍ଷେ ପାଇଁ ଜନସ୍ବାସ୍ଥ୍ୟ ପ୍ରତି ବିପଦ ହୋଇ ରହିବ ବୋଲି ସେମାନେ କହିଛନ୍ତି। ରଏଟର୍ସ ପକ୍ଷରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ବିଶ୍ୱର ୪୦ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞ, ଡାକ୍ତର, ବୈଜ୍ଞାନିକ, ଭୂତାଣୁ ବିଜ୍ଞାନୀ, ମହାମାରୀ ବିଜ୍ଞାନୀ ଓ ପ୍ରଫେସରମାନଙ୍କ ମତାମତ ନିଆଯାଇଥିଲା। ଟିକାକରଣକୁ ଯଥେଷ୍ଟ ବଢ଼ାଗଲେ ନୂଆ ସଂକ୍ରମଣରୁ ସୁରକ୍ଷା ମିଳିପାରିବ ବୋଲି ଜୁନ୍ ୩ରୁ ୧୭ ମଧ୍ୟରେ ହୋଇଥିବା ସ୍ନାପ୍ ସର୍ଭେରେ କୁହାଯାଇଛି।
ଅକ୍ଟୋବର ସୁଦ୍ଧା ତୃତୀୟ ଲହର ବୋଲି ୨୪ ବିଶେଷଜ୍ଞଙ୍କ ମଧ୍ୟରୁ ୨୧ ଜଣ (୮୫%) କହିଥିବାବେଳେ ଅନ୍ୟ ୩ ଜଣ ଅଗଷ୍ଟରେ ଆସିବ ବୋଲି ମତ ଦେଇଛନ୍ତି। ସେପ୍ଟେମ୍ବରରେ ତୃତୀୟ ଲହର ଆସିପାରେ ବୋଲି ୧୨ ଜଣ ମତ ଦେଇଥିବାବେଳେ ଅନ୍ୟ ୩ ବିଶେଷଜ୍ଞ କହିଛନ୍ତି, ଏହା ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ଆସିବା ସମ୍ଭାବନା ରହିଛି। ତେବେ ନୂତନ ଲହର ବର୍ତ୍ତମାନ ଅପେକ୍ଷା ଭଲ ଭାବରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ୩୪ ବିଶେଷଜ୍ଞଙ୍କ ମଧ୍ୟରୁ ୨୪ ଜଣ (୭୦%) ମତ ଦେଇଛନ୍ତି। ଗତବର୍ଷ କରୋନା ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ମାରାତ୍ମକ ହୋଇଥିଲା। ଟିକା, ଔଷଧ, ଅକ୍ସିଜେନ ଏବଂ ହସ୍ପିଟାଲ ବେଡ୍ ଅଭାବ ଅଧିକ ସମସ୍ୟା ସୃଷ୍ଟି କରିଥିଲା। ତେବେ ତୃତୀୟ ଲହର ଆସିବା ବେଳକୁ ଅଧିକାଂଶ ଲୋକ କୋଭିଡ୍ ଟିକା ନେଇସାରିଥିବେ। ଏଥିସହିତ ଦ୍ୱିତୀୟ ଲହରରୁ ଲୋକମାନଙ୍କଠାରେ ପ୍ରାକୃତିକ ଭାବେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥିବ। ସେଥିପାଇଁ ତୃତୀୟ ଲହର ଅଧିକ ନିୟନ୍ତ୍ରଣାଧୀନ ହେବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ କହିଛନ୍ତି।
ଭାରତରେ ୯୫ କୋଟି ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ କରିବା ଯୋଜନା ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୫ ପ୍ରତିଶତ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଏବେ ବି କୋଟି କୋଟି ଲୋକଙ୍କ ପ୍ରତି ସଂକ୍ରମଣ ଭୟ ରହିଛି। ଆଗାମୀ ଦିନରେ ଟିକାକରଣ ଅଭିଯାନ ଯଥେଷ୍ଟ ବଢ଼ିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ସଂକ୍ରମଣ କମିବାରୁ କେତେକ ରାଜ୍ୟ ତରବରିଆ ଭାବେ କଟକଣା ହଟାଇ ଦେଇଛନ୍ତି। ଏପରି ନ କରିବା ପାଇଁ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ଶିଶୁ ଏବଂ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ତୃତୀୟ ଲହର ଅଧିକ ବିପଦ ବୋଲି ଦୁଇ-ତୃତୀୟାଂଶ ବିଶେଷଜ୍ଞ (୪୦ ଜଣରୁ ୨୬) କହିଛନ୍ତି। ଏହାର କାରଣ ହେଲା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବୟସ ବର୍ଗର ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ହୋଇନାହିଁ। ଯଦି ଅଧିକ ସଂଖ୍ୟାରେ ଶିଶୁ ସଂକ୍ରମିତ ହୁଅନ୍ତି ଏବଂ ଆମେ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ନ ହେବା, ତେବେ ଶେଷ ମୁହୂର୍ତ୍ତରେ କିଛି କରିହେବ ନାହିଁ ବୋଲି ନାରାୟଣ ହେଲ୍ଥର ଡ. ଦେବୀ ସେଟ୍ଟୀ କହିଛନ୍ତି। ଏପରି ହେଲେ ଦେଶରେ ସମ୍ପୂର୍ଣ୍ଣ ଭିନ୍ନ ଧରଣର ସମସ୍ୟା ସୃଷ୍ଟି ହେବ। ଖୁବ୍ କମ୍ ଶିଶୁରୋଗ ଇଣ୍ଟେନ୍ସିଭ୍ କେୟାର ୟୁନିଟ ବେଡ୍ ରହିଥିବାରୁ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ସେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ତୃତୀୟ ଲହର ପିଲାଙ୍କ ପାଇଁ ବିପଦ ନୁହେଁ ବୋଲି ୧୪ ଜଣ ବିଶେଷଜ୍ଞ କହିଛନ୍ତି।
ଭୂତାଣୁର ନୂଆ ରୂପ ବର୍ତ୍ତମାନର ଟିକାକୁ ଅକାମୀ କରିବ ନାହିଁ ବୋଲି ୩୮ ଜଣଙ୍କ ମଧ୍ୟରୁ ୨୫ ଜଣ ମତ ଦେଇଛନ୍ତି। ସେହିପରି ଭାରତରେ ସ୍ବାସ୍ଥ୍ୟଜନିତ ବିପଦ ଅନୂ୍ୟନ ଆଉ ବର୍ଷେ ରହିବ ବୋଲି ୩୦ ଜଣ ବିଶେଷଜ୍ଞ କହିଛନ୍ତି। ବିପଦ ବର୍ଷେରୁ କମ୍ ସମୟ ରହିବ ବୋଲି ୧୧ ଜଣ କହିଥିବାବେଳେ ୨ ବର୍ଷରୁ କମ୍ ରହିବା ନେଇ ୧୫ ଜଣ ମତ ଦେଇଛନ୍ତି। ୨ ବର୍ଷରୁ ଅଧିକ ଦିନ ବିପଦ ରହିପାରେ ବୋଲି ୧୩ ଜଣ ମତ ରଖିଥିବାବେଳେ କରୋନା ଜନିତ ବିପଦ ସବୁଦିନ ପାଇଁ ରହିବ ବୋଲି ୨ ଜଣ ବିଶେଷଜ୍ଞ କହିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୦୦୦ ଟପିଲା
ଭୁବନେଶ୍ୱର,୭ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ୪୧ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...
ଟିକାକରଣ ପ୍ରମାଣପତ୍ରରେ ରହିବ ମମତାଙ୍କ ଫଟୋ
କୋଲକାତା,୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଏତେ ଶୀଘ୍ର ଥମିବାର ଆଶା ଦିଶୁନାହିଁ। କାରଣ କୋଭିଡ୍-୧୯...
ସ୍ପୁଟ୍ନିକ-ଭି ଉତ୍ପାଦନ ଲାଗି ସିରମ୍କୁ ଅନୁମତି
ପୁଣେ, ୫।୬: ରୁଷିଆ ଦ୍ୱାରା ବିକଶିତ କୋଭିଡ୍ ଟିକା ସ୍ପୁଟ୍ନିକ-ଭି ଉତ୍ପାଦନ ଲାଗି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)କୁ ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ...
୧୮ରୁ ୪୪ ଟିକାକରଣ: ୭ ମ୍ୟୁନିସିପାଲିଟି, ୨ ଏନ୍ଏସିରେ ସୋମବାରରୁ ଆରମ୍ଭ ହେବ
ଭୁବନେଶ୍ୱର, ୧୯।୬(ବ୍ୟୁରୋ): ରାଜ୍ୟର ୭ ଜିଲାର ୭ ମ୍ୟୁନିସିପାଲିଟି ଓ ୨ ଏନ୍ଏସିରେ ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ସ୍ଥାନଗୁଡ଼ିକ...
୧୦୦ କୋଟି ଡୋଜ୍ ଟିକା ଦେବ ଜି ୭
କାର୍ବିସ୍ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍ ଟିକା...
ବାସ୍ତବତାକୁ ଦୃଷ୍ଟି ଦିଅ
ନୂଆଦିଲ୍ଲୀ, ୧ା୬: କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଜନସାଧାରଣ ଟିକା ଉପରେ ଭରସା କରୁଥିବାବେଳେ ଯୋଗାଣ ଅଭାବରୁ ଟିକାକରଣ ଅଭିଯାନ ଆଗେଇ ପାରୁନାହିଁ। ଲୋକେ ଅନ୍ଲାଇନରେ...
ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ବ ତୀବ୍ର
ଜୟପୁର/ନୂଆଦିଲ୍ଲୀ, ୧୪।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିଦ୍ରୋହର ପ୍ରାୟ ବର୍ଷେ ପରେ ପୁଣିଥରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର...
ଘରର ପୁଅ ଘରକୁ ଫେରିଲେ: ମମତା
କୋଲକାତା,୧୧।୬: ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାଜପାକୁ ପୁଣି ଥରେ ଏକ ବଡ଼ ଝଟ୍କା ଲାଗିଛି। ଭାଜପାର ବରିଷ୍ଠ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ...


