ନୂଆଦିଲ୍ଲୀ, ୧୯।୬: ଭାରତୀୟ ଆଇନ ଓ ନିୟମାବଳୀକୁ ଅନୁପାଳନ କରିବା ଲାଗି ସଂସଦୀୟ କମିଟି ଶୁକ୍ରବାର ଟୁଇଟର ଇଣ୍ଡିଆକୁ କଡ଼ା ବାର୍ତ୍ତା ଦେଇଛି। ନୂଆ ଆଇଟି ନିୟମାବଳୀକୁ ନେଇ କେନ୍ଦ୍ର ସରକାର ଓ ଟୁଇଟର ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଶୁକ୍ରବାର ଉକ୍ତ ମାଇକ୍ରୋବ୍ଲଗିଂ ସାଇଟ୍ର ଅଧିକାରୀମାନେ କଂଗ୍ରେସ ନେତା ଶଶୀ ଥରୁରଙ୍କ ନେତୃତ୍ୱାଧୀନ ସଂସଦୀୟ କମିଟି ଆଗରେ ହାଜର ହୋଇଥିଲେ। ଟୁଇଟର ନିଜ ନୀତିକୁ ପାଳନ କରୁଥିବା ଏହାର ପ୍ରତିନିଧି ସୂଚନା ଓ ପ୍ରଯୁକ୍ତି ଉପରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ କହିଥିଲେ। ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ପ୍ରସଙ୍ଗରେ ଟୁଇଟର ଇଣ୍ଡିଆ ପ୍ରତିନିଧିଙ୍କୁ ହାଜର ହେବା ଲାଗି କୁହାଯାଇଥିଲା। ତୁରନ୍ତ ନୂଆ ଆଇଟି ନିୟମାବଳୀ ଅନୁପାଳନ କରିବା ଲାଗି ଚଳିତ ମାସ ଆରମ୍ଭରେ କେନ୍ଦ୍ର ସରକାର ଟୁଇଟରକୁ ଶେଷ ସୁଯୋଗ ଦେଇଥିଲେ। ଯଦି ଉକ୍ତ ଓ୍ବେବ୍ସାଇଟ ନିୟମାବଳୀ ଅନୁପାଳନ କରିବାରେ ବିଫଳ ହୁଏ, ତେବେ ଏହା ଆଇଟି ଆଇନରେ ଉତ୍ତରଦାୟିତ୍ୱରୁ ମୁକ୍ତି ସୁଯୋଗ ହରାଇବ ବୋଲି ସତର୍କ କରିଦିଆଯାଇଥିଲା। ପ୍ଲାଟ୍ଫର୍ମର ଅପବ୍ୟବହାର ଏବଂ ନାଗରିକ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତ ସପ୍ତାହରେ ଟୁଇଟରକୁ ସମନ କରିଥିଲା। ଟୁଇଟର ଇଣ୍ଡିଆର ପବ୍ଲିକ୍ ପଲିସୀ ମ୍ୟାନେଜର ଶଗୁଫ୍ତା କମ୍ରାନ ଏବଂ ଆଇନ ପରାମର୍ଶଦାତା ଆୟୁଷୀ କପୁର ଶୁକ୍ରବାର ସଂସଦୀୟ କମିଟି ଆଗରେ ହାଜର ହୋଇଥିଲେ। ମାଇକ୍ରୋବ୍ଲଗିଂ ସାଇଟ୍ ଭାରତୀୟ ଆଇନକୁ ମାନୁଛି କି ବୋଲି କମିଟି ପ୍ରଶ୍ନ କରିବାରୁ ସେମାନେ ନିଜ ନୀତି ଅନୁଯାୟୀ କାର୍ଯ୍ୟ କରୁଥିବା କହିଥିଲେ। ଗୁରୁତ୍ୱପୂର୍ଣ୍ଣ ନୀତି ନିଷ୍ପତ୍ତି ନେବା ପାଇଁ କେତେଜଣ କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷ ରହିଛନ୍ତି ବୋଲି କମିଟି ଜାଣିବାକୁ ଚାହିଁଥିଲା। ଭାରତୀୟ ଆଇନ ସବୁଠୁ ଊର୍ଦ୍ଧ୍ୱରେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ଅନୁପାଳନ କରିବାକୁ ହେବ ବୋଲି ଟୁଇଟର ଇଣ୍ଡିଆ ପ୍ରତିନିଧିଙ୍କୁ ସଂସଦୀୟ କମିଟି କହିଥିଲା।
ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରାଶନ କାର୍ଡ ଦିଅ
ନୂଆଦିଲ୍ଲୀ,୩।୬: ବାସହୀନ, ଜରି ଗୋଟାଳି, ହକର ଏବଂ ରିକ୍ସା ଚାଳକଙ୍କ ଭଳି ସମାଜର ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଚିହ୍ନଟ କରି ଜାତୀୟ ଖାଦ୍ୟ ନିରାପତ୍ତା...
ଅନର କିଲିଂ: ସ୍ବାମୀଙ୍କୁ ହତ୍ୟା, ସ୍ତ୍ରୀଙ୍କୁ ଗୁଳି
ନୂଆଦିଲ୍ଲୀ,୨୫।୬: ଦ୍ୱାରକାର ଅମ୍ବରହାଇ ଗାଁରେ ଗୁରୁବାର ୨୩ ବର୍ଷୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତାଙ୍କର ସ୍ତ୍ରୀ ଗୁରୁତର ହୋଇ ହସ୍ପିଟାଲରେ ଜୀବନ...
୨ କୋଟି କ୍ଷତିପୂରଣ ଦେବେ ଦେବେଗୌଡ଼ା
ବେଙ୍ଗାଲୁରୁ, ୨୩ା୬: ଏକ କମ୍ପାନୀକୁ ବଦନାମ କଲା ଭଳି ମନ୍ତବ୍ୟ ଦେଇଥିବାରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ୨ କୋଟି ଟଙ୍କା କ୍ଷତିପୂରଣ...
ସୋମବାରଠାରୁ ବାର୍-ପାର୍କ ଖୋଲା…
ନୂଆଦିଲ୍ଲୀ,୨୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏବେ ଧୀରେଧୀରେ ଅନ୍ଲକ୍ ଅନ୍ତର୍ଗତ କଟକଣା ହଟାଯାଉଛି। ସୋମବାରଠାରୁ ଦିଲ୍ଲୀରେ ବାର୍ ଏବଂ...
ଦିନେ ଟିକା ନେବାକୁ ମନା କରୁଥିଲେ ଅଖିଳେଶ: ଏବେ କହିଲେ, ମୁଁ ବି ନେବି ଟିକା
ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ...
ନୁଶରତ୍ ଜାହାଁ ଠକ; ବିବାହ କରି ନଥିଲେ ତ ସିନ୍ଦୁର କାହିଁକି ଲଗାଇଲେ
କୋଲକାତା,୧୧।୬: ତୃଣମୂଳ କଂଗ୍ରେସ ଏମ୍ପି ନୁଶରତ୍ ଜାହାଁଙ୍କ ବିବାହକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏଥିଯୋଗୁ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି।...
ସିସିଆଇ ନୋଟିସ ଉପରେ ରୋକ ଲଗାଯାଉ
ନୂଆଦିଲ୍ଲୀ, ୨୨ା୬: ନୂତନ ଗୋପନୀୟତା ନୀତିର ଅନୁସନ୍ଧାନ ବାବଦରେ ସୂଚନା ଦେବାକୁ କୁହାଯାଇ କମ୍ପିଟେଶନ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ଉପରେ...
ପୋଲିସକୁ ଜଣାଇଥିଲେ, ତଥାପି ଚାଲିଗଲା ଜର୍ନାଲିଷ୍ଟଙ୍କ ଜୀବନ
ଲକ୍ଷ୍ନୌ,୧୪।୬: ରବିବାର ରାତିରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାରେ ସୁଲଭ ଶ୍ରୀବାସ୍ତବ ନାମକ ଜଣେ ଟିଭି ଜର୍ନାଲଷ୍ଟଙ୍କ ମୃତ୍ୟୁ ଘଟିଛି। ମୋଟରସାଇକେଲ ଦୁର୍ଘଟଣା ତାଙ୍କ ମୃତ୍ୟୁର...


