ଚେନ୍ନାଇ, ୧୫।୬(ଆଇଏଏନ୍ଏସ୍): ପୂର୍ବତନ ସାଧାରଣ ସମ୍ପାଦକ ଭି.କେ. ଶଶିକଳାଙ୍କ ସହ ସମ୍ପର୍କ ରଖିଥିବା ଏଆଇଏଡିଏମ୍କେର ମୁଖପାତ୍ର ଭି. ପୁଗାଝେନ୍ଦିଙ୍କ ସମେତ ୧୭ ଜଣ ନେତାଙ୍କୁ ସୋମବାର ଦଳରୁ ବହିଷ୍କାର କରାଯାଇଛି। ଦଳ ମୁଖ୍ୟାଳୟରେ ଏଆଇଏଡିଏମ୍କେର ବୈଠକ ବସି ଏଭଳି ନିଷ୍ପତ୍ତି ନିଆଯାଇଛି। ବହିଷ୍କୃତ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏମ୍. ଆନନ୍ଦନ ଏବଂ ପୂର୍ବତନ ଏମ୍ପି ଚିନ୍ନାସ୍ବାମୀ ଅଛନ୍ତି। ବୈଠକରେ ଶଶିକଳାଙ୍କ ବିରୋଧରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଦଳୀୟ ନେତାମାନଙ୍କ ସହ ସମ୍ପର୍କ ରଖୁଥିବାରୁ ତାଙ୍କୁ ନିନ୍ଦା କରାଯାଇଛି। ସେ ଦଳକୁ କବ୍ଜା କରିବା ପାଇଁ ଉଦ୍ୟମ କରୁଥିବା ଏବଂ କେତେଜଣ ନେତାଙ୍କ ସହ କଥା ହୋଇ ପରେ କଥାବାର୍ତ୍ତାର କିଛି ଅଂଶକୁ ପ୍ରଘଟ କରାଇବାର ଡ୍ରାମା କରୁଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାଙ୍ଗାଲୋର ସେଣ୍ଟ୍ରାଲ ଜେଲ୍ରେ ୪ ବର୍ଷ ରହି ଫେରିବା ପରେ ଶଶିକଳା ତାମିଲନାଡୁ ରାଜନୀତିରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଏହାର କିଛି ଦିନ ପରେ ସେ ସକ୍ରିୟ ରାଜନୀତିରୁ ଓହରିଯିବା ନେଇ ଘୋଷଣା କରି ରାଜନୈତିକ ସମୀକ୍ଷକ ଏବଂ ଦଳପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଗତ ନିର୍ବାଚନରେ ଏଆଇଏଡିଏମ୍କେ ପରାଜିତ ହେବା ପରେ ଶଶିକଳା ପୁଣିଥରେ ରାଜନୀତିରେ ପ୍ରବେଶ ଲାଗି ଉଦ୍ୟମ ଚଳାଇଥିବା କୁହାଯାଉଛି।
ବିଶ୍ୱର ଅନେକ ବଡ଼ ବଡ଼ ଓ୍ବେବ୍ସାଇଟ୍ ଠପ୍
ନୂଆଦିଲ୍ଲୀ,୮।୬: ସାରା ବିଶ୍ୱରେ ଅନେକ ବଡ ବଡ ଓ୍ବେବସାଇଟ୍ ଡାଉନ୍ ହୋଇଯାଇଛି। ଏଥିରେ ରେଡିଟ୍, ଟ୍ବିଚ୍ ଏବଂ ସିଏନଏନ ଭଳି ବଡ ଅନ୍ତର୍ଜାତୀୟ ଚ୍ୟାନେଲ୍ର ଓ୍ବେବ୍ସାଇଟ୍...
କରୋନା କବଳରେ ଏବେ ପ୍ରାଣୀ: ୪ସିଂହ ଭିତରେ ଡେଲ୍ଟା ଭାରିଆଣ୍ଟ
ଚେନ୍ନାଇ,୧୯।୬: ମହାମାରୀ କରୋନା କବଳରୁ କେହି ବର୍ତ୍ତିପାରି ନାହାନ୍ତି। ମନୁଷ୍ୟ ପରେ ଏବେ ଜୀବଜନ୍ତୁ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଇତିମଧ୍ୟରେ ତାମିଲନାଡ଼ୁର ଭଣ୍ଡାଲୁର ସ୍ଥିତ...
୭୬ ଦିନ ପରେ ଦେଶରେ ଆଜି ସବୁଠୁ କମ୍ କରୋନା ସଂକ୍ରମଣ ଚିହ୍ନଟ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
ଖୁସି ଖବର ଦେଲେ ଚହଲ: ଶେୟାର କଲେ ଫଟୋ
ନୂଆଦିଲ୍ଲୀ,୧୧।୬: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ପରିବାର ସହ ସମୟ ବିତାଉଛନ୍ତି। ସେ ଗୁରୁବାର ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି।...
୨୦୨୪ ରଣନୀତି: ଶରଦ ପାୱାରଙ୍କ ନେତୃତ୍ୱରେ ହେବ ବିରୋଧୀ ଦଳ ବୈଠକ
ନୂଆଦିଲ୍ଲୀ,୨୧।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଅଣ କଂଗ୍ରେସ...
୧୦୦ ସ୍ବର୍ଣ୍ଣ ମୁଦ୍ରା, ଜାଗା, କାର୍ ନେଲା ପରେ ମଧ୍ୟ ଝିଅକୁ ମାରିଦେଲେ
ଥିରୁଭାନ୍ଥପୁରମ,୨୩।୬: ଯୌତୁକ ନିର୍ଯାତନା ଦିଆଯାଉଥିବା ଫଟୋ ପରିବାର ଲୋକଙ୍କୁ ହ୍ବାଟ୍ସଆପ କରିଥିବା ୨୪ ବର୍ଷୀୟା ମହିଳାଙ୍କ ମୃତଦେହ ସ୍ବାମୀଙ୍କ ଘରୁ ମିଳିଛି। ଆୟୁର୍ବେଦିକ ମେଡିସିନ ଛାତ୍ରୀ...
ଅମିତ ଶାହାଙ୍କ ଘରେ ପହଞ୍ଚିଲେ ଜିତିନ୍ ପ୍ରସାଦ: ଭାଜପାରେ ହୋଇପାରନ୍ତି ସାମିଲ୍
ନୂଆଦିଲ୍ଲୀ,୯।୬। କଂଗ୍ରେସକୁ ପୁଣି ଲାଗିପାରେ ଝଟ୍କା। ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ପରେ ଏବେ ଦଳ ଛାଡିଆପାରନ୍ତି ଆଉ ଜଣେ ହେବିଓ୍ବେଟ୍। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ...
ଗୋଇନ୍ଦା, ସୁରକ୍ଷା ଅଧିକାରୀଙ୍କ ଉପରେ ଅଙ୍କୁଶ
ନୂଆଦିଲ୍ଲୀ, ୩।୬(ଆଇଏଏନ୍ଏସ୍): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ।...


