ନୂଆଦିଲ୍ଲୀ, ୩।୬(ଆଇଏଏନ୍ଏସ୍): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ। ସେମାନଙ୍କୁ କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଦିଆଯାଇଛି। ଏହା ଅଧୀନରେ ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍), ଆଇବି, ଡିଆର୍ଆଇ, ସିଇଆଇବି, ଇଡି, ଏନ୍ସିବି, ଏଆର୍ସି, ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ, ବିଏସ୍ଏଫ୍, ସିଆର୍ପିଏଫ୍, ଆଇଟିବିପି, ସିଆଇଏସ୍ଏଫ୍, ଏନ୍ଏସ୍ଜି, ଆସାମ ରାଇଫଲ୍ସ, ଏସ୍ଏସ୍ବି, ଆୟକର ଡିଜି (ତଦନ୍ତ), ଏନ୍ଟିଆର୍ଓ, ଏଫ୍ଆଇୟୁ, ଏସ୍ପିଜି, ଡିଆର୍ଡିଓ, ସୀମା ସଡ଼କ ଉନ୍ନୟନ ସଂସ୍ଥା, ଏନ୍ଏସ୍ସି, ସିବିଆଇ, ଏନ୍ଆଇଏ ଏବଂ ନାଟ୍ଗ୍ରୀଡ୍ ଆସୁଛି। ଏହି ନିୟମାବଳୀ କେନ୍ଦ୍ରୀୟ ବେସାମରିକ ସେବା (ପେନ୍ସନ) ସଂଶୋଧନ ନିୟମାବଳୀ, ୨୦୨୦ର ଅଂଶବିଶେଷ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବତନ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ଯେଉଁସବୁ ବିଷୟ ପ୍ରକାଶିତ କରାଯାଇପାରିବ ନାହିଁ, ସେଗୁଡ଼ିକ ହେଲା ଉକ୍ତ ସଂଗଠନର କାର୍ଯ୍ୟକ୍ଷେତ୍ର, କୌଣସି କର୍ମଚାରୀ ଓ ତାଙ୍କ ପଦବୀର ସୂଚନା ଏବଂ ସେଠାରେ କାର୍ଯ୍ୟ କରିଥିବା ହେତୁ ହାସଲ କରିଥିବା ଅଭିଜ୍ଞତା। ଏହା ବ୍ୟତୀତ ସମ୍ବେଦନଶୀଳ ସୂଚନା, ଯାହା ପ୍ରଘଟ କଲେ ଭାରତର ସାର୍ବଭୌମତ୍ୱ ଏବଂ ସଂହତି ପ୍ରଭାବିତ ହେବ, ଯଥା ସୁରକ୍ଷା, ରଣକୌଶଳ, ଦେଶର ବୈଜ୍ଞାନିକ ଓ ଅର୍ଥନୈତିକ ସ୍ବାର୍ଥ, ବାହାର ଦେଶ ସହ ସମ୍ପର୍କ କିମ୍ବା ଯାହା ପ୍ରକାଶ କରିବା ଦ୍ୱାରା ଅପରାଧକୁ ପ୍ରୋତ୍ସାହିତ କରିବ, ସେଗୁଡ଼ିକୁ ବିନା ଅନୁମତିରେ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ କରାଯିବାକୁ ଥିବା ପ୍ରସ୍ତାବିତ ବିଷୟ ସମ୍ବେଦନଶୀଳ କି ନୁହେଁ ଏବଂ ତାହା ସଂସ୍ଥାର କାର୍ଯ୍ୟ ପରିସର ମଧ୍ୟରେ ଆସୁଛି କି ନାହିଁ ସେ ସମ୍ପର୍କରେ ସଂସ୍ଥାର ମୁଖ୍ୟଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି।
ବିଦେଶୀ ମିଡ଼ିଆକୁ ଜବାବ୍: ୭ ଗୁଣା ନୁହେଁ କରୋନା ମୃତ୍ୟୁ ସଂଖ୍ୟା, କହିଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହା ସରକାରୀ ରିପୋର୍ଟଠାରୁ ୭ ଗୁଣା ଅଧିକ ବୋଲି ବିଦେଶୀ ମିଡ଼ିଆ...
ଚାଷୀ ଆନ୍ଦୋଳନରେ ସାମିଲ ହେବେ ମମତା
କୋଲକାତା, ୧୦।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବେ। ଏନେଇ ସେ ରାକେଶ...
‘ପୁରୁଷଙ୍କ ପାଇଁ ଘରୋଇ ହିଂସା ଆଇନ ନ ଥିବା ଦୁର୍ଭାଗ୍ୟଜନକ’
ଚେନ୍ନାଇ, ୩ା୬: ଘରୋଇ ହିଂସାର ଶିକାର ହେଉଥିବା ପୁରୁଷମାନେ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି। ହେଲେ ଏ ନେଇ ଆଇନ ନ ଥିବା ଦୁର୍ଭାଗ୍ୟଜନକ ବୋଲି...
ସାବରମତି ନଦୀରେ କୋଭିଡ-୧୯ ଭାଇରସ୍
ଅହମଦାବାଦ,୧୮।୭: କରୋନା ଭାଇରସ୍ର ଦ୍ୱିତୀୟ ଲହରର ସ୍ଥିତି ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଦେଶରେ କରୋନା ସଙ୍କଟ ଏବେ ବି ଜାରି ରହିଛି।...
ଶେଷରେ ଭୁଲ୍ ବୁଝିପାରିଲେ କାନ୍ତା ପ୍ରସାଦ; ଗୌରବଙ୍କୁ ମାଗିଲେ କ୍ଷମା
ନୂଆଦିଲ୍ଲୀ,୧୩।୬: ବାବା କା ଢାବାର ମାଲିକ କାନ୍ତ ପ୍ରସାଦଙ୍କ ଭିଡିଓ ସୋସିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କାନ୍ତ ପ୍ରସାଦ...
ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ: ଏଣିକି ଜିନ୍ସ,ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେନି କର୍ମଚାରୀ
ନୂଆଦିଲ୍ଲୀ,୪।୬: ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ସିବିଆଇ କର୍ମଚାରୀ ଫର୍ମାଲ ଲୁକ୍ରେ ନଜର ଆସିବେ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ର ନୂଆ...
ବାରମ୍ବାର କଟୁଥିଲା ବିଜୁଳି, ଯାଞ୍ଚ ପାଇଁ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଆଉ ତା’ ପରେ…
ଭୋପାଳ,୧୯ା୬: ଗ୍ବାଲିୟରରେ ବାରମ୍ବାର ବିଜୁଳି କଟୁଥିବାରୁ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଯାଞ୍ଚ କରିବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଥିଲେ। ଶିଡ଼ି ସାହାଯ୍ୟରେ ଖୁଣ୍ଟରେ ଚଢ଼ି...
ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା କମିଲା…
ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ...


