E-Paper
  • logo
  • Saturday 26th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିବା ମାମଲା: କ୍ରୀଡ଼ାର ନୂଆ ସୋପାନରେ ଓସାକା
9:49 amJune 3, 2021

ପ୍ୟାରିସ୍‌,୩।୬(ଏପି): କ୍ରୀଡ଼ାରେ ଇଞ୍ଜୁରି ନେଇ ଆଥ୍‌ଲେଟମାନେ ଖୋଲାଖୋଲି ନିଜର ମତ ରଖିଥାନ୍ତି। ତେବେ ମାନସିକ ସ୍ବାସ୍ଥ୍ୟ ନେଇ କେହି ଆଥ୍‌ଲେଟ କୌଣସି ଇଭେଣ୍ଟରୁ ଓହରିବା ସମ୍ପୂର୍ଣ୍ଣ ଭିନ୍ନ କଥା। ମାନସିକ ଅବସାଦ ପାଇଁ ଫ୍ରେଞ୍ଚ୍‌ ଓପନରୁ ଓହରିବା ସହ ବିଶ୍ୱର ସବୁଠାରୁ ଦାମୀ ମହିଳା ଖେଳାଳି ନାଓମି ଓସାକା ଏବେ ବିତର୍କ ସୃଷ୍ଟି କରିଛନ୍ତି ଓ କ୍ରୀଡ଼ାକୁ ନୂଆ ଦିଗରେ ପହଞ୍ଚାଇଛନ୍ତି। ଏହି ମେଗା ଇଭେଣ୍ଟରୁ ଓହରି ଓସାକା ଟେନିସ ଅଧିକାରୀଙ୍କ ସହ ଚାଲିଥିବା ପରୋକ୍ଷ ବିବାଦର ଅନ୍ତ ଘଟାଇଛନ୍ତି। ଏହା ଦ୍ୱାରା ସେ କ୍ରୀଡ଼ାର ନୂଆ ତଥା ତୃତୀୟ ସୋପାନରେ ପଦାର୍ପଣ କରିଛନ୍ତି।
ପ୍ରଥମଥର ପାଇଁ ବିନା କୌଣସି ଇଞ୍ଜୁରିରେ କୌଣସି ଜଣେ ବଡ଼ ତାରକା ଖେଳାଳି ଏକ ମେଜର ଟୁର୍ନାମେଣ୍ଟରୁ ଓହରିଛନ୍ତି। ତେଣୁ ଓସାକାଙ୍କର ଏହି ନିଷ୍ପତ୍ତି ଅନେକଙ୍କର ହଜମ ହୋଇନାହିଁ। ଫଳରେ ଓସାକା କ୍ରୀଡ଼ାର ତୃତୀୟ ସୋପାନରେ ଅବତରଣ କରିଛନ୍ତି ବୋଲି ମନେହେଉଛି।
ଅଲିମ୍ପିଆନ ମାଇକେଲ ଫେଲ୍ପ ପୂର୍ବରୁ ନିଜର ମାନସିକ ସ୍ବାସ୍ଥ୍ୟ ନେଇ ଖୋଲାଖୋଲି ଭାବେ ମନ୍ତବ୍ୟ ରଖିଥିଲେ। ସେହିପରି ମହାନ୍‌ ବାସ୍କେଟବଲ୍‌ ଖେଳାଳି ଜେରୀ ଓ୍ବେଷ୍ଟ ଏ ନେଇ ନିଜର ମନ୍ତବ୍ୟ ଦେଇଥିଲେ। ମାନସିକ ଅବସାଦ ନେଇ ସେ ନିଜ ସଂଘର୍ଷର କାହାଣୀ ଉପସ୍ଥାପନ କରିଥିଲେ। ତେବେ ସେ ନିଜ କ୍ରୀଡ଼ା ଜୀବନ ଶେଷରେ ଏ ନେଇ ଯାହା କିଛି କହିଥିଲେ। ତେବେ ଅନ୍ୟ କେତେକ ଆଥ୍‌ଲେଟ ଜୀବନସାରା ନିଜର ସମସ୍ୟା ନେଇ ସଂଘର୍ଷ ଜାରି ରଖିଥିଲେ। ଆଗକୁ ଆଥ୍‌ଲେଟମାନେ ଓସାକାଙ୍କୁ ଅନୁସରଣ କରୁଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା। ପୁଣି ପ୍ରଶଂସକ ଓ କ୍ରୀଡ଼ାଜଗତ ମଧ୍ୟ ଏ ନେଇ ପ୍ରତିକ୍ରିୟାଶୀଳ ହେବେ।
ଶରୀର ଆଘାତ ସମସ୍ୟା ଓ ମାନସିକ ସ୍ବାସ୍ଥ୍ୟ ମଧ୍ୟରେ ବହୁତ ଫରକ ରହିଛି ବୋଲି ଶିକାଗୋର ପ୍ରତିଷ୍ଠିତ ମନସ୍ତତ୍ୱବିତ୍‌ ଡ. ଓ୍ବେଣ୍ଡି ବୋରଲାବି କହିଛନ୍ତି। ପୂର୍ବରୁ ସେ ପେସାଦାର, ଅଲିମ୍ପିକ୍‌ ଓ କଲେଜ ଆଥ୍‌ଲେଟଙ୍କ ସହ କାର୍ଯ୍ୟ କରିଛନ୍ତି। ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଖୋଲାଖୋଲି ଆଲୋଚନା କଲେ ଖାସ୍‌କରି କ୍ରୀଡ଼ାରେ କଳଙ୍କକୁ ଆମେ ପଛରେ ପକାଇପାରିବା। ଖେଳାଳିମାନେ ମଧ୍ୟ ଏଥିରୁ ଲାଭ ପାଇପାରିବେ ବୋଲି ସେ କହିଛନ୍ତି।
କିଛିଦିନ ତଳେ କେଭିନ ଲଭ ଓ ଡିମାର ଡିରୋଜାନଙ୍କ ଭଳି ଏନ୍‌ବିଏ ଖେଳାଳି ଓ ଡବ୍ଲ୍ୟୁଏନ୍‌ବିଏର ଅଜା ଓ୍ବିଲସନ ନିଜର ଅବସାଦ ନେଇ ସଂଘର୍ଷ, ସଫଳତା ଓ ବିଫଳତାର କାହାଣୀ ଖୋଲାଖୋଲି ଭାବେ ଶେୟାର କରିଥିଲେ। କ୍ରୀଡ଼ାରେ ମାନସିକ ସ୍ବାସ୍ଥ୍ୟ ନେଇ ଯେ ସମସ୍ୟା ରହିଛି ଏହା ସ୍ବୀକାର କରିବାକୁ ହେବ। ତେଣୁ ଓସାକା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସାହସିକ ବୋଲି କୁହାଯାଇପାରେ। ଓସାକା ଏ ନେଇ ଉଦାହରଣ ସୃଷ୍ଟି କରିଛନ୍ତି। ଏବେ ଆଥ୍‌ଲେଟମାନେ ମାନସିକ ସ୍ବାସ୍ଥ୍ୟ ନେଇ ଆଲୋଚନା କରିବାକୁ ଆଦୌ ଦ୍ୱିଧାବୋଧ କରିବେ ନାହିଁ। ଏହା ନିଶ୍ଚିତ ଭାବେ କ୍ରୀଡ଼ା ପାଇଁ ଶୁଭଙ୍କର ବୋଲି କୁହାଯାଇପାରେ। ଗଣମାଧ୍ୟମ ପ୍ରତି ଦାୟିତ୍ୱବୋଧତା ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟର କ୍ଷତି ପହଞ୍ଚାଇବ। ତେଣୁ ଫ୍ରେଞ୍ଚ୍‌ ଓପନରୁ ଓସାକା ଓହରିବା କ୍ରୀଡ଼ାକୁ ଏକ ନୂଆ ଦିଗ ପ୍ରଦାନ କରିବା ସହ ନୂଆ ସୋପାନରେ ପହଞ୍ଚାଇଛି ବୋଲି କୁହାଯାଇପାରେ।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍‌ମ୍ୟାନ୍‌ ହେଲେ ମାଷ୍ଟର ବ୍ଲାଷ୍ଟର…

ନୂଆଦିଲ୍ଲୀ,୨୦।୬: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍‌ମ୍ୟାନ୍‌ ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ...

ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍‌ ମିଲ୍‌ଖା

ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍‌ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ...

ଫାଇନାଲ ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ; ମିଳିଲା ନାହିଁ ଶାର୍ଦ୍ଦୁଳଙ୍କୁ ସ୍ଥାନ

ସାଉଥାମ୍ପଟନ,୧୫।୬: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ମଙ୍ଗଳବାର ଘୋଷିତ ୧୫ ଜଣିଆ ଭାରତୀୟ...

ଆଣ୍ଠୁମାଡି ସ୍ତ୍ରୀଙ୍କ ଫଟୋ ଉଠାଇଲେ କୋହଲି: ମହିଳା କ୍ରିକେଟର୍‌ କଲେ ଖୁଲାସା

ଭାରତୀୟ ମହିଳା ଏବଂ ପୁରୁଷ ଦଳ କେବଳ ଜୁନ ୩ରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଉଭୟ ଦଳ ଏବେ ସାଉଥମ୍ପଟନରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ମହିଳା ଦଳ ଜୁନ୍‌...

ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍‌; ପଢ଼ାଇଲେ ଅସଲ କ୍ରିକେଟ ପାଠ…

ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ...

କ୍ୟାରିୟରରେ ଗୋଟିଏ ବି ନୋ ବଲ୍‌ ପକାଇନାହାନ୍ତି ଏହି ୫ ବୋଲର୍‌: ତାଲିକାରେ କପିଲ-ଇମ୍ରାନଙ୍କ ସହ…

ନୂଆଦିଲ୍ଲୀ,୩।୬: ଅନିଶ୍ଚିତତାର ଖେଳ ହେଉଛି କ୍ରିକେଟ। କାରଣ କେଉଁ ମୂହୁର୍ତ୍ତରେ କ’ଣ ହେବ କୁହାଯାଇ ନ ପାରେ। ଅନେକ ସମୟରେ ଗୋଟିଏ ଭୂଲ, ତାହା ନୋ...

ପଦାର୍ପଣରେ ଲେଡି ସେହ୍ବାଗଙ୍କ ରେକର୍ଡ

ବ୍ରିଷ୍ଟଲ,୧୮ା୬: ଲେଡି ସେହ୍ବାଗ ଭାବେ ମହିଳା କ୍ରିକେଟରେ ଜଣାଶୁଣା ଟିମ୍‌ ଇଣ୍ଡିଆର ଓପନର ଶେଫାଳି ବର୍ମା ପଦାର୍ପଣ ଟେଷ୍ଟରେ ଇତିହାସ ରଚିଛନ୍ତି। ୧୭ ବର୍ଷୀୟା ବ୍ୟାଟ୍ସଓମେନ...

ଶତକ ନ ମାରି ବି କ୍ରିକେଟରେ ସର୍ବାଧିକ ରନ୍‌ କରିଛନ୍ତି ଏହି ଖେଳାଳି: ଆଜି ବି ଭାଙ୍ଗିନି ରେକର୍ଡ

ନୂଆଦିଲ୍ଲୀ,୨୬।୬: କ୍ରିକେଟ ଇତିହାସରେ ଅନେକ ଖେଳାଳି ଏଭଳି ଅଛନ୍ତି ଯିଏ ନିଜର ଅଜବ ରେକର୍ଡକୁ ନେଇ ଆଜିବି ପରିଚିତ। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଅଭିଜ୍ଞ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଗୋଇନ୍ଦା, ସୁରକ୍ଷା ଅଧିକାରୀଙ୍କ ଉପରେ ଅଙ୍କୁଶ
Next Post Next post:
ଅନିର୍ଦ୍ଦିଷ୍ଟ କାଳ ଯାଏ ବସ୍‌ ଚଳାଚଳ ବନ୍ଦ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts