ପୁରୀ ଅଫିସ, ୩।୬: ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିବସକୁ ଭଉଁରି ଯାତ୍ରା କୁହାଯାଏ। ଶ୍ରୀମନ୍ଦିର ସ୍ବତ୍ୱଲିପି ଏବଂ ରଥସଂହିତା ଅନୁଯାୟୀ ଏହିଦିନ ଚକଡେରା ନୀତି ସମ୍ପନ୍ନ ହୋଇଥାଏ। ଏଣୁ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ନେଇ ବୁଧବାର ଏସ୍ପି କେ. ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ପି ସିଂ କହିଥିଲେ, ଚଳିତବର୍ଷ କରୋନାଜନିତ କଟକଣା କାରଣରୁ ବିନାଭକ୍ତରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଛି। ଏହା କେବଳ ପୁରୀବାସୀ ଓ ଅଗଣିତ ଭକ୍ତଙ୍କ ସହଯୋଗ ଯୋଗୁ ହୋଇପାରିଛି। ସେହପରି ଭଉଁରି ଯାତ୍ରାରେ ମଧ୍ୟ ଲୋକଙ୍କ ସହଯୋଗ ରହିଲେ ନିଶ୍ଚିତ ଭାବେ ସୁରୁଖୁରୁରେ ନୀତିକାର୍ଯ୍ୟ ସମ୍ପନ୍ନ ହେବ ବୋଲି ଏସ୍ପି କହିଛନ୍ତି। ଚନନ୍ଦ ଯାତ୍ରା ଆରମ୍ଭରୁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହୁଛନ୍ତି। ତେବେ ଭଉଁରି ଯାତ୍ରାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ପାଇଁ ଆଉ ଏକ ଅଧିକ ଅର୍ଥାତ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ସେହିପରି ଏକ ପ୍ଲାଟୁନ ପୋଲିସ ଫୋର୍ସ ରିଜର୍ଭରେ ରହିବେ। ଅପରପକ୍ଷେ ରଥଖଳାରେ ରଥକାମ ସୁରୁଖୁରୁରେ ହେବା ପାଇଁ ବ୍ୟାରିକେଡ କରାଯାଇ ପରିସୀମା ବଢ଼ାଯିବ। ତେବେ ଯେପରି ଟ୍ରାଫିକ ସମସ୍ୟା ନ ହୁଏ, ଜରୁରିକାଳୀନ ଯାନଗୁଡ଼ିକର ଯାତାୟାତରେ ଯେପରି ଅସୁବିଧା ନ ହେବ ଏବଂ ବଡ଼ଦାଣ୍ଡର ଟ୍ରାଫିକ ବ୍ୟବସ୍ଥା ସୁଗମ ହୋଇପାରିବ ସେନେଇ ଏସ୍ପି ସମୀକ୍ଷା କରିଥିଲେ। ଅନ୍ୟପଟେ ଆଗାମୀ ୨୪ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ତେଣୁ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ଏବଂ କେଉଁ ଅଫିସର କେଉଁ ସ୍ଥାନରେ ନିୟୋଜିତ ରହିବେ ସେନେଇ ବୈଠକରେ ଏସ୍ପି ସିଂ ଆଲୋଚନା କରିଥିଲେ। ତେଣେ ପୂର୍ବବର୍ଷ ଭଳି ଏଥର ସେହି ସମାନ ପୋଲିସ ବ୍ୟବସ୍ଥା ରହିବ ବୋଲି ଏସ୍ପି ସୂଚନା ଦେଇଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ଏସ୍ଓପି ଆସିବା ପରେ ପୋଲିସ ତା’ର ଦାୟିତ୍ୱ ନିର୍ବାହ କରିବ ବୋଲି ଏସ୍ପି ସିଂ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
ଖୁସି ଖବର: ଆଜି ୩୦୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୯୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୯୩,୫୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...
ପୁଅର ମୃତଦେହ ଛୁଇଁଲେନି ବାପା
ବୌଦ୍ଧ,୨୧।୬: ପୁଅର ମୃତ୍ୟୁ ପରେ ବାପା ମୃତଦେହ ଛୁଇଁଲେନି କି ସଂସ୍କାର ପାଇଁ ନେଲେନାହିଁ। ଫଳରେ ପୁତ୍ରବଧୂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଝାଶୁଝା କରିବାରୁ...
ସ୍କୁଲ୍ ଫି’ ଛାଡ଼ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୪ା୬(ବ୍ୟୁରୋ): କରୋନା କାଳରେ ଘରୋଇ ସ୍କୁଲର ଛାତ୍ରୀଛାତ୍ରଙ୍କ ଫି’ ଛାଡ଼କୁ ନେଇ ସୁପ୍ରିମ୍କୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ...
କୋରାପୁଟ ଏମ୍ପି ଛତିଶଗଡ଼ ଇନ୍ଚାର୍ଜ
ଭୁବନେଶ୍ୱର,୩।୬: କୋରାପୁଟ ଏମ୍ପି ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏପରିକି ତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।...
୧୧ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ
ଭୁବନେଶ୍ୱର,୯ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ସମଗ୍ର ଦେଶ ଛଟପଟ ହେଉଥିବା ବେଳେ କେନ୍ଦ୍ରର ମୋଦି ସରକାର ଲଗାତର ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି...
ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ
କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ...
ଏକାକି ବୁଲି ବାହାରିଥିଲେ ଡଙ୍ଗାରେ, ଘଟିଲା ଏମିତି
ଚିତ୍ରକୋଣ୍ଡା,୨୦ା୬: ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ଚିତ୍ରକୋଣ୍ଡା ଟି.କଲୋନୀ ନିବାସୀ ଦିଲୀପ କୁମାର ମିଶ୍ରଙ୍କ ପୁଅ...
ବିଦେଶ ଯାଉଥିବା ଲୋକଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣକୁ ପ୍ରାଧାନ୍ୟ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ପାଠ ପଢ଼ିବା, ଚାକିରି ଓ ଟୋକିଓ ଅଲିମ୍ପିକ୍ସରେ ଯୋଗଦେବା ପାଇଁ ବିଦେଶ ଯିବାକୁ ଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ କୋଭିଶିଲ୍ଡ ଟିକାକରଣ ନିମନ୍ତେ...


