E-Paper
  • logo
  • Sunday 26th July 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inକରୋନା ଭାଇରସ୍‌, ଜାତୀୟ

ଟିକା ନୀତି ସ୍ବେଚ୍ଛାଚାରୀ: ସୁପ୍ରିମକୋର୍ଟ
9:45 amJune 3, 2021

ନୂଆଦିଲ୍ଲୀ,୩ା୬(ପି.ଟି.): କରୋନା କାଳରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଟିକା କିଣିବା ଅବସ୍ଥାରେ ନାହାନ୍ତି। ତେଣୁ ଯୁବବର୍ଗଙ୍କ ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ବହନ କରନ୍ତୁ ବୋଲି ପୂର୍ବରୁ ଦିଲ୍ଲୀ, ଛତିଶଗଡ଼ ଓ କେରଳ ସମେତ ଅନେକ ରାଜ୍ୟ କହିଆସୁଛନ୍ତି। ଅନ୍ୟପକ୍ଷେ ଓଡ଼ିଶା ଏବଂ ଉତ୍ତରପ୍ରଦେଶ ଭଳି କେତେକ ରାଜ୍ୟ ନିଜସ୍ବ ସମ୍ବଳରେ ଟିକା କିଣିବା ପାଇଁ ଆଗ୍ରହ ପ୍ରକାଶ କରି ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଛନ୍ତି। ହେଲେ ଲଜିଷ୍ଟିକ୍‌, କ୍ଲିୟରାନ୍ସ ଓ ଗ୍ୟାରେଣ୍ଟି ସହ ଅନେକ ଅସୁବିଧା ରହିଥିବାରୁ ବିଦେଶୀ କମ୍ପାନୀ ରାଜ୍ୟଗୁଡ଼ିକୁ ଟିକା ଯୋଗାଇବାକୁ ରାଜି ହେଉନାହାନ୍ତି। ଏଭଳି ସମୟରେ କେନ୍ଦ୍ରର ଭାକ୍ସିନ ନୀତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ଟିକାକୁ ନେଇ କେନ୍ଦ୍ରର ଯୋଜନା ଏବଂ ଆମଦାନୀ ସମ୍ପର୍କିତ ସମସ୍ତ ତଥ୍ୟ ୨ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
୧୮ରୁ ୪୪ ବର୍ଷୀୟଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ବୁଧବାର ସୁପ୍ରିମକୋର୍ଟ ସ୍ବେଚ୍ଛାଚାରୀ ଓ ଅଯୌକ୍ତିକ ବୋଲି ଭର୍ତ୍ସନା କରିଛନ୍ତି। ଏହାସହ ଅଦ୍ୟାବଧି କେବେ କେତେ ପରିମାଣର କୋଭାକ୍ସିନ, କୋଭିଶିଲ୍ଡ ଓ ସ୍ପୁଟ୍‌ନିକ୍‌-ଭି ସମେତ ଅନ୍ୟ ଟିକା କିଣାଯାଇଛି ସେନେଇ ସବିଶେଷ ବିବରଣୀ ସତ୍ୟପାଠ ଜରିଆରେ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭାକ୍ସିନ କିଣିବା ପାଇଁ ସରକାର କେନ୍ଦ୍ରୀୟ ବଜେଟରେ ଆବଣ୍ଟନ କରିଥିବା ୩୫,୦୦୦ କୋଟି ଟଙ୍କା କିପରି ଖର୍ଚ୍ଚ କରାଯାଇଛି। ଏହି ଅର୍ଥକୁ ୧୮-୪୪ ବର୍ଷୀୟଙ୍କ ଟିକାକରଣରେ କାହିଁକି ଖର୍ଚ୍ଚ କରାଯାଇ ନାହିଁ ବୋଲି ଶୀର୍ଷ ଅଦାଲତ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ୨ ସପ୍ତାହ ମଧ୍ୟରେ ଏହିସବୁ ତଥ୍ୟ ଦେବାକୁ କହିଛନ୍ତି।
ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଭାକ୍ସିନ ନୀତିକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିଶନ ଦାଏର କରାଯାଇଛି। ତେବେ କୋଭିଡ୍‌ ମୁକାବିଲା ପାଇଁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଆରମ୍ଭ କରିଥିବା ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଏଲ୍‌.ଏନ୍‌. ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ମେ’ ୩୧ରେ ଦେଇଥିବା ଏହି ରାୟ
ବୁଧବାର ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ଖଣ୍ଡପୀଠ ଏଥିରେ କହିଛନ୍ତି, ଖବର ମିଳୁଛି ଯେ ୧୮-୪୪ ବର୍ଷ ବୟସ୍କ ଲୋକେ କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ସହ ସେମାନଙ୍କ ଅବସ୍ଥା ଅତି ଗମ୍ଭୀର ହୋଇଯାଉଛି। ସେମାନଙ୍କୁ ଦୀର୍ଘ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି। ଏପରି କି ବହୁ କ୍ଷେତ୍ରରେ ଏଭଳି ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ମହାମାରୀର ପରିବର୍ତ୍ତିତ ରୂପର ଭୟାବହତାକୁ ଦେଖି ଏହି ବୟସ ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ନୀତି କରାଯିବାର ଆବଶ୍ୟକତା ଅନୁଭୂତ ହେଉଛି। ତେବେ ବୈଜ୍ଞାନିକ ଆଧାରରେ ବିଭିନ୍ନ ଆୟୁ ବର୍ଗର ଲୋକଙ୍କୁ ଟିକା ଦେବାରେ ପ୍ରାଥମିକତାକୁ ବଜାୟ ରଖାଯାଇପାରେ। ହେଲେ କେନ୍ଦ୍ର ପକ୍ଷରୁ ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟରେ ମାଗଣାରେ ଟିକା ଦିଆଯିବା ଏବଂ ୧୮-୪୪ ବର୍ଷୀୟଙ୍କ ପାଇଁ ରାଜ୍ୟ ଓ ଘରୋଇ ହସ୍ପିଟାଲଗୁଡ଼ିକୁ ଭାକ୍ସିନ ପାଇଁ ଅର୍ଥ ପଇଠ କରିବା ପ୍ରଥମ ଦୃଷ୍ଟିରେ ସ୍ବେଚ୍ଛାଚାରୀ ଓ ଅଯୌକ୍ତିକ ଭଳି ମନେହେଉଛି। ଟିକାକରଣ ପାଇଁ କେନ୍ଦ୍ରୀୟ ବଜେଟରେ ୩୫,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ସେହି ଅର୍ଥରୁ ଏହି ସାବାଳକମାନଙ୍କୁ କାହିଁକି ଟିକା ଦିଆଯାଉ ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, କେନ୍ଦ୍ର ସରକାରଙ୍କ ସମସ୍ତ ଟିକା ଅଧିଗ୍ରହଣ ନିର୍ଦ୍ଦେଶନାମା, ଭାକ୍ସିନ ଅର୍ଡରର ପରିମାଣ ଏବଂ ଯୋଗାଣ ତାରିଖ ସମ୍ପର୍କରେ ସତ୍ୟପାଠରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଆବଶ୍ୟକ। ସେହିପରି ମୋଟ ଜନସଂଖ୍ୟାର କେତେ ପ୍ରତିଶତଙ୍କୁ ଗୋଟିଏ ଏବଂ ଦୁଇଟି ଲେଖାଏ ଡୋଜ୍‌ ଦିଆଯାଇଛି ଅଦାଲତ ସେହି ତଥ୍ୟ ମାଗିଛନ୍ତି। ଦେଶର ଅବଶିଷ୍ଟ ଲୋକଙ୍କୁ କେବେ ଓ କିପରି ଭାକ୍ସିନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି, ତାହାର ମଧ୍ୟ ବିବରଣୀ ମାଗିଛନ୍ତି। ୨ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଧାର୍ଯ୍ୟ ତାରିଖ ପୂର୍ବରୁ ଜବାବ ଦାଖଲ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ ସତ୍ୟପାଠ ମାଗିଛନ୍ତି, ଯେଉଁଥିରେ ସମ୍ପୃକ୍ତ ସରକାରମାନେ ମାଗଣାରେ ଟିକା ଦେଉଛନ୍ତି କି ନାହିଁ ସ୍ପଷ୍ଟ କରିବେ।


[mc4wp_form id="252536"] All Right Reserved By Dharitri.Com

Posted inକରୋନା ଭାଇରସ୍‌, ଜାତୀୟ View All

୫୦୦ ଡୋଜ୍‌ କୋଭିଶିଲ୍ଡ୍‌ ନଷ୍ଟ ହେଲା…

ଜୟପୁର,୯।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାକ୍ସିନ୍‌ ଅଭାବ ଯୋଗୁ ଟିକାଦାନରେ ବାଧା ସୃଷ୍ଟି ହୋଇଛି।...

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ ଫର୍ମୂଲା: ୧,୧୫୨ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ…

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଏହାର ଭାଲ୍ୟୁଏଶନ କିପରି କରାଯିବ ସେ ନେଇ ବିବାଦ ଦେଖାଦେଇଥିଲା।...

ଭାରତ ଫେରିବେନି କେରଳର ୪ ମହିଳା ଆଇଏସ୍‌ ଆତଙ୍କବାଦୀ…

ନୂଆଦିଲ୍ଲୀ,୧୨।୬: ଆଫଗାନିସ୍ତାନର ଜେଲ୍‌ରେ ଥିବା କେରଳର ୪ ମହିଳା ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀଙ୍କୁ ଭାରତ ଫେରାଇ ଆଣାଯିବ ନାହିଁ। ଏହି ମହିଳା ଆତଙ୍କବାଦୀମାନେ ଆଫଗାନିସ୍ତାନର ଜେଲରେ...

ମାଆବାପା ପଜିଟିଭ୍‌ ହେଲେ କର୍ମଚାରୀଙ୍କୁ ୧୫ ଦିନ ସ୍ବତନ୍ତ୍ର ଛୁଟି

ନୂଆଦିଲ୍ଲୀ, ୧୦।୬(ପି.ଟି.): କୌଣସି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ମାଆବାପା, କିମ୍ବା ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟ ଯଦି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତେବେ...

ଭାକ୍ସିନ ମିଶ୍ରଣକୁ କେନ୍ଦ୍ରର ନା

ନୂଆଦିଲ୍ଲୀ,୨ା୬: କୋଭିଡ୍‌-୧୯ ନିରାକରଣ ପାଇଁ ଦୁଇ ପ୍ରକାର ଭାକ୍ସିନର ମିଶ୍ରଣକୁ ନେଇ ନାନା ମତ ପ୍ରକାଶ ପାଉଥିବାବେଳେ ମଙ୍ଗଳବାର କେନ୍ଦ୍ର ସରକାର ଏପରି ନ କରିବାକୁ...

ମୁମ୍ବାଇକୁ ବୁଡ଼ାଇଲା ମୌସୁମୀ: ୨ ଦିନରେ ପହଞ୍ଚିବ ଓଡ଼ିଶା

ନୂଆଦିଲ୍ଲୀ,୯।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୁଧବାର ମୁମ୍ବାଇ ସମେତ ଆଭ୍ୟନ୍ତରୀଣ ମହାରାଷ୍ଟ୍ରର କିଛି ଅଞ୍ଚଳ ଏବଂ ଦକ୍ଷିଣ ଗୁଜୁରାଟ ଏବଂ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି...

ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…

ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ...

୮୮୭ ମହାମାରୀ ଭୂତାଣୁ ତାଲିକା ପ୍ରସ୍ତୁତ, ୩୦ ମଧ୍ୟରେ ରହିଛି ତାଣ୍ଡବ ରଚିବା ଶକ୍ତି…

କାଲିଫର୍ନିଆ,୨୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆମେରିକାର କାଲିର୍ଫନିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମୈଜେଟ୍‌ ୮୮୭...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆର୍‌ବିଆଇ ଏମ୍‌ପିସି ବୈଠକ ଆରମ୍ଭ
Next Post Next post:
ଭଉଁରି ଯାତ୍ରାରେ ନିୟୋଜିତ ହେବେ ୫ ପ୍ଲାଟୁନ ଫୋର୍ସ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts