ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ମୁଦ୍ରାନୀତି କମିଟି(ଏମ୍ପିସି) ବୈଠକ ବୁଧବାରଠାରୁ ଆରମ୍ଭ ହୋଇଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ୪ ଜୁନ୍ରେ ଏହାର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବ। ଚଳିତ ଥର ରିଜର୍ଭ ବ୍ୟାଙ୍କ ରେପୋ ସମେତ ଅନ୍ୟ କୌଣସି ହାରରେ ପରିବର୍ତ୍ତନ କରିବ ନାହିଁ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଏପ୍ରିଲରେ ମଧ୍ୟ ଏମ୍ପିସି ରେପୋ ହାରରେ କୌଣସି ପରିବର୍ତ୍ତନ କରି ନ ଥିଲା। ଯଦି ଚଳିତ ଥର ମଧ୍ୟ ରେପୋରେ କୌଣସି ପରିବର୍ତ୍ତନ ନ ହୁଏ ତେବେ ୬ ଥର ପାଇଁ ରେପୋ ହାର ଅପରିବର୍ତ୍ତିତ ରହିବ। କରୋନା ଯୋଗୁ ବଜାର ବର୍ତ୍ତମାନ ଆହ୍ବାନପୂର୍ଣ୍ଣ ରହିଛି। ସେହିଭଳି ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ନଜରରେ ରଖି ସ୍ଥିତାବସ୍ଥା ବଜାୟ ରଖିବ ବୋଲି କୁହାଯାଉଛି। ବର୍ତ୍ତମାନ ରେପୋ ୪% ହାରରେ ରହିଛି। ସେହିଭଳି ରିଭର୍ସ ରେପୋ ୩.୫% ହାରରେ ରଖାଯାଇଛି।
ବହୁଦେଶୀୟ କମ୍ପାନୀଙ୍କ ଟିକସ ନେଇ ଜି-୭ର ନିଷ୍ପତ୍ତି
ନୂଆଦିଲ୍ଲୀ,୭।୬: ଶନିବାର ଜି-୭ ରାଷ୍ଟ୍ର ସମୂହର ପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ଏକ ବିଶେଷ ବୈଠକ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ଗୁଗଲ, ଆପଲ୍ ଓ ଆମାଜନ...
ସତର୍କ କଲା ଏସ୍ବିଆଇ: ଜୁନ୍ ୩୦ ମଧ୍ୟରେ କରି ନିଅନ୍ତୁ ଏହି କାମ; ନଚେତ…
ନୂଆଦିଲ୍ଲୀ,୨।୬: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଗ୍ରାହକମାନଙ୍କୁ ଜୁନ୍ ୩୦ ସୁଦ୍ଧା ସେମାନଙ୍କର ପାନ୍-ଆଧାର ଲିଙ୍କ୍ କରିବାକୁ କହିଛି। ଏହାଦ୍ୱାରା ସେମାନେ ଭବିଷ୍ୟତରେ କୌଣସି ପ୍ରକାରର...
ଅର୍ଥ ବ୍ୟବସ୍ଥା ପାଇଁ ଆସିପାରେ ଅଧିକ ପଦକ୍ଷେପ
ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ପ୍ରୋତ୍ସାହିତ କରିବା...
ଭାରତୀୟ କର୍ତ୍ତୃପକ୍ଷଙ୍କୁ ଚୋକ୍ସୀଙ୍କ ଖୋଲା ଆମନ୍ତ୍ରଣ
ନୂଆଦିଲ୍ଲୀ,୬।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଯାହା ପଚାରିବାର ଅଛି ଆସି ପଚାରିପାରିବ ବୋଲି ଚୋକ୍ସୀ କହିଛନ୍ତି।...
ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଆୟୋଜିତ ଭର୍ଚୁଆଲ ପ୍ଲାଟଫର୍ମରେ ବିଶ୍ୱ ପରିବେଶ...
ମେ’ରେ ବ୍ୟବହାର ହୋଇଛି ୧୭% ଟିକା
ନୂଆଦିଲ୍ଲୀ,୧୩।୬: ସାରା ଦେଶ କୋଭିଡ୍ ମହାମାରୀ ଭୟରେ ଦିନ କାଟୁଛନ୍ତି। କୋଭିଡ୍ ଟିକା ନେବା ଦ୍ୱାରା ମହାମାରୀରୁ କିଛି ମାତ୍ରାରେ ସୁରକ୍ଷିତ ରହିପାରିବା ବୋଲି କୁହାଯାଇଛି।...
କାର୍ଯ୍ୟକାରୀ ଅପେକ୍ଷାରେ ଶ୍ରମ କୋଡ୍
ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍ ବିଲ୍ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର...
ଭର୍ଚୁଆଲ କରେନ୍ସି ବିଟ୍କଏନ ଏବେ ଏଲ୍ ସାଲଭେଡରରେ ହେବ ଲାଗୁ…
ସାନ୍ ସାଲଭେଡର, ୯।୬: ସେଣ୍ଟ୍ରାଲ ଆମେରିକାର ଦେଶ ଏଲ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍କଏନ ବୈଧ କରିବାକୁ ଯୋଜନା ହୋଇଛି। ପୂର୍ବରୁ ରାଷ୍ଟ୍ରପତି ନାଏବ ବୁକେଲେ...


