ନୂଆଦିଲ୍ଲୀ,୭।୬: ଶନିବାର ଜି-୭ ରାଷ୍ଟ୍ର ସମୂହର ପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ଏକ ବିଶେଷ ବୈଠକ ଲଣ୍ଡନରେ ଅନୁଷ୍ଠିତ ହୋଇଯାଇଛି। ଗୁଗଲ, ଆପଲ୍ ଓ ଆମାଜନ ଭଳି ବହୁ ଦେଶୀୟ କମ୍ପାନୀଗୁଡିକ ଉପରେ ଟିକସ ଲାଗୁ କରିବା ଲାଗି ଉକ୍ତ ବୈଠକରେ ଏକ ଐତିହାସିକ ଚୁକ୍ତି ନେଇ ଜି-୭ ରାଷ୍ଟ୍ର ସମୂହ ସହମତି ପ୍ରକାଶ କରିଛନ୍ତି। ଫଳରେ ବହୁ ଦେଶୀୟ କମ୍ପାନୀଗୁଡିକ ଅନ୍ତତଃ ପକ୍ଷେ ୧୫% ଅନ୍ତଃରାଷ୍ଟ୍ରୀୟ କର୍ପୋରେଟ ଟିକସ ଦେବାକୁ ପଡିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ ଅଧ୍ୟକ୍ଷତା କରି ବିଭିନ୍ନ ବିଷୟ ଉପରେ ମତାମତ ଲୋଡିଥିଲେ। ଏହାଦ୍ୱାରା ସରକାରୀ ରାଜକୋଷକୁ ଆବଶ୍ୟକ ପରିମାଣର ଟିକସ ଆସିବ। ଫଳରେ ଦେଶଗୁଡିକ ଏହାଦ୍ୱାରା ଲାଭବାନ ହୋଇପାରିବେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହି ସର୍ବନିମ୍ନ କର୍ପୋରେଟ ଟିକସକୁ ନେଇ ଆସନ୍ତା ମାସରେ ଏକ ଐତିହାସିକ ରାଜିନାମା ହୋଇପାରେ। ଏହି ନିଷ୍ପତ୍ତି ଫଳରେ ଭାରତ ଲାଭବାନ ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ସେମାନଙ୍କ କହିବା କଥା ବହୁଦେଶୀୟ କମ୍ପାନୀଗୁଡ଼ିକ ୧୫% ଟିକସ ପ୍ରଦାନ କଲେ ଦେଶର ବିକାଶ କାର୍ଯ୍ୟରେ ତାହା ବିନଯୋଗ ହୋଇପାରିବ।
ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨ ଗୁଣ ବଢ଼ିଲା
ନୂଆଦିଲ୍ଲୀ,୧୭।୬: ଚଳିତ ଆର୍ଥତ୍କ ବର୍ଷ ଅଦ୍ୟାବଧି ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବେଶ୍ ଉନ୍ନତ ରହିଛି। ଆୟକର ବିଭାଗ ସୂଚନା ମୁତାବକ, ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨...
ଇନ୍ଧନ ଦର ବୃଦ୍ଧିରୁ ସମସ୍ୟା
ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ବିଶେଷ ଭାବେ ପରିବହନ ବ୍ୟବସ୍ଥା ଉପରେ ପଡୁଛି। ପରିବହନ ଯୋଗୁ...
ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାର ଚିନ୍ତାଜନକ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି. ସୁବାରାଓ ଦେଶ ମଧ୍ୟରେ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶରେ...
ମଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସ୍ସିଏଆଇ
ଭୁବନେଶ୍ୱର: କରୋନା ମହାମାରୀରେ ନିୟନ୍ତ୍ରଣ ଓ ସୁରକ୍ଷିତ ଭାବେ ମଲ୍ଗୁଡ଼ିକୁ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଶପିଂ ସେଣ୍ଟର ଆସୋସିଏଶନ ଅଫ୍ ଇଣ୍ଡିଆ...
ପାନ୍-ଆଧାର ଲିଙ୍କ୍ ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି
ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍ ସହ ଆଧାର ଲିଙ୍କ୍ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ...
ମେ’ରେ କମିଲା ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୬।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଦେଶର ଜିଏସ୍ଟି ସଂଗ୍ରହରେ ହ୍ରାସ ଘଟିଛି। ମେ’ ରେ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍ଟି)...
ତେଲ ଦରରୁ ଏବେ ମିଳିବନି ଆଶ୍ୱସ୍ତି
ନୂଆଦିଲ୍ଲୀ: କରୋନା କାଳରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଜନିତ ଚିନ୍ତାରେ ରହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ତେଲ ଦର ବର୍ତ୍ତମାନ ୧୦୦ ଟଙ୍କା...
ରିଲାଏନ୍ସ ବୋର୍ଡରେ ରହିପାରେ ସାଉଦି ଆରାମକୋ
ନୂଆଦିଲ୍ଲୀ: ରିଲାଏନ୍ସ ବୋର୍ଡରେ ସାଉଦି ଆରାମକୋର ଅଧ୍ୟକ୍ଷ ସାମିଲ ହୋଇପାରନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ସାଉଦି ଆରାମକୋ ମଧ୍ୟରେ ୧୫ ବିଲିୟନ ଡଲାରର ମେଗାଡିଲକୁ ନେଇ...


