ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି. ସୁବାରାଓ ଦେଶ ମଧ୍ୟରେ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ଏକ ବୃହତ୍ ତାରତମ୍ୟ ସୃଷ୍ଟି ହୋଇଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଜାରି କରାଯାଇଥିବା ଲକ୍ଡାଉନ ଯୋଗୁ ଗରିବ ଲୋକଙ୍କ ଜୀବିକା ସଙ୍କଟରେ ରହିଛି। ଲୋକଙ୍କ ରୋଜଗାର ବର୍ତ୍ତମାନ ଗଭୀର ଭାବେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଧନୀଲୋକଙ୍କ କାର୍ଯ୍ୟକଳାପ ଏବଂ ଜୀବନଯାପନ ଉପରେ ଅପେକ୍ଷାକୃତ କମ୍ ପ୍ରଭାବ ପଡିଥିବା ଦେଖାଯାଇଛି।
ସୁବାରାଓ କହିଛନ୍ତି, ମହାମାରୀ ଯେଉଁ ତାରତମ୍ୟ ସୃଷ୍ଟି କରିଛି ତାହା ଅସନ୍ତୁଳିତ ପୁନରୁଦ୍ଧାର ଆଡ଼କୁ ଇସାରା କରୁଛି। ଆଗାମୀ ଦିନରେ ଏହା ଅଭିବୃଦ୍ଧି ସମ୍ଭାବନାକୁ କ୍ଷତି ପହଞ୍ଚାଇପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଅସନ୍ତୁଳିତ ପୁନରୁଦ୍ଧାର ସିଦ୍ଧାନ୍ତ ଦୃଷ୍ଟିକୋଣରୁ ଭୁଲ୍ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଏହା କ୍ଷତିପହଞ୍ଚାଇ ପାରେ। ଘରୋଇ ବଜାରରେ ନଗଦ ସ୍ଥିତି ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ନିବେଶ ବୃଦ୍ଧି ଯୋଗୁ ମହାମାରୀ ସମୟରେ ମଧ୍ୟ ଶେୟାର ବଜାର ଏବଂ ଅନ୍ୟ ସମ୍ପତ୍ତି ଏବେ ବଢିଚାଲିଛି।
ସୁବାରାଓ ପୁଣି କହିଛନ୍ତି, ଚଳିତ ବର୍ଷ ଦେଶର ଆର୍ଥତ୍କ ସୁଧାର ଉନ୍ନତ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ମହାମାରୀର ନୂଆ ଲହର ଏହା ଉପରେ ଶକ୍ତ କ୍ଷତି ପହଞ୍ଚାଇଛି। ଗତବର୍ଷ ଅର୍ଥ ବ୍ୟବସ୍ଥାର ସ୍ଥିତି ଗତ ୪ ଦଶନ୍ଧିର ସବୁଠାରୁ ଖରାପ ରହିଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଜିଡିପି -୭.୩% ରହିଛି। କ୍ଷତି ପରିମାଣ ଆକଳନଠାରୁ କମ୍ ରହିଥିଲେ ମଧ୍ୟ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଜୀବନ ଜୀବିକା ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ବଜାର ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା। ହେଲେ ଦ୍ୱିତୀୟ ଲହର ଏଥିରେ ପ୍ରତିବନ୍ଧକ ସାଜିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ଅଭିବୃଦ୍ଧି ଆକଳନକୁ ୧୦.୫%ରୁ ୯.୫%କୁ ଖସାଇଛି। ୯.୫% ହାରରେ ଅଭିବୃଦ୍ଧି ପ୍ରଭାବଶାଳୀ ମାତ୍ର ଗତବର୍ଷ ଜିଡିପିରେ ଯେଉଁ ହ୍ରାସ ହୋଇଛି ସେହି ଆଧାରରେ ଏହା ହାସଲ ହେବ। ଯଦି ଆମେ ଅଭିବୃଦ୍ଧି ହାର ହାସଲ ମଧ୍ୟ କରି ନେଉଛେ ତେବେ ଉତ୍ପାଦନ ମହାମାରୀ ପୂର୍ବ ସ୍ଥିତିଠାରୁ କମ୍ ରହିବ। ମହାମାରୀରେ ଅନେକ ଲୋକଙ୍କ ଜୀବିକା ଚାଲି ଯାଇଥିବା ବେଳେ ଅତିଧନୀଙ୍କ ସମ୍ପତ୍ତି ବୃହତ୍ ପରିମାଣରେ ବଢିଛି ବୋଲି ସେ ମତ ରଖିଛନ୍ତି।
ମଲ୍ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସ୍ସିଏଆଇ
ଭୁବନେଶ୍ୱର: କରୋନା ମହାମାରୀରେ ନିୟନ୍ତ୍ରଣ ଓ ସୁରକ୍ଷିତ ଭାବେ ମଲ୍ଗୁଡ଼ିକୁ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଶପିଂ ସେଣ୍ଟର ଆସୋସିଏଶନ ଅଫ୍ ଇଣ୍ଡିଆ...
ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଖର୍ଚ୍ଚ ହୋଇପାରେ ୫୦ ହଜାର କୋଟି
ନୂଆଦିଲ୍ଲୀ,୧୭।୬: ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। କ୍ରେଡିଟ୍ ଇନସେନଟିଭ ବା ଋଣ ପ୍ରୋତ୍ସାହନ ଭାବେ ଏହାକୁ ଖର୍ଚ୍ଚ କରାଯିବ।...
ରେଲଓ୍ବେକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ
ନୂଆଦିଲ୍ଲୀ: ୭୦୦ ମେଗାହର୍ଜ ବ୍ୟାଣ୍ଡରେ ରେଲଓ୍ବେକୁ ୫ ମେଗାହର୍ଜ ସ୍ପେକ୍ଟ୍ରମ ପ୍ରଦାନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଭଳି ପଦକ୍ଷେପ...
ସତର୍କ କଲା ଏସ୍ବିଆଇ: ଜୁନ୍ ୩୦ ମଧ୍ୟରେ କରି ନିଅନ୍ତୁ ଏହି କାମ; ନଚେତ…
ନୂଆଦିଲ୍ଲୀ,୨।୬: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଗ୍ରାହକମାନଙ୍କୁ ଜୁନ୍ ୩୦ ସୁଦ୍ଧା ସେମାନଙ୍କର ପାନ୍-ଆଧାର ଲିଙ୍କ୍ କରିବାକୁ କହିଛି। ଏହାଦ୍ୱାରା ସେମାନେ ଭବିଷ୍ୟତରେ କୌଣସି ପ୍ରକାରର...
ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ଏଫ୍ଡିଆଇ ସୀମା ବଢ଼ିପାରେ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକରେ ପୁଞ୍ଜି ପ୍ରତ୍ୟାହାର ଯୋଜନାକୁ ଆଗକୁ ବଢ଼ାଉଛନ୍ତି। ଏ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) ନିୟମ ପ୍ରତିବନ୍ଧକ...
ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଆର୍ବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ...
ଇନ୍ଧନ ଦର ବୃଦ୍ଧିରୁ ସମସ୍ୟା
ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ବିଶେଷ ଭାବେ ପରିବହନ ବ୍ୟବସ୍ଥା ଉପରେ ପଡୁଛି। ପରିବହନ ଯୋଗୁ...
୫ଜି ଟେକ୍ନୋଲୋଜି ସୁରକ୍ଷିତ:ସିଓଏଆଇ
ନୂଆଦିଲ୍ଲୀ: ଆଗାମୀ ଦିନରେ ଆସିବାକୁ ଥିବା ୫ଜି ଟେକ୍ନୋଲୋଜି ସୁରକ୍ଷିତ। ସ୍ବାସ୍ଥ୍ୟ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ। ବର୍ତ୍ତମାନ ଭ୍ରାନ୍ତ ଧାରଣା ଏବଂ ଗୁଜବ...


