E-Paper
  • logo
  • Friday 29th May 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inବାଣିଜ୍ୟ

ଅର୍ଥ ବ୍ୟବସ୍ଥା ପାଇଁ ଆସିପାରେ ଅଧିକ ପଦକ୍ଷେପ
11:12 amJune 21, 2021June 27, 2021

ନୂଆଦିଲ୍ଲୀ:  କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅଧିକ ପଦକ୍ଷେପ ଆସି ପାରେ। ଏ କ୍ଷେତ୍ରରେ ସରକାର ଅଧିକ ପଦକ୍ଷେପ ଲାଗି ରାସ୍ତା ଖୋଲା ରଖିଛନ୍ତି ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି.ସୁବ୍ରମଣ୍ୟନ ରବିବାର କହିଛନ୍ତି। ସରକାର ଫେବୃୟାରୀ ମାସରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ସତ୍ତ୍ୱେ ନୂଆ ପ୍ରୋତ୍ସାହନ ପ୍ୟାକେଜ ନେଇ ବିଭିନ୍ନ ମହଲରୁ ଦାବି ଉଠିଛି। ଏହାର ବିଭିନ୍ନ ଦିଗକୁ ମଧ୍ୟ ସରକାର ବିଚାର କରିବାକୁ ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଦ୍ୱିତୀୟ ଲହରରେ ଆସିଥିବା ପ୍ରଭାବକୁ କମ୍‌ କରିବା ଲାଗି ସରକାର ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଶିଳ୍ପ ସଂଘ ଗୁଡିକ ଦାବି ଉଠାଇଛନ୍ତି। ଏହା ଉପରେ ସିଇଏ ସ୍ପଷ୍ଟୀକରଣ ରଖିଥିବା ଜଣାପଡିଛି।
ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ଦ୍ୱିତୀୟ ଲହର ଯୋଗୁ ଜିଡିପିକୁ ୨ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ। ସୁବ୍ରମଣ୍ୟନ କହିଛନ୍ତି, ଗତବର୍ଷ ଭଳି ଅଧିକ ପଦକ୍ଷେପ ନେବାକୁ ରାସ୍ତା ଖୋଲା ରହିଛି। ମାତ୍ର ଗତବର୍ଷ ଏବଂ ଚଳିତବର୍ଷ କ’ଣ ସବୁ ବଡ ବ୍ୟବଧାନ ରହିଛି ତାକୁ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଏକ ସାକ୍ଷାତ୍‌କାରରେ ସେ ମତ ପ୍ରକାଶ କରିଛନ୍ତି। ସରକାର ବଜେଟରେ ଭିତ୍ତିଭୂମି ଖର୍ଚ୍ଚକୁ ଗୁରୁତ୍ୱ ଦେଇଛନ୍ତି। ଅଣ ସଙ୍ଗଠିତ କ୍ଷେତ୍ରଗୁଡ଼ିକରେ ନିଯୁକ୍ତି ସୃଷ୍ଟି, ବଜାର ଚାହିଦା ଫେରାଇ ଆଣିବା ଭଳି ବିଭିନ୍ନ ଦିଗକୁ ଧ୍ୟାନରେ ରଖାଯାଇଛି। ନିର୍ମାଣ କ୍ଷେତ୍ରରେ ଖର୍ଚ୍ଚକୁ ସରକାର ୧୫% ବଢ଼ାଇଛନ୍ତି। ଫଳରେ ମୋଟ ଜିଡିପିରେ ସ୍ଥିର ପୁଞ୍ଜି ସୃଷ୍ଟି ପ୍ରାୟ ୩୪% ବଢ଼ିଛି। ଆର୍ଥତ୍କ ସୁଧାର ଫେରାଇ ଆଣିବା ଲାଗି ସରକାର ସାଧ୍ୟମତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ ମତ ରଖିଛନ୍ତି।
ଏଭଳି ପଦକ୍ଷେପ ମଧ୍ୟରେ ୮୦ କୋଟି ଲୋକଙ୍କୁ ଆଗାମୀ ନଭେମ୍ବର ଯାଏ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ, ଗରିବ କଲ୍ୟାଣ ଯୋଜନାର ସମୟ ଅବଧି ବୃଦ୍ଧି ଯୋଗୁ ଅତିରିକ୍ତ ୭୦ ହଜାର କୋଟି ଖର୍ଚ୍ଚ ଏବଂ ସମସ୍ତଙ୍କୁ ମାଗଣା ଟିକାକରଣ ଭଳି କାର୍ଯ୍ୟକ୍ରମ ସାମିଲ ରହିଛି। ଆର୍ଥତ୍କ ସୁଧାରକୁ ଫେରାଇ ଆଣିବାରେ ଟିକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦ୍ୱିତୀୟ ଲହର ଯୋଗୁ ଅର୍ଥ ବ୍ୟବସ୍ଥା ଏତେଟା ପ୍ରଭାବିତ ହେବନି ବୋଲି ସେ ମତ ପ୍ରକାଶ କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inବାଣିଜ୍ୟ View All

ଇନ୍ଧନ ଦର ବୃଦ୍ଧିରୁ ସମସ୍ୟା

ଭୁବନେଶ୍ୱର: ଦେଶରେ କ୍ରମାଗତ ଭାବେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଫଳରେ ଏହାର ପ୍ରଭାବ ବିଶେଷ ଭାବେ ପରିବହନ ବ୍ୟବସ୍ଥା ଉପରେ ପଡୁଛି। ପରିବହନ ଯୋଗୁ...

ଡାବର ଟୁଥ୍‌ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ

ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...

ପ୍ରଭାବିତ ହେବନି କୃଷି କ୍ଷେତ୍ର

ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଯୋଗୁ ଦେଶର କୃଷି କ୍ଷେତ୍ର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ...

ମଲ୍‌ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ଏସ୍‌ସିଏଆଇ

ଭୁବନେଶ୍ୱର: କରୋନା ମହାମାରୀରେ ନିୟନ୍ତ୍ରଣ ଓ ସୁରକ୍ଷିତ ଭାବେ ମଲ୍‌ଗୁଡ଼ିକୁ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପ୍ରଦାନ ପାଇଁ ଶପିଂ ସେଣ୍ଟର ଆସୋସିଏଶନ ଅଫ୍‌ ଇଣ୍ଡିଆ...

ପାନ୍‌-ଆଧାର ଲିଙ୍କ୍‌ ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍‌ ସହ ଆଧାର ଲିଙ୍କ୍‌ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ...

ଜୁନ୍‌ରେ ବଢ଼ିଲାଣି ୧୩ଥର ପେଟ୍ରୋଲ ୨୬, ଡିଜେଲ ୮ ପଇସା ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୬ଦିନକର ବିରତି ପରେ ପୁଣି ଥରେ ତୈଳ ଦରରେ ପରିବର୍ତ୍ତନ ହୋଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌)...

ଭର୍ଚୁଆଲ କରେନ୍ସି ବିଟ୍‌କଏନ ଏବେ ଏଲ୍‌ ସାଲଭେଡରରେ ହେବ ଲାଗୁ…

ସାନ୍‌ ସାଲଭେଡର, ୯।୬: ସେଣ୍ଟ୍ରାଲ ଆମେରିକାର ଦେଶ ଏଲ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍‌କଏନ ବୈଧ କରିବାକୁ ଯୋଜନା ହୋଇଛି। ପୂର୍ବରୁ ରାଷ୍ଟ୍ରପତି ନାଏବ ବୁକେଲେ...

ରିଲାଏନ୍ସ ବୋର୍ଡରେ ରହିପାରେ ସାଉଦି ଆରାମକୋ

ନୂଆଦିଲ୍ଲୀ: ରିଲାଏନ୍ସ ବୋର୍ଡରେ ସାଉଦି ଆରାମକୋର ଅଧ୍ୟକ୍ଷ ସାମିଲ ହୋଇପାରନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ସାଉଦି ଆରାମକୋ ମଧ୍ୟରେ ୧୫ ବିଲିୟନ ଡଲାରର ମେଗାଡିଲକୁ ନେଇ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
୨୨ରୁ ପ୍ରବଳ ବର୍ଷା
Next Post Next post:
ରିଲାଏନ୍ସ ବୋର୍ଡରେ ରହିପାରେ ସାଉଦି ଆରାମକୋ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts