ନୂଆଦିଲ୍ଲୀ,୧୧ା୬:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଭାଜପା ଓ କେନ୍ଦ୍ର ସରକାରଙ୍କ ଶୀର୍ଷ ନେତୃତ୍ୱଙ୍କ ସହ ଯୋଗୀଙ୍କ ଭେଟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଯୋଗୀଙ୍କ କୋଭିଡ୍ ମୁକାବିଲାରେ ଦୁର୍ବଳତା ଯୋଗୁ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାଜପାକୁ କ୍ଷତି ସହିବାକୁ ପଡ଼ିପାରେ ବୋଲି କିଛିଦିନ ହେଲା ଚର୍ଚ୍ଚା ଜୋର୍ ଧରିଛି। ଏଭଳି ସମୟରେ ପ୍ରଥମ ଥର ପାଇଁ ଯୋଗୀ ଦୁଇଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ସେ ଶୁକ୍ରବାର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଅନ୍ୟ ନେତାମାନଙ୍କୁ ସାକ୍ଷାତ କରିବେ। ୟୁପିର ପ୍ରମୁଖ ବ୍ରାହ୍ମଣ ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ କଂଗ୍ରେସ ଛାଡ଼ି ଭାଜପାରେ ମିଶିବାର ଦିନକ ପରେ ଯୋଗୀଙ୍କ ଦିଲ୍ଲୀ ଗସ୍ତ ପାଣିପାଗରେ ଉଷ୍ମତା ଭରିଦେଇଛି। ଆଗକୁ ୟୁପିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ହେଉଥିବା ଚର୍ଚ୍ଚା ଭିତରେ ଜିତିନଙ୍କୁ ଏଥିରେ ସାମିଲ କରାଯିବା ସମ୍ଭାବନା ଦେଖାଦେଇଛି। କ୍ୟାବିନେଟରେ ଜାତିଗତ ଓ ଆଞ୍ଚଳିକ ସମୀକରଣକୁ ମଧ୍ୟ ଦୃଷ୍ଟି ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ଏ.କେ. ଶର୍ମାଙ୍କୁ କ୍ୟାବିନେଟରେ ସାମିଲ କରିବା ନେଇ କେନ୍ଦ୍ରୀୟ ନେତାଙ୍କ ସହ ଯୋଗୀଙ୍କ ସାକ୍ଷାତ ବେଳେ ଆଲୋଚନା ହୋଇପାରେ।
ପୁଣି ବଢ଼ିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ଭାଜପାର ଚିନ୍ତା ବଢ଼ାଇଲେ ମୁକୁଲ
କୋଲକାତା, ୯।୬: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ପରେ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଟିଏମ୍ସିର ବହୁ ପୂର୍ବତନ ନେତାଙ୍କ ଭଳି ବରିଷ୍ଠ ନେତା ମୁକୁଲ ରୟ...
ମୋଦିଙ୍କ କ୍ୟାବିନେଟ୍ରେ ସିନ୍ଧିଆ ପାଇବେ ସ୍ଥାନ: ମିଳିପାରେ ରେଳ ମନ୍ତ୍ରଣାଳୟ…
ନୂଆଦିଲ୍ଲୀ,୧୩।୬: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ର ସମ୍ପ୍ରସାରଣ କରାଯିବ। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସ୍ଥାନ ମିଳିବା ପ୍ରାୟ ନିଶ୍ଚିତ ହୋଇଛି।...
ଗର୍ଲଫ୍ରେଣ୍ଡ ପାଇଁ ସୋନୁଙ୍କୁ ଆଇଫୋନ୍ ମାଗିଲେ ଯୁବକ
ନୂଆଦିଲ୍ଲୀ,୨୨।୬: କରୋନା ମହାମାରୀରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇଫୋନ ମାଗିଛନ୍ତି ଜଣେ ଯୁବକ। ଏହାର...
ପୁଲଓ୍ବାମାରେ ପୁଣି ଥରେ ପଡ଼ିଲା ରକ୍ତ ଛିଟା
ଶ୍ରୀନଗର,୬।୬ : ପୁଣି ଥରେ ପୁଲଓ୍ବାମାରେ ପଡ଼ିଛି ରକ୍ତ ଛିଟା। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ଘଟଣାରେ ଅତିକମ୍ରେ ୮ ଜଣ ଆହତ...
କରୋନା ଗ୍ରାଫ୍ ତଳ ମୁହାଁ…
ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...
ଭୁଲ୍ ସ୍ବୀକାର କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୬।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିଜର ଏକ ଭୁଲ୍କୁ ସ୍ବୀକାର କରିଛନ୍ତି। ୨୦୧୯ରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କ...
ରେଳଧାରଣାରେ ଯାଇଛି ୮,୭୦୦ ଜୀବନ
ନୂଆଦିଲ୍ଲୀ, ୩।୬(ପି.ଟି.): ୨୦୨୦ରେ ଦେଶବ୍ୟାପୀ ଲକ୍ଡାଉନ ଯୋଗୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଯଥେଷ୍ଟ ହ୍ରାସ ସତ୍ତ୍ୱେ ରେଳଧାରଣାରେ ୮,୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ...


