ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୧୦ ଥିବାବେଳେ ମୃତକଙ୍କ ସଂଖ୍ୟା ୨,୭୯୫ ଥିଲା । ତେବେ ବୁଧବାର ଏହାପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୭୮୮ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୨୦୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨ ଲକ୍ଷ ୩୧ ହଜାର ୪୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୭ ଲକ୍ଷ ୯୩ ହଜାର ୬୪୫ଜଣ ଚିକିତ୍ସିତ ହେଉଛନ୍ତି। ଅଧିକ ସଂଖ୍ୟକ ଆକାନ୍ତଙ୍କ ମୃତ୍ୟୁ ଘଟୁ ଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ବର୍ତ୍ତମାନ ସୁଦ୍ଧା ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୫ କୋଟି ୫୭ ହଜାର ୩୩୦ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ପ୍ରିୟଙ୍କା-ରାହୁଲଙ୍କ ସହ ହୋଇପାରିଲାନି ସାକ୍ଷାତକାର: ନିରାଶ ହୋଇ ଫେରିଲେ ସଚିନ
ନୂଆଦିଲ୍ଲୀ,୧୬।୬: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ରାନୈତିକ ସଙ୍କଟ ଜାରି ରହିଛି। ଦୁହିଁଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନା...
ସାଢ଼େ ୧୮ କୋଟିରେ କାହିଁକି କିଣାଗଲା ରାମମନ୍ଦିର ଜମି: କେନ୍ଦ୍ର-ଆରଏସ୍ଏସ୍କୁ ରିପୋର୍ଟ ପଠାଇଲା ଟ୍ରଷ୍ଟ୍…
ଅଯୋଧ୍ୟା,୧୫।୬: ରାମମନ୍ଦିର ପାଇଁ ଜମି କାହିଁକି ସାଢ଼େ ୧୮ କୋଟି ଟଙ୍କାରେ କିଣାଗଲା ସେ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ ପକ୍ଷରୁ ରିପୋର୍ଟ...
ରେଳଧାରଣାରେ ଯାଇଛି ୮,୭୦୦ ଜୀବନ
ନୂଆଦିଲ୍ଲୀ, ୩।୬(ପି.ଟି.): ୨୦୨୦ରେ ଦେଶବ୍ୟାପୀ ଲକ୍ଡାଉନ ଯୋଗୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଯଥେଷ୍ଟ ହ୍ରାସ ସତ୍ତ୍ୱେ ରେଳଧାରଣାରେ ୮,୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ସେମାନଙ୍କ...
୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ୍
ନୂଆଦିଲ୍ଲୀ,୨୨।୬: ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୀକ୍ଷା ବୈଠକର ତଥ୍ୟ ସାମ୍ନାକୁ ଆସିଛି। ଏହି ସମୀକ୍ଷା ବୈଠକରେ ପ୍ରକାଶ ପାଇଛି ଯେ,...
ମାସ୍କ୍ ନ ପିନ୍ଧିବା ନିର୍ଦ୍ଦେଶ ପରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଜେରୁଜେଲମ୍,୨୪।୬: କରୋନା ମହାମାରୀ ଭୂତାଣୁ ବିରୋଧରେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହିତ ନିୟମିତ ବ୍ୟବଧାନରେ ହାତଧୋଇବା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ସ୍ବାସ୍ଥ୍ୟ...
ନିର୍ବାଚନ ପୂର୍ବରୁ ବାଡ଼ଡିଆଁ…
ନୂଆଦିଲ୍ଲୀ,୯।୬: ଆସନ୍ତା ୨୦୨୨ରେ ଦେଶର ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ଶକ୍ତି ବୃଦ୍ଧି କରିବା ଲାଗି ଅଣ୍ଟାଭିଡ଼ିବା ଆରମ୍ଭ କରିଛି।...
ଦିଲ୍ଲୀ ଲୋକଙ୍କ ଜୀବନ ପାଇଁ ଲଢ଼ିବା ମୋ ଅପରାଧ
ନୂଆଦିଲ୍ଲୀ,୨୫।୬: ଦିଲ୍ଲୀର ୨ କୋଟି ଲୋକଙ୍କ ଜୀବନ ପାଇଁ ସଂଗ୍ରାମ କରିବା ମୋ ଅପରାଧ। ତୁମେ ଯେତେବେଳେ ନିର୍ବାଚନ ରାଲିରେ ମାତିଥିଲ, ମୁଁ ସେତେବେଳେ ଅକ୍ସିଜେନ...
ଜେଏନ୍ୟୁରେ ଛାତ୍ର-କର୍ମଚାରୀ ସଂଘର୍ଷ
ନୂଆଦିଲ୍ଲୀ,୧୦।୬: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ର ଗୋଟିଏ ଗୋଷ୍ଠୀ ଛାତ୍ର ଏବଂ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରଗୋଷ୍ଠୀ ଜବରଦସ୍ତ ସେଣ୍ଟ୍ରାଲ ଲାଇବ୍ରେରିରେ ପ୍ରବେଶ କରି କାଚ...


