ନୂଆଦିଲ୍ଲୀ,୧୦।୬: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ର ଗୋଟିଏ ଗୋଷ୍ଠୀ ଛାତ୍ର ଏବଂ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରଗୋଷ୍ଠୀ ଜବରଦସ୍ତ ସେଣ୍ଟ୍ରାଲ ଲାଇବ୍ରେରିରେ ପ୍ରବେଶ କରି କାଚ ଡୋର୍ ଭାଙ୍ଗି ଥିଲେ। ଏହାକୁ ବିରୋଧ କରିଥିଲେ ସୁରକ୍ଷା କର୍ମଚାରୀ। ଫଳରେ ସୁରକ୍ଷା କର୍ମଚାରୀ ଏବଂ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରମାନଙ୍କ ବିରୋଧରେ ଥାନାରେ ଏତଲା ଦାଏର କରିଛି। ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ, ଛାତ୍ର ଗୋଷ୍ଠୀ ୨ ଦିନ ହେଲା ବି.ଆର୍. ଆମ୍ବେଡ୍କର ଲାଇବ୍ରେରିକୁ କବ୍ଜା କରି ରଖିଥିଲେ। ୮ ତାରିଖରେ ଏହି ଘଟଣା ଘଟିଥିବା ବେଳେ ବୁଧବାର ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ତେବେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ମହାମାରୀ ସମୟରେ ବିଶୃଙ୍ଖଳିତ ଛାତ୍ରମାନଙ୍କ ଏଭଳି କାର୍ଯ୍ୟ ଯୋଗୁ ଲାଇବ୍ରେରି କର୍ମଚାରୀ ଏବଂ ହଷ୍ଟେଲରେ ରହୁଥିବା ଅନ୍ୟ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଟିକାକରଣ ପାଇଁ ପାହାଡ଼ ଚଢ଼ିଲେ ଜିଲାପାଳ
କୋଲକାତା,୨୧।୬: ପଶ୍ଚିମବଙ୍ଗ ଅଲିପୁରଦ୍ୱାର ଜିଲାର ଜିଲାପାଳ ସୁରେନ୍ଦ୍ର କୁମାର ମିନା ଏବେ ଚର୍ଚ୍ଚାରେ ରହିଛନ୍ତି। ଗାଁରେ ଟିକାକରଣ ପାଇଁ ଜିଲାପାଳ କଠିନ ରାସ୍ତା ଦେଇ ପାହାଡ଼...
ମୋଦିଙ୍କୁ ଭେଟିଲେ ନଡ୍ଡା
ନୂଆଦିଲ୍ଲୀ,୬।୬: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ଜାତୀୟ ସାଧାରଣ ସଚିବଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ତାଙ୍କ...
‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ
ନୂଆଦିଲ୍ଲୀ,୧୮।୬: ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ ଗୁରୁବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ସଫଦରଜଙ୍ଗ ଡାକ୍ତରଖାନାରେ ତାଙ୍କର ଚିକିତ୍ସା...
କରୋନିଲ ପରେ ଏବେ ବ୍ଲାକ୍ ଫଙ୍ଗସ୍ ଔଷଧ ତିଆରି କରୁଛି ପତଞ୍ଜଳୀ
ହରିଦ୍ୱାର,୨।୬: କରୋନାର ପ୍ରଥମ ଲହର ସମୟରେ ଯେତେବେଳେ ସମଗ୍ର ଦେଶ ଭାକ୍ସିନକୁ ନେଇ ଚର୍ଚ୍ଚା କରୁଥିଲା, ସେତେବେଳେ ଯୋଗଗୁରୁ ବାବା ରାମଦେବ କରୋନିଲ ଔଷଧ ତିଆରି...
ଟିକା ନେଲେ ମୂଲାୟମ: ଉପମୁଖ୍ୟମନ୍ତ୍ରୀ କହିଲେ, କ୍ଷମା ମାଗନ୍ତୁ ଅଖିଳେଶ
ଲକ୍ଷ୍ନୌ,୭।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ସୋମବାର ଲକ୍ଷ୍ନୌରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।...
ଅଙ୍କୁର ଭାଟିଆଙ୍କ ପରଲୋକ
ନୂଆଦିଲ୍ଲୀ,୪।୬: ଇଣ୍ଡିଗୋ ମାଲିକ ତଥା ବାର୍ଡ ଗ୍ରୁପ (ଆଇବିସ୍)ର କାର୍ଯ୍ୟକାରୀ ମୁଖ୍ୟ ଅଙ୍କୁର ଭାଟିଆଙ୍କ ଶୁକ୍ରବାର ହୃଦଘାତ୍ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮...
କରୋନାରେ ଡ୍ରିମ୍ଗର୍ଲ ଫେମ୍ ରିଙ୍କୁ ସିଂଙ୍କ ପରଲୋକ
ମୁମ୍ବାଇ,୪।୬: ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।...
ତେଲେଙ୍ଗାନାରେ ଭାଜପାର ମିଶନ ଜାରି! ଇସ୍ତଫା ଦେଲେ ଟିଆର୍ଏସ୍ ବିଧାୟକ
ହାଇଦ୍ରାବାଦ,୧୨।୬: ତେଲେଙ୍ଗାନା ରାଷ୍ଟ୍ର ସମିତିର ବରିଷ୍ଠ ନେତା ତଥା ତେଲେଙ୍ଗାନାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଇ. ରାଜେନ୍ଦ୍ର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ...


