କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ରାଜସ୍ଥାନର ଏକ ଆଣବିକ ଶକ୍ତି କେନ୍ଦ୍ରରେ ଚୁକ୍ତିଭିତ୍ତିକ ଚାକିରି କରିଥିଲେ। ୨୦୧୦ରେ ତାହାକୁ ଛାଡ଼ି ତାଙ୍କ ଗାଁ ମୀନାକ୍ଷିପୁରମ୍କୁ ଫେରି ଆସିଥିଲେ। କେରଳ ଓ ତାମିଲନାଡୁ ସୀମାରେ ଥିବା ଏହି ଗାଁରେ ଏବେ ଶିବଗଣେଶ ୬ ଏକର ଜମିରେ ଜୈବିକ ଚାଷ ଆରମ୍ଭ କରୁଛନ୍ତି। ସେ ମୁଖ୍ୟତଃ ଆମ୍ବ ଓ ଜାଇଫଳ ଉତ୍ପାଦନ କରିବା ସହ ୧୬୦୦ ନଡ଼ିଆ ଗଛ ଲଗାଇଛନ୍ତି। ହଳଦୀ, ଗୋଲମରିଚ, ଗୁଆ ଓ ନଡ଼ିଆ ଚାଷ ମଧ୍ୟ କରୁଛନ୍ତି। ମୋଟରେ ସେ ବର୍ଷକୁ ପାଖାପାଖିତ୍ ୧୩ ଲକ୍ଷ ଟଙ୍କା ଲାଭ ପାଉଛନ୍ତି। ଏଥିପାଇଁ ତାଙ୍କୁ ରାଜ୍ୟ ସରକାର କେରା କେଶରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଶିବଗଣେଶ ସିଞ୍ଚନ ପଦ୍ଧତିରେ ଜଳସେଚନ କରିବା ସହ ଏହା ମାଧ୍ୟମରେ ଜୈବିକ ସାର ପ୍ରୟୋଗ( ଫର୍ଟିଗେସନ) କରୁଛନ୍ତି। ସେ ତାଙ୍କ ଫାର୍ମରେ ବର୍ଷାଜଳ ସଂରକ୍ଷଣ କରି ଦୁଇଟି ପୋଖରୀ ନିର୍ମାଣ କରି ସେଥିତ୍ରେ ମାଛ ଚାଷ ମଧ୍ୟ କରୁଛନ୍ତି ଓ ଫାର୍ମରେ ଥିବା ନର୍ସରିରେ ଆମ୍ବ ଓ ଜାଇଫଳ ଚାରା ବିକ୍ରି କରୁଛନ୍ତି।
ପରୀକ୍ଷା ବାତିଲ: ଆହ୍ବାନ ଓ ସମାଧାନ
ଅଧ୍ୟାପକ ଶରତ କୁମାର ଦାସ ମହାମାରୀ କରୋନା ପରବର୍ତ୍ତୀ ସମୟରେ ‘ଜୀବନ ଆଗ, ପରୀକ୍ଷା ପଛ’ ନ୍ୟାୟରେ କିଛିଦିନ ପୂର୍ବେ କେନ୍ଦ୍ର ସରକାର ସିବିଏସ୍ଇ...
ଏଇ ଭାରତରେ
ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍ ଜୋଷୀ ଏବେ ଅବସର ସମୟକୁ କୋଭିଡ୍ ରୋଗୀଙ୍କ...
ଇମ୍ରାନ୍ଙ୍କ ମନ୍ତବ୍ୟ
ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି। ନିକଟରେ...
ଏଇ ଭାରତରେ
କୋଭିଡ୍ ମହାମାରୀର ମୁକାବିଲା କରିବାକୁ ମହାରାଷ୍ଟ୍ରରେ ଶିକ୍ଷକମାନଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ଅହମ୍ମଦ ନଗରର ଅକୋଲେ ଗାଁରେ ଜିଲା ପରିଷଦ ଶିକ୍ଷକମାନେ କରୋନା ମୃତ୍ୟୁ ରୋକିବା...
କରୋନା ମୃତ୍ୟୁ
ଗୌରାଙ୍ଗ ଚରଣ ପରିଡ଼ା କରୋନା ମହାମାରୀରେ ମୃତ୍ୟୁସଂଖ୍ୟାକୁ ନେଇ ଏବେ ସବୁଠି ବେଶ ଚର୍ଚ୍ଚା। ଏ ସଂଖ୍ୟା ନେଇ ସରକାରୀ ହିସାବ ଠିକ୍ ନୁହେଁ...
ପରିବେଶକୁ କାଳ ସିନ୍ଥେଟିକ୍ କପଡ଼ା
ମାନେକା ଗାନ୍ଧୀ ତୁମେ ଯାହା ଖାଉଛ ତାହା କେବଳ ପୃଥିବୀ ଓ ବସବାସ କରୁଥିବା ଜୀବଙ୍କ ଜୀବନ ଶେଷ କରି ଦେଉନି, ବରଂ ଯାହା ପିନ୍ଧୁଛ...
ବଚନ ମଧୁର ତିଳକ ସରୁ
ଡ. ଗୌରହରି ରାଉତ କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ...
ସୁଧାର ଆଧାର ସଙ୍ଗୀତ ସୁଧାକର
ପ୍ରଫୁଲ୍ଲ କର ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର...


