ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି। ନିକଟରେ ଏକ ଅନ୍ତର୍ଜାତୀୟ ଇଂଲିଶ ଚ୍ୟାନେଲକୁ ସାକ୍ଷାତ୍କାର ଦେବା ଅବସରରେ ସେ କହିଛନ୍ତି ଯେ, ପୁରୁଷମାନେ ଏଭଳି ପୋଷାକ ପିନ୍ଧୁଥିବା ମହିଳାଙ୍କ ଦ୍ୱାରା ଆକର୍ଷିତ ହେଉଛନ୍ତି ଓ ସେମାନଙ୍କ ମନରେ କାମୋଦ୍ଦୀପକ ଭାବନା ସୃଷ୍ଟି ହେଉଛି। ଦେଖିବାକୁ ଗଲେ ଏଭଳି ଚିନ୍ତାଧାରାରେ ଭାରତୀୟମାନେ ଅନେକ ଥର ପ୍ରୋତ୍ସାହିତ ହୋଇଆସିଛନ୍ତି। ବହୁ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ତଥାକଥିତ ନେତୃବର୍ଗ ସବୁବେଳେ ମହିଳାଙ୍କ ଉପରେ ଦୋଷ ଲଦିଦେଇ ପୁରୁଷଙ୍କ ଚାରିଖୁରାକୁ କ୍ଷମା କରିଦିଅନ୍ତି। ଇମ୍ରାନ୍ଙ୍କ ଏହି ଉଚ୍ଚାରଣ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ସକାଶେ ଏଇଥିପାଇଁ ନୂତନ ଲାଗୁ ନାହିଁ, କାରଣ ରାଜନୀତିରେ ଦେଶକୁ ନେତୃତ୍ୱ ଦେବାରେ ବିଫଳ ବ୍ୟକ୍ତିମାନେ ଏହିଭଳି ରକ୍ଷଣଶୀଳ ମତବ୍ୟକ୍ତ କରି ନିଜର ଗୋଷ୍ଠୀ ସୃଷ୍ଟି କରନ୍ତି। ଯେତେବେଳେ ସରକାରୀ ବ୍ୟବସ୍ଥାରେ ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ବିଫଳ ହୁଅନ୍ତି, ସେତେବେଳେ ଇମ୍ରାନ୍ଙ୍କ ଭଳି ନେତା ନିଜର ଅପାରଗତା ପରିବର୍ତ୍ତେ ମହିଳାଙ୍କ ପୋଷାକକୁ ଦାୟୀ କରନ୍ତି।
ବିଦେଶରେ ପାଠ ପଢ଼ିଥିବା ଜଣେ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଖେଳାଳି ତଥା ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ଇମ୍ରାନଙ୍କ ମନ୍ତବ୍ୟ ନିଶ୍ଚିତ ଭାବେ ସମାଲୋଚନାଯୋଗ୍ୟ। ଏକ ତଥ୍ୟରୁ ଜଣାପଡ଼ିଛି ଯେ, ପାକିସ୍ତାନରେ ଦିନକ ମଧ୍ୟରେ ୧୧ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ହେଲେ ସେଥିମଧ୍ୟରୁ ମାତ୍ର ୦.୦୩ ପ୍ରତିଶତ ଅଭିଯୁକ୍ତ ଦଣ୍ଡିତ ହେଉଛନ୍ତି। ଅପରାଧ କମାଇବା ପାଇଁ କୌଣସି ପଦକ୍ଷେପ ନେଇପାରୁ ନ ଥିବା ଜଣେ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଅପ୍ରୀତିକର ସ୍ଥିତି ସୃଷ୍ଟି କରିଛି।
ଦେଖିବାକୁ ଗଲେ ୟୁରୋପୀୟ ମହିଳା ଜେମିମା ଗୋଲ୍ଡସ୍ମିଥ୍ଙ୍କୁ ଇମ୍ରାନ୍ ବିବାହ କରିଥିଲେ। ଆଜିର ସ୍ଥିତି ଦେଖିଲେ ଏକଦା ପ୍ରଗତିଶୀଳ ଚିନ୍ତାଧାରା ନେଇ ଜୀବନ ଜିଉଁଥିବା ଇମ୍ରାନ୍ ଗାଦି ରକ୍ଷା ପାଇଁ ମୌଳବାଦୀଙ୍କ ପଥ ଅନୁସରଣ କରିଛନ୍ତି। ସେମାନଙ୍କୁ ଖୁସି କରାଇବା ସକାଶେ ଏଭଳି ମନ୍ତବ୍ୟ ଦେଉଛନ୍ତି। ଏହା ଜଣାଶୁଣା ଯେ ତାଲିବାନ, ଅଲ୍କାଏଦା, ଲଶ୍କର-ଇ-ତୋଇବା ହେଉ ବା ଜମାତ୍-ଉଦ୍-ଦାଓ୍ବା ଭଳି ସଙ୍ଗଠନ ଇମ୍ରାନ୍ଙ୍କ ସରକାରଙ୍କୁ ପରୋକ୍ଷରେ ସମର୍ଥନ କରୁଥିବାରୁ ସମ୍ଭବତଃ ଚାପରେ ପଡ଼ି ସେ ଏଭଳି କହିଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁ ଉଚ୍ଚକୁ ଚାଲିଯାଇଛି। ଅସଂଖ୍ୟ ଯୁବତୀଯୁବକ ବେକାର ହୋଇଯାଇଛନ୍ତି। ଏପରି କି ସରକାର ଚଳାଇବା ପାଇଁ ତହବିଲରେ ପାଣ୍ଠିର ଘୋର ଅଭାବ ଦେଖାଦେଇଛି। ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାର ସିଧାସଳଖ ପ୍ରୋତ୍ସାହନ ଦେଉଛି ବୋଲି ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ହୋଇଯାଇଥିବାରୁ ତାହାକୁ ବିଦେଶରୁ ଆର୍ଥିକ ସହାୟତା ପୂର୍ବଭଳି ମିଳିପାରୁ ନାହିଁ। ଏଭଳି ପରିପ୍ରେକ୍ଷୀରେ ନାଗରିକଙ୍କର ସରକାର ବିରୋଧୀ ଅସନ୍ତୋଷ ଓ ପ୍ରତିବାଦଠାରୁ ନଜର ହଟାଇବା ପାଇଁ ଇମ୍ରାନ୍ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି କୁହାଯାଇପାରେ। ଯେତେବେଳେ ଶାସନ ଦୁର୍ବଳ ହୋଇଯାଏ ଓ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ କୌଣସି ଦିଗ୍ଦର୍ଶନ ନ ଥାଏ, ସେତେବେଳେ ନେତାମାନେ ବାଉଳିଚାଉଳି ହେଇଥାଆନ୍ତି। ଆଜି ଇମ୍ରାନ୍ ସେହିଭଳି ଏକ ଗାତରେ ପଡ଼ିଯାଇଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ନେତାମାନେ ବିଫଳ ହେଲେ ପୀଡ଼ିତଙ୍କୁ ଦୋଷ ଦେଇ ଖସିଯିବା ହେଉଛି ଏକ ସହଜ ଉପାୟ।
ଫୁଲ ଚୋରି
ରୁଦ୍ର ପ୍ରସନ୍ନ ରଥ ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...
ମୀମାଂସା ଦର୍ଶନ
ଡା. ଗୋପାଳ ଚନ୍ଦ୍ର ଦାଶ ଷଟ୍ ଦର୍ଶନ ମଧ୍ୟରେ ମୀମାଂସା ଦର୍ଶନ ବୃହତ୍ତମ। ଏହାର ସ୍ବତ୍ରସଂଖ୍ୟା ୨୬୪୪। ଅନ୍ୟ ପାଞ୍ଚଗୋଟି ଦର୍ଶନରେ ଯେତିକି ସ୍ବତ୍ର ଅଛି,...
କଥା ବିକ୍ରି
ଡ. ସୁବାସ ଚନ୍ଦ୍ର ପାତ୍ର ପରିବର୍ତ୍ତିତ ପରିସ୍ଥିତିରେ ଅନେକ ବସ୍ତୁ ବିକ୍ରି ହେବାକୁ ଲାଗିଲା, ଯାହା ବିକ୍ରିଯୋଗ୍ୟ ବୋଲି ୪୦/୫୦ ବର୍ଷ ପୂର୍ବରୁ କେହି ଚିନ୍ତା...
ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ
ଡ.ମୌସୁମୀ ପରିଡ଼ା ସବୁ କ୍ଷେତ୍ର ରଣକ୍ଷେତ୍ର ନୁହେଁ ବା ହେବା ଉଚିତ ନୁହେଁ। କାରଣ ଆମେ ଜୀବନର ପ୍ରତିଟି କ୍ଷେତ୍ରରେ ମାନସିକ ଓ ଶାରୀରିକ ଭାବେ...
ବାବା ଓ ବିଜ୍ଞାନ
ଡ. ପ୍ରଫୁଲ୍ଲ କୁମାର ସାହୁ ସଭ୍ୟତା ଆରମ୍ଭରୁ କେତେ କେତେ ମହାମାରୀକୁ ପରାସ୍ତ କରି ବିଜ୍ଞାନ ଆଗକୁ ବଢିଛି, ଯା’ର ସାକ୍ଷୀ ହେଉଛି ଇତିହାସ। ବିଜ୍ଞାନର...
ଏଇ ଭାରତରେ
ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍ଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...
ଏଇ ଭାରତରେ
କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ...
ସହଜ ରାସ୍ତା ନାହିଁ
ଟିକାକରଣ ଦାୟିତ୍ୱ କେନ୍ଦ୍ର କିଭଳି ମୁଣ୍ଡାଇବ ସେଥିଲାଗି ଚାପ ପକାଇବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ୧ ଜୁନ୍ରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ...


