କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ ଲୋପ ପାଇଯାଉଥିବା ସିଙ୍ଗଲ ସ୍କ୍ରିନ ସିନେମାର ଧାରା ଓ ହଲ୍କୁ ବଞ୍ଚାଇ ରଖିବା ଲାଗି ଏବେ ସୁଦ୍ଧା ଦେଶର ୧୧ଟି ରାଜ୍ୟରେ ୫୦୦ ସହରକୁ ଯାଇଛନ୍ତି। ମୋଟରେ ଏଥିପାଇଁ ତାଙ୍କୁ ଟ୍ରାଭେଲିଂ କରି ୩୨,୦୦୦ କି.ମି. ଯିବାକୁ ପଡ଼ିଛି। ୧୭ ବର୍ଷ ହେବ ସେ ଏହି ଅଭିଯାନ ଚଳାଇଛନ୍ତି। ସେ ତାଙ୍କ ଜିପ୍ରେ ହିଁ ଏହିସବୁ ସହରକୁ ଯାଉଛନ୍ତି। କେବଳ ଏତିକି ନୁହେଁ ସେ ଦେଶର ବହୁ ଦୁର୍ଗମ ଅଞ୍ଚଳରୁ ସିନେମା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାରେ ମଧ୍ୟ ଲାଗିପଡ଼ିଛନ୍ତି। ଦେଶରେ ସିଙ୍ଗଲ୍ ସ୍କ୍ରିନ ସିନେମା ଥିଏଟରଗୁଡ଼ିକର ଅବସ୍ଥା ଏଭଳି ରହିଛି ଯେ ତାହାକୁ ସୁଧାରିବା ଅତ୍ୟନ୍ତ କଷ୍ଟକର ବୋଲି କହନ୍ତି ହେମନ୍ତ। କେବଳ ୨୦୦୦ରୁ ୨୦୧୯ ମଧ୍ୟରେ ଦେଶରେ ୧୨,୦୦୦ ସିଙ୍ଗଲ ସ୍କ୍ରିନ ସିନେମା ବନ୍ଦ ହୋଇଛି ଓ ସିନେମା ଘରକୁ ଧ୍ୱଂସ କରାଯାଇଛି। ଏସବୁକୁ ଉଦ୍ଧାର କରିବା ଲାଗି ସେ ୨୦୧୯ରେ ସିଙ୍ଗଲ ସ୍କ୍ରିନ ସିନେମା ପ୍ରୋଜେକ୍ଟ ମଧ୍ୟ ଆରମ୍ଭ କରିଛନ୍ତି। ଧ୍ୱଂସ ପଥରେ ଏବେ ୬୫୦ ସିନେମା ହଲ ରହିଥିବା ସେ କହିଛନ୍ତି।
ହେମନ୍ତ ମଧ୍ୟ ରଙ୍ଗମଞ୍ଚ ସୁରକ୍ଷାରେ ସମୟ ଦେଉଛନ୍ତି।
ଫୁଲ ଚୋରି
ରୁଦ୍ର ପ୍ରସନ୍ନ ରଥ ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର...
ଏଇ ଭାରତରେ
କୃଷି ବର୍ଜ୍ୟ ନ ପୋଡ଼ି ତାହାର ସଦୁପଯୋଗ କରିବାର ରାସ୍ତା ଦେଖାଇଛନ୍ତି ପୁଣେର ଡ. ପ୍ରିୟଦର୍ଶୀ କାର୍ଭେ। ଡ. କାର୍ଭେ ପଦାର୍ଥ ବିଜ୍ଞାନରେ ପୁଣେ ବିଶ୍ୱବିଦ୍ୟାଳୟରୁ...
ଚେଇଁ ଶୋଇଥିବା ଲୋକ
ଶୁଭନାରାୟଣ ଶତପଥୀ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଆରମ୍ଭ ସମୟ। ପ୍ରାରମ୍ଭରୁ ସବୁବେଳେ ସଚେତନ କରାଯାଉଥାଏ ଯେ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର...
ବିକଳ୍ପ ନ ଥିବା ଚରିତ୍ର
ଦ୍ୱିତୀ ଚନ୍ଦ୍ର ସାହୁ ନିମ୍ନ ଅଦାଲତର ପ୍ରକୋଷ୍ଠ। ବସିଛନ୍ତି ବିଚାରପତି। ସାମ୍ନାରେ ପୀଡ଼ିତା ବୋହୂ। ଭଲ ପାଇ ପରସ୍ପରକୁ ବାହା ହୋଇଛନ୍ତି ପୁଅ ଓ...
ପୁଣି ମୁହାଁମୁହିଁ ଆମେରିକା-ଚାଇନା
ଲଳିତେନ୍ଦୁ ପଲାଉରୀ ଭିଡ୍-୧୯ ମହାମାରୀର ପ୍ରକୋପ ଯେମିତି ସମ୍ପୂର୍ଣ୍ଣ ମାନବ ସଭ୍ୟତାକୁ ଧ୍ବଂସର ଜ୍ବାଳାମୁଖୀ ଭିତରକୁ ଟାଣି ନେଇ ଚାଲିଛି। ଆଉ ଏସବୁ ଆଲୋଚନା କଲାବେଳେ...
ଏଇ ଭାରତରେ
କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା...
ପରୀକ୍ଷା ବାତିଲ: ଆହ୍ବାନ ଓ ସମାଧାନ
ଅଧ୍ୟାପକ ଶରତ କୁମାର ଦାସ ମହାମାରୀ କରୋନା ପରବର୍ତ୍ତୀ ସମୟରେ ‘ଜୀବନ ଆଗ, ପରୀକ୍ଷା ପଛ’ ନ୍ୟାୟରେ କିଛିଦିନ ପୂର୍ବେ କେନ୍ଦ୍ର ସରକାର ସିବିଏସ୍ଇ...
ପ୍ରତିବାଦର ସ୍ବର
ଆକାର ପଟେଲ କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼...


