E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ଫୁଲ ଚୋରି
9:06 amJune 9, 2021

ରୁଦ୍ର ପ୍ରସନ୍ନ ରଥ

 

ସମୟ ସହ ତାଳ ଦେଇ ସହରର ଛାତି ବି ଚଉଡ଼ା ହୋଇ ଚାଲିଛି। ଗାଁରୁ ଦଳ ଦଳ ଲୋକ ସହର ଆଡ଼କୁ ଧାଇଁ ଆସୁଛନ୍ତି ନିଜର ଜୀବିକା ସନ୍ଧାନରେ।
ନିଜ ନିଜର ସ୍ବପ୍ନକୁ ସାକାର କରିବାକୁ ସହରୀମାନେ ଏତେ ବ୍ୟସ୍ତ ଯେ ସହରକୁ ଶୋଇବାକୁ ସମୟ ମିଳୁନାହିଁ। ଯେଉଁ ସହର ଯେତେ ରାତି ଯାଏ ଚାହିଁ ରହେ ସେ ସହରର କାଟ୍‌ତି ସେତେ ଅଧିକ। ଅନେକ ସହର ତ ଆଦୌ ନ ଶୋଇବା ପାଇଁ ବିଶ୍ୱ ପ୍ରସିଦ୍ଧ। ସେଠି କି ରାତି କି ଦିନ ସବୁବେଳେ ସୁଯୋଗର ପସରା ମେଲି ହୋଇଥାଏ। ଲୋକ ସେହି ସୁଯୋଗର ପସରାରୁ ନିଜ ପାଇଁ ସୁଖ ସମୃଦ୍ଧି ଗୋଟାଇବାର ଅକ୍ଳାନ୍ତ ପ୍ରଚେଷ୍ଟା ଜାରି ରଖିଥାଆନ୍ତି ଆଉ ପରିଶ୍ରମ ବି।
ତଥାପି ସହର ଭିତରେ ଏମିତି ଅନେକେ ଥାଅନ୍ତି; ଯେଉଁମାନେ ରାତି ନଅଟାରେ ରାତ୍ରି ଭୋଜନ ସାରି ଦେଇ ଶୋଇବାକୁ ଯାଆନ୍ତି। ସକାଳୁ ସୂର୍ଯ୍ୟ ଉଇଁବା ଆଗରୁ ନିଜ ପାଇଁ ତାଜା ଅମ୍ଳଜାନ ଗୋଟାଇବାର ଯୋଜନା ଏମାନେ ଗତ ରାତିରୁ ହିଁ କରି ଦେଇଥାଆନ୍ତି। ପ୍ରାତଃ ଭ୍ରମଣ ନାମରେ ଏମାନେ ଡେରିରେ ଶୋଇଥିବା ସହରକୁ ଉଠାଇ ଦିଅନ୍ତି। ତେବେ ଏମାନଙ୍କର ପ୍ରାତଃ ଭ୍ରମଣରେ କେହି ବିସ୍ମିତ ହୁଅନ୍ତି ନାହିଁ, ହେବାର କାରଣ ବି ନାହିଁ। ବରଂ ଏମାନଙ୍କ ମଧ୍ୟରୁ ଅନେକେ ଆଉ ଗୋଟିଏ ଅବତାର ପାଇଁ ବେଶ୍‌ ପ୍ରସିଦ୍ଧ। ତାହା ହେଉଛି ଏମାନଙ୍କର ଫୁଲ ଚୋର ଅବତାର।
ହାଫ୍‌ ପ୍ୟାଣ୍ଟ କିମ୍ବା ଫୁଲ୍‌ ଟ୍ରାକ୍‌ ପ୍ୟାଣ୍ଟ ସହ ଅଧା ହାତ ଥିବା ଗଞ୍ଜି ସହ ଗୋଟିଏ ଲମ୍ବା ଆଙ୍କୁଡି ଏବଂ ଖଣ୍ଡେ ପୁରୁଣା ପଲିଥିନ ଧରି ଏମାନେ ସକାଳୁ ରାସ୍ତାକୁ ଓହ୍ଲାଇ ପଡି ସକାଳ ହେଲା ବୋଲି ସହରକୁ ଜଣାଇ ଦିଅନ୍ତି। ନିୟମିତ ଯିବା ଆସିବା କରୁଥିବା ରାସ୍ତାର କେଉଁ ଗଛରେ କି ଫୁଲ ଫୁଟେ ସେ ଖବର ଏମାନଙ୍କ ପାଖରେ ବେଶ୍‌ ଭଲଭାବେ ଥାଏ। ପୁଣି ସେ ଫୁଲକୁ କେମିତି ଗୃହସ୍ବାମୀର ଅଗୋଚରରେ ନିଃଶବ୍ଦରେ ତୋଳି ନିଜ ଅଣ୍ଟାରେ ଝୁଲୁଥିବା ପଲିଥିନ୍‌ ଭିତରେ ପୂରାଇହେବ ସେ କଳାରେ ଏମାନେ ବେଶ୍‌ ପଟୁ। ଫୁଲ ଗଛ ଦେଖିଲାମାତ୍ରେ ଏମାନଙ୍କ ହାତରୁ ଆଙ୍କୁଡି ବାହାରି ଆସେ। ଗଛର ଅଗଯାଏ ଲମ୍ବିଯାଏ। ଗୋଟିଏ ପରେ ଗୋଟିଏ ଫୁଲକୁ ବେଶ୍‌ ସନ୍ତର୍ପଣରେ ତୋଳି ନିଆଯାଏ। ଖୁଡ୍‌ ଖାଡ୍‌ ଶବ୍ଦ ହେବାର ପ୍ରଶ୍ନ ନାହିଁ। ବଜାର ବୁଲା, ଚାହାପିଆ ସାରି ଘରକୁ ଫେରିଲାବେଳକୁ ଅଣ୍ଟିରେ ଥାଏ ଟଗର, ମଲ୍ଲୀ, ମନ୍ଦାର ପରି ଭଳିକି ଭଳି ଫୁଲ। ଘରକୁ ଫେରି ଗାଧୋଇ ପଡ଼ି ଠାକୁରଙ୍କ ପାଖରେ ଅର୍ପଣ କରି ନିଜ ପାଇଁ ସବୁ ସୁଖ ସମୃଦ୍ଧି ଲାଗି ପ୍ରାର୍ଥନା କରିସାରିଲା ପରେ ତାଙ୍କ ମୁହଁରେ କି ଖୁସି! ସତରେ ଅବର୍ଣ୍ଣନୀୟ। ଅନ୍ୟକୁ ଠକିଦେଇ ଈଶ୍ୱରଙ୍କ ପାଖରେ ନିଜର ପାରିବାପଣର ସେ ଯେଉଁ ବିଜ୍ଞାପନ ତାହା ଦେଖିଲେ ବି ବିଶ୍ୱାସ କରିହେବନାହିଁ।
ତେଣେ ଗୃହସ୍ବାମୀ ଉଠିଲାବେଳକୁ ଗଛ ନଣ୍ଡା ହୋଇ ସାରିଥାଏ। ନିଜ ହାତରେ ବଡ଼ କଷ୍ଟରେ ଲଗାଇଥିବା ଗଛ ଭିତରୁ ଅନେକ ଆଙ୍କୁଡ଼ିର ଅତ୍ୟାଚାରରେ ହତାଶ ହୋଇ ପଡିଥାଆନ୍ତି। ଫୁଲ ତ ଯାଇଥାଏ, କେଉଁଠି କେଉଁଠି ଗଛର ଡଙ୍କ ମୋଡ଼ି ପଡ଼ିଥାଏ। ଗଛରୁ ପତ୍ର ଝଡ଼ି ଭୂପତିତ ହୋଇଥାଏ। ଗୃହସ୍ବାମୀ ସେ ସମ୍ଭାନ୍ତ ଫୁଲ ଚୋରକୁ ମନେ ମନେ ଅଭିସମ୍ପାତ ଦେଉଥାଏ ସିନା ହେଲେ କିଛି କରିବାର ଅବସ୍ଥାରେ ନ ଥାଏ। ନିଜର ଠାକୁର ପାଇଁ ବିଚରା ବାହାରୁ ଫୁଲ କିଣୁଥାଏ। ବାଉଣ୍ଡରି ପାଖରେ ସେ ଦିନେ ଯେଉଁଗଛ ଠାକୁରଙ୍କ ପାଖରେ ଫୁଲ ଦି’ଟା ପୂଜା କରିବ ବୋଲି ଆଶା କରି ଲଗାଇଥାଏ ତାହା କ୍ରମେ କ୍ରମେ ଗୃହସ୍ବାମୀର ମାନସିକ ଦୁଶ୍ଚିନ୍ତାର କାରଣ ହେଉଥାଏ। କେତେକ ସକାଳୁଆ ଫୁଲ ଚୋରଙ୍କ ପାଇଁ ତା’ ଘର ଆଖପାଖରେ ସକାଳୁୁ ସକାଳୁ ବୁଲୁଥିବା ସବୁ ଲୋକ ସନ୍ଦେହର ନଜରରେ ଆସିଥାଆନ୍ତି। ନିଜ ପକେଟରୁ ଖର୍ଚ୍ଚ କରି ଗଛକୁ ବଡ଼ କରିବା ପାଇଁ ସେ କିଣିଥିବା ସାର, ପିଡ଼ିଆ ବିହନ ସହ ତା’ର ପରିଶ୍ରମ ସତେ ଯେପରି ତାକୁୁ ଦାନ୍ତ ନିକୁଟି ଖତେଇ ହେଉଥାଏ। ଗଛ ଲଗାଇବା ଅନ୍ୟ ପାଇଁ ବାକ୍ୟରେ ହିଁ ସେ ଆତ୍ମ ସନ୍ତୁଷ୍ଟି ଖୋଜିବାକୁ ଚେଷ୍ଟା କରୁଥାଏ।
ଏହା ବାଦ୍‌ ସହର ଭିତରେ ଫୁଲ ଚୋରି କରିବା ପାଇଁ ଆଉ ଗୋଟିଏ ଗୋଷ୍ଠୀ ବି ବେଶ୍‌ ସକ୍ରିୟ ଥାଆନ୍ତି। ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା କିମ୍ବା ଭାଲୁକୁଣୀ ଓଷାର ଠିକ୍‌ ପୂର୍ବ ରାତିରେ ହିଁ ଏ ଅଭିଆଡ ଦଳ ବେଶ୍‌ ସକ୍ରିୟ ହୋଇ ଉଠନ୍ତି। କେତେବେଳେ ପାଚେରି ଡେଇଁ ଫୁଲ ତ ଆଉ କେତେବେଳେ ଫୁଲ କୁଣ୍ଡ ହିଁ ଗୋଟାଇ ଆଣନ୍ତି। ଆଉ କେତେବେଳେ କିଛି ନ ପାଇଲେ ବାହାରେ ଜଳୁଥିବା ବିଜୁଳି ବଲ୍‌ବ କିମ୍ବା ପୁରୁଣା ଚପଲ ନେଇ ଯାଆନ୍ତି। କିଛି ନ ପାଇ ବିଫଳ ମନୋରଥରେ ଫେରିଗଲାବେଳେ ଗୃହସ୍ବାମୀର ଘର ଆଗରେ ଏକ ଦୁଇ କରି ଦେବାର ମଧ୍ୟ ଉଦାହରଣ କିଛି କମ୍‌ ନୁହେଁ। ଏମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଏହି ସମୟରେ ସହରରେ ରହୁଥିବା ଗୃହସ୍ବାମୀ ଛାତ ଉପରକୁ ହିଁ ଫୁଲ କୁଣ୍ଡକୁ ନେଇ ଯାଇଥାଏ। ଘର ଆଗରେ କୁକୁର ପ୍ରତି ସାବଧାନ ବୋର୍ଡ ଟାଙ୍ଗିଥାଏ।
ଆଡ଼ମ୍ବର ଶୂନ୍ୟ ପୂଜାରେ ଆମ ଠାକୁରମାନେ ଯେତିକି ବିଶ୍ୱାସ କରନ୍ତି ପୂଜାକୁ ଆଡ଼ମ୍ବରପୂର୍ଣ୍ଣ କରିବାକୁ ଆମେ ସେତିକି ଚେଷ୍ଟା କରୁ। ନିଜେ ଗଛଟିଏ ଲଗାଇ ଫୁଲଟିଏ ଫୁଟାଇବା ବିଶେଷ କଷ୍ଟକର ନୁହେଁ। ଏଥିପାଇଁ ଜାଗା କିମ୍ବା ପରିଶ୍ରମ ଅପେକ୍ଷା ମାନସିକତାଟିଏ ଲୋଡ଼ା। ଯଦି ଚେଷ୍ଟା ଜାରି ରହେ ଆଖ ପାଖରେ ପଡ଼ିଥିବା ପ୍ଲାଷ୍ଟିକ୍‌ ଡବା, ଅବ୍ୟବହୃତ ରଙ୍ଗ ଡବା, କାଚ ବୋତଲ ଆଦିରେ ମଧ୍ୟ ଫୁଲ ଗଛ ଲଗାଯାଇ ପାରିବ। ଏଥିରୁ ଯେ ଫୁଲ ଫୁଟିବ ତାହା ନୁହେଁ ବରଂ ଆମ ପରିବେଶ୍‌ ସଫା ଆଉ ସତେଜ ରହିବ। ତେବେ ଏ ଦିଗରେ ଚିନ୍ତା କରିବାକୁ ଲୋକଙ୍କୁ ସମୟ କାହିଁ। ଯେଉଁଠି ଗୋଟିଏ ଆଙ୍କୁଡି ଏବଂ ଖଣ୍ଡେ ପୁରୁଣା ପଲିଥିନ୍‌ରେ କାମ ଚଳି ଯାଉଛି ସେଠି ଏତେ ପରିଶ୍ରମ କରିବାକୁ କିଏ ବା କାହିଁକି ଯିବ ? ଚୋରି ହୋଇଥିବା ଫୁଲରେ ଯେବେ ଈଶ୍ୱର ପୂଜା ହେବାକୁ ରାଜି ନ ହେବେ ତେବେ ଯାଇ ବୋଧେ ଏହି ଫୁଲ ଚୋରଙ୍କର ଚେତା ପଶିବ, ସେମାନଙ୍କର ଚୈତନ୍ୟ ଉଦୟ ହେବ।
ଧବଳଗିରି, ଯାଜପୁର ରୋଡ୍‌
ମୋ-୭୯୭୮୬୭୧୭୭୬


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଶୁଦ୍ଧତାର ସାମର୍ଥ୍ୟ

ଉପେନ୍ଦ୍ର ବିଶ୍ୱାଳ ମାତୃଜାତିର ଶୁଦ୍ଧତା, ପଣତର ପବିତ୍ରତା ପାଖରେ ସ୍ବୟଂ ସ୍ରଷ୍ଟା ମଧ୍ୟ ହାର ମାନିଥାନ୍ତି। କାରଣ ଜଣେ ସଦାଚାରୀ ନାରୀର ପ୍ରାର୍ଥନା ପରାର୍ଦ୍ଧେ ପୁରୁଷଙ୍କ...

କଳା ରକ୍ତର ଅନ୍ବେଷଣକାରୀ

ଐତିହାସିକ ଘଟଣାବଳୀକୁ ଚମତ୍କାର ଭାବେ ଉପସ୍ଥାପନ କରିପାରିଲେ ଆଜିର ପିଢ଼ି ତାହାକୁ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ। ପୂର୍ବଜମାନଙ୍କ ସାହସିକ ପଦକ୍ଷେପ ବା କୀର୍ତ୍ତି ହେଉ...

କରୋନା ଭୂତାଣୁ କ’ଣ ଚାଇନାରେ ତିଆରି

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ବିଗତ ପ୍ରାୟ ଦୁଇ ବର୍ଷ (୨୦ ମାସ) ଧରି କୋଭିଡ୍‌-୧୯ ମହାମାରୀ ବିଶ୍ୱର ୨୨୦ ଦେଶରେ ନିୟୁତ ନିୟୁତ...

ଅସ୍ଥି କଳସର ଦୁଃଖ

ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ କାଲିଯାଏ ସୁଖଦୁଃଖର ଦୁନିଆରେ ବଞ୍ଚିଥିବା ଲୋକଟିର ଶରୀର ଆଜି ଜୁଇ ନିଅଁାରେ ଭସ୍ମୀଭୂତ ହୋଇ ମୁଠାଏ ପାଉଁଶ ଓ କେଇଖଣ୍ଡ...

ବାପା ହେବା ପରେ, ବାପା ଯିବା ପରେ

ବିପିନ୍‌ ବିହାରୀ ମହାନ୍ତି ପୁଅର ସବୁବେଳେ ଗୋଟିଏ ଅଭିଯୋଗ, ବାପା ଆଜିକାଲି କାହିଁକି ବିଳମ୍ବରେ ଅଫିସରୁ ଫେରୁଛନ୍ତି। ଆଉ ଏହି ଅଭିଯୋଗ ସହିତ ବୋଉ ମଧ୍ୟ...

ଏଇ ଭାରତରେ

ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍‌ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ...

ମାଙ୍ଗାଲୋର ନ ଯାଇ ମଙ୍ଗଳ

ଜୁଲାଇ ୨୦ରେ ଆମାଜନ ପ୍ରତିଷ୍ଠାତା ତଥା ‘ବ୍ଲୁ ଅରିଜନ’ର ମାଲିକ ଜେଫ୍‌ ବେଜୋସ୍‌ଙ୍କ ସହ ତାଙ୍କ ଭାଇ ମାର୍କ ମହାକାଶକୁ ଯିବେ। ବିଶ୍ୱର ଅତିଧନୀ ବ୍ୟକ୍ତିବିଶେଷଙ୍କ...

ଶିକ୍ଷକତାକୁ ଦୂରୁ ଜୁହାର

ଅକ୍ଷୟ କୁମାର ମିଶ୍ର ଏପ୍ରିଲ ଚାରି ତାରିଖରେ ଉଚ୍ଚ ନ୍ୟାୟାଳୟ ଆମ ରାଜ୍ୟ ସରକାରଙ୍କର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି। ଏହାର ବହୁ ପୂର୍ବରୁ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ପରୀକ୍ଷା ବାତିଲ: ଆହ୍ବାନ ଓ ସମାଧାନ
Next Post Next post:
ଏଇ ଭାରତରେ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts