ସମଗ୍ର ପୃଥିବୀକୁ ଦେଖିଲେ କରୋନା ମହାମାରୀ ବିଭିନ୍ନ ଦିଗରୁ ଅନେକ କିଛି ଉଜାଡ଼ି ଦେଇଛି। ଏହାର ଦ୍ୱିତୀୟ ଲହରରେ ଭାରତ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଅସଂଖ୍ୟ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ ତାହାକୁ ରାଜ୍ୟ ସରକାରଗୁଡ଼ିକ କମ୍ କରି ଦର୍ଶାଉଛନ୍ତି। ନିକଟରେ ପାଟନା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବିହାରରେ ନୀତୀଶ କୁମାରଙ୍କ ସରକାର ମୂଳ ସଂଖ୍ୟା ସହ ୫,୫୦୦ ମୃତ୍ୟୁ ସଂଖ୍ୟା ଯୋଡ଼ିଥିଲେ। ସେହିପରି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେଙ୍କ ସରକାର ପୂର୍ବ ମୃତ୍ୟୁ ସଂଖ୍ୟାରେ ପ୍ରାୟ ୯ ହଜାର ମୃତକଙ୍କ ନାମ ମିଶାଇଛନ୍ତି। ଏବେ ଜଣାପଡ଼ିଛି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାର ମଧ୍ୟ କୋଭିଡ୍ ମୃତକଙ୍କ ସଂଖ୍ୟା କମାଇକରି ଦେଖାଇଛନ୍ତି। ସରକାରୀ ରେକର୍ଡ ତୁଳନାରେ ସେଠାରେ କରୋନାଜନିତ ମୃତକଙ୍କ ସଂଖ୍ୟା ପାଖାପାଖି ୩ ଗୁଣରୁ ଅଧିକ ରହିଥିବା ଜଣାପଡ଼ିଛି। ଏସବୁ ରାଜ୍ୟରେ ଖୋଳତାଡ଼ ହେବାରୁ ଏଭଳି ତଥ୍ୟ ହସ୍ତଗତ ହେଉଛି। ପୁଣି ଏହି ତଥ୍ୟ ଯେ ସତ୍ୟ ଉପରେ ଆଧାରିତ ତାହାକୁ ନେଇ ସନ୍ଦେହ ରହିଛି। ଗତମାସ ଉତ୍ତରପ୍ରଦେଶ ଓ ବିହାରରେ କରୋନା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅନେକ ହଜାର ମୃତଦେହ ଗଙ୍ଗାନଦୀ ଜଳରେ ଭାସୁଥିବା ଓ ବାଲି ଭିତରେ ପୋତା ହୋଇଥିବାର ଦୃଶ୍ୟ ଗଣମାଧ୍ୟମରେ ଲୋକେ ଦେଖିଛନ୍ତି। ସେଥିରୁ ଜଣାପଡ଼ିଥିଲା ଯେ, ସରକାର ଜାଣିଶୁଣି ମୃତ୍ୟୁସଂଖ୍ୟା କମାଇବା ଲାଗି ଡାକ୍ତରଖାନା କର୍ମଚାରୀ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାର ସାହାଯ୍ୟ ନେଇଥିଲେ। ଏବର ସ୍ଥିତି ଦେଖିଲେ କୁହାଯାଇପାରେ ଯେ, କେବଳ ଏହିସବୁ ରାଜ୍ୟ ନୁହେଁ, ଅନ୍ୟାନ୍ୟ ରାଜ୍ୟ ସହ ଓଡ଼ିଶାରେ ଏ ସଂକ୍ରାନ୍ତ ତଥ୍ୟ ଯାଞ୍ଚ କରାଗଲେ ସଂଖ୍ୟା ନିଶ୍ଚୟ ବଢ଼ିପାରେ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା କୋଭିଡ୍ ମୃତ୍ୟୁସଂଖ୍ୟାକୁ ନେଇ ଦିଆଯାଇଥିବା ଭୁଲ ତଥ୍ୟ ମହାମାରୀ ମୁକାବିଲା ରଣନୀତି ପ୍ରସ୍ତୁତିରେ ବାଧକ ସାଜିବ। ଏଠାରେ ସ୍ବୀକାରଯୋଗ୍ୟ ଯେ, ନିକଟ ଅତୀତ ଘଟଣାବଳୀକୁ ଦେଖିଲେ ଗୁଲେରିଆଙ୍କ ଅଧିକାଂଶ ମତ ରାଜନୈତିକ ପ୍ରଭାବ ଦ୍ୱାରା ପରିଚାଳିତ ହେଉଛି। କିନ୍ତୁ ସରକାରଙ୍କ ମୃତ୍ୟୁସଂଖ୍ୟା ଲୁଚାଇବାର ଚରିତ୍ର ଯୋଗୁ କୋଭିଡ୍ ମୁକାବିଲା ବାଧାପ୍ରାପ୍ତ ହେଉଥିବା କଥା ନିଶ୍ଚିତ ଭାବେ ବିଶ୍ୱସନୀୟ।
ପ୍ରଶ୍ନ ଉଠେ, ମଣିଷ ମରିଯିବାର ରିପୋର୍ଟ ଠିକ୍ ଦର୍ଶାଇବାରେ ପ୍ରଶାସନ କାହିଁକି କୁଣ୍ଠା ପ୍ରକାଶ କରେ। ଏହାର ସୂକ୍ଷ୍ମ ଉତ୍ତର ହୋଇପାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ଏବଂ ସରକାର କୋଭିଡ୍ ପରିଚାଳନା ଉଚିତ ଢଙ୍ଗରେ କରିଛନ୍ତି ବୋଲି ସାଧାରଣରେ ଦେଖେଇ ହେବା। ଏଥିସହିତ କେନ୍ଦ୍ର ସରକାରଙ୍କ ଭୂମିକା ମଧ୍ୟ ଗୁରୁତ୍ୱ ଧାରଣ କରୁଛି। ନିଜ କାର୍ଯ୍ୟରେ ଉଚିତ ପଦକ୍ଷେପ ନେବାରେ ଅସଫଳ ହୋଇଥିବା କେନ୍ଦ୍ର ଏବେ ବିଭିନ୍ନ ରାଜ୍ୟ ଦ୍ୱାରା ଘୋଷିତ ମୃତ୍ୟୁସଂଖ୍ୟାକୁ ନେଇ ଭଲ ଏବଂ ଖରାପ ପରିଚାଳନାର ସାର୍ଟିଫିକେଟ ଦେଉଛି। ଏହା ଫଳରେ ନିଜର ଦକ୍ଷତା ପ୍ରମାଣ କରିବାକୁ ଯାଇ ରାଜ୍ୟ ସରକାରଗୁଡ଼ିକ ମୃତ୍ୟୁସଂଖ୍ୟା ଲୁଚାଇବା ସକାଶେ ଉତ୍ସାହିତ ହେଉଛନ୍ତି। ଏହାଦ୍ୱାରା ଭାରତରେ କରୋନା ମହାମାରୀର ବାସ୍ତବ ତଥ୍ୟ ଇତିହାସରେ କେବେ ହେଲେ ମିଳିବ ନାହିଁ। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ଜାତୀୟ ଅର୍ଥନୀତି ଭୁଶୁଡ଼ି ପଡ଼ୁଥିବା ବେଳେ ଭାରତୀୟଙ୍କ ଅସତ୍ୟକୁ ହାମ୍ବୁଡ଼ି ବସିବାର ଚରିତ୍ର ଏ ଦେଶକୁ ଅଭୂତପୂର୍ବ କ୍ଷତି ପହଞ୍ଚାଇବ।
ଏଇ ଭାରତରେ
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ...
ଏଇ ଭାରତରେ
ଫେକ୍ ନ୍ୟୁଜ୍ର ପ୍ରଭାବ ଏବେ ଟିକାକରଣ ଉପରେ ପଡୁଛି। ଅନେକେ ଟିକା ନେବା ଲାଗି ଅମଙ୍ଗ ହେଉଛନ୍ତି। ତେବେ ଫେକ୍ ନ୍ୟୁଜ୍ର ପ୍ରଭାବକୁ ପ୍ରତିହତ କରିବା...
ଏଇ ଭାରତରେ
ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍ଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...
ସଙ୍କଟ କାଳରେ ଭୋକ ଓ ଭୂତାଣୁ
ଡ. କିଶୋର ମହାନ୍ତି ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ସଂପ୍ରତି ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ।...
ଏଇ ଭାରତରେ
କୃଷକମାନଙ୍କ ପାଇଁ ସବୁ ଋତୁ ଉପଯୋଗୀ ଜୋତା ତିଆରି କରିଛନ୍ତି ଅହମଦାବାଦର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନର ୩ ଡିଗ୍ରୀଧାରୀ। ନକୁଳ ଲଥକର, ବିଦ୍ୟାଧର ଭଣ୍ଡାରେ,...
ସୂଚନା ମହାମାରୀ
ଈପ୍ସିତା ମହାନ୍ତି ଭାରତ ସମେତ ସମଗ୍ର ବିଶ୍ୱ ଆଜି କୋଭିଡ୍-୧୯ ସହିତ ଅନ୍ୟ ଏକ ମହାମାରୀର ସମ୍ମୁଖୀନ ହୋଇଛି, ଯାହାକୁ ‘ଇନ୍ଫୋଡେମିକ୍’ ବା ‘ସୂଚନା...
ଅସଲ ଖୁସିର ମୁହୂର୍ତ୍ତ
ପ୍ରକାଶ ତ୍ରିପାଠୀ ଚିତ୍ତେ ପ୍ରସନ୍ନେ ଭୁବନମ୍ ପ୍ରସନ୍ନମ୍,ଚିତ୍ତେ ବିଷଣ୍ଣେ ଭୁବନମ୍ ବିଷଣ୍ଣମ୍। ଅର୍ଥାତ୍ ଯଦି ଆମ ହୃଦୟ ପ୍ରସନ୍ନ ବା ଖୁସି ଅଛି, ତେବେ...
ଇନ୍ଧନ ଟିକସ କ’ଣ ଏକମାତ୍ର ବିକଳ୍ପ
ଡ. ସନ୍ତୋଷ କୁମାର ମହାପାତ୍ର ତୈଳ ବା ଇନ୍ଧନ ବିନା ପାଦେ ଆଗକୁ ଯିବା ଅସମ୍ଭବ। ଏହାର ମୂଲ୍ୟବୃଦ୍ଧି ଘଟିଲେ ଧନୀ ଓ ଗରିବ ସମସ୍ତେ...


