ପେଶାଓ୍ବର, ୧୧।୬(ପି.ଟି.):ନୋବେଲ ପୁରସ୍କାର ବିଜେତା ମାଲାଲା ୟୁସୁଫ୍ଜାଇଙ୍କୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ଜଣେ ମୌଲବୀଙ୍କୁ ଗିରଫ କରାଯାଇଛି। ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶ ମରଓ୍ବାତ ଜିଲାର ମୌଲବୀ ମୁଫ୍ତି ସର୍ଦ୍ଦାର ଅଲି ହାକ୍କାନିଙ୍କ ଘର ଉପରେ ବୁଧବାର ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଏତଲା ଦାଏର ହୋଇଛି। ପେଶାଓ୍ବରରେ ଏକାଠି ହୋଇ ମାଲାଲାଙ୍କୁ ଆକ୍ରମଣ କରିବା ପାଇଁ ମୁଫ୍ତି ଏକ ଭିଡିଓ ବାର୍ତ୍ତାରେ ଲୋକମାନଙ୍କୁ ଉସୁକାଉଥିଲେ। ମାଲାଲା ପାକିସ୍ତାନରେ ପହଞ୍ଚତ୍ବା ମାତ୍ରେ ସେ ତାଙ୍କ ଉପରେ ପ୍ରଥମେ ଆତ୍ମଘାତୀ ଆକ୍ରମଣ ଉଦ୍ୟମ କରିବେ ବୋଲି ମୁଫ୍ତି ଉକ୍ତ ଭିଡିଓରେ କହୁଥିବା ଦେଖାଯାଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନାରୀ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଚଳାଇଥିବା ୨୩ ବର୍ଷୀୟ ମାଲାଲା ନିକଟରେ ଏକ ପତ୍ରିକାକୁ ସାକ୍ଷାତ୍କାର ଦେବା ଅବସରରେ ବିବାହକୁ ବିରୋଧ କରି ମନ୍ତବ୍ୟ ଦେଇଥିଲେ। ଉକ୍ତ ପ୍ରସଙ୍ଗରେ ତାଙ୍କ ପରିବାର ସ୍ପଷ୍ଟୀକରଣ ଦେବା ଲାଗି ପିପିପି ଏବଂ ମୁତ୍ତାହିଦା ମଜଲିସ୍-ଇ-ଅମଲ ପକ୍ଷରୁ ଆହ୍ବାନ ଦିଆଯାଇଥିଲା।
Posted inଅନ୍ତର୍ଜାତୀୟ View All
ରୋନାଲ୍ଡୋଙ୍କ ପରେ ପୋଗ୍ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…
ପ୍ୟାରିସ୍,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି...
ଆୟକର ଫାଙ୍କିଛନ୍ତି ବେଜୋସ୍, ମସ୍କ
ଓ୍ବାଶିଂଟନ,୧୦ା୬ : ବିଶ୍ୱର ଆର୍ଥିକ ଢାଞ୍ଚା ଏପରି ହୋଇଯାଇଛି ଯେ, ପ୍ରତିବର୍ଷ ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି। ଏହା ଦୀର୍ଘ ବର୍ଷ...
ବିମାନ ଦୁର୍ଘଟଣାରେ ୭ ମୃତ
ମସ୍କୋ,୧୯।୬: ରୁଷିଆର ସାଇବେରିଆ ଅଧୀନ କେମେରୋଭୋ ଓବ୍ଲାଷ୍ଟଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୭ ଜଣ ଆହତ...
ଭାକ୍ସିନ୍ ମାଗିଲା ଡବ୍ଲ୍ୟୁଏଚ୍ଓ, ଡେଲ୍ଟା ଭାରିଆଣ୍ଟ୍ ନେଇ ଦେଲା ଚେତାବନୀ…
ଜେନେଭା,୨୬।୬: ପୃଥିବୀର ୮୫ ଦେଶରେ ବ୍ୟାପିଥିବା କରୋନା ମହାମାରୀ ଭୂତାଣୁର ନୂଆ ରୂପକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଅତି ସଂକ୍ରାମକ ବୋଲି କୁହାଯାଇଛି। ଏହା ବିରୋଧରେ...
ଇସ୍ତଫା ଦେଲେଣି ୮ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୩।୬ : ବିଭିନ୍ନ ଦେଶରେ କୋଭିଡ୍ ପରିଚାଳନାଗତ ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଇକୁଏଡର ସ୍ବାସ୍ଥ୍ୟମନ୍ତ୍ରୀ...
କାନାଡା ସୁପ୍ରିମକୋର୍ଟରେ ଭାରତୀୟ ବଂଶୋଦ୍ଭବ
ଭାରତୀୟ ବଂଶୋଦ୍ଭବ ବିଚାରପତି ମହମଦ ଜମାଲ ପ୍ରଥମ ଅଣଶ୍ୱେତାଙ୍ଗ ଭାବେ କାନାଡା ସୁପ୍ରିମକୋର୍ଟକୁ ମନୋନୀତ ହୋଇଛନ୍ତି। ୨୦୧୯ରୁ ଓଣ୍ଟାରିଓସ୍ଥିତ କୋର୍ଟ ଅଫ୍ ଅପିଲ୍ର ବିଚାରପତି ଥିବା...
ଚାଇନା ବ୍ଲଗରଙ୍କୁ ୮ ମାସ ଜେଲ
ବେଜିଂ, ୨ା୬: ଗଲଓ୍ବାନ ଘାଟିରେ ଗତବର୍ଷ ଜୁନ୍ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷକୁ ନେଇ ନିଜ ବ୍ଲଗ୍ରେ ପୋଷ୍ଟ କରିଥିବା ଚାଇନିଜ୍ ବ୍ଲଗର...
‘ଚାଇନା, ଦକ୍ଷିଣପୂର୍ବ ଏସିଆ ହଟ୍ସ୍ପଟ୍’
ନ୍ୟୁୟର୍କ, ୩।୬: ନୂଆ କରୋନା ଭୂତାଣୁ ପାଇଁ ଚାଇନା, ଜାପାନ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ହଟ୍ସ୍ପଟ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାଦୁଡିବାହିତ ଏହି...


