ନୂଆଦିଲ୍ଲୀ,୧୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର ଆସିଛି। କରୋନା ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୨୪ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୫୪୨ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୭ ହଜାର ୬୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୮ ଲକ୍ଷ ୬୫ ହଜାର ୪୩୨ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୮ କୋଟି ୩୩ ଲକ୍ଷ ୬ ହଜାର ୯୭୧ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
ମୋଦି ସରକାର ଦେଶର ଅର୍ଥନୀତିକୁ ରୁଗ୍ଣ କରିଛନ୍ତି: ସୁବ୍ରମଣ୍ୟମ ସ୍ବାମୀ…
ନୂଆଦିଲ୍ଲୀ,୧।୬: ଭାଜପା ରାଜ୍ୟସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ବର୍ଷିଛନ୍ତି। ସେ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି ଯେ, ମୋଦି...
ପାଣି ଘେରରେ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ
ପାଟନା,୨୬।୬: ମୌସୁମୀ ବର୍ଷାରେ ବେହାଲ ବିହାର। ଶୁକ୍ରବାର ରାତିରେ ବିହାରର ରାଜଧାନୀ ପାଟନାରେ ହୋଇଥିବା ବର୍ଷା ଯୋଗୁ ଚାରିଆଡେ ଜଳାର୍ଣ୍ଣବ ହୋଇଯାଇଛି। ବିଧାନସଭା ପରିସରରେ ପ୍ରାୟ...
ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଅଧିକ ତାଣ୍ଡବ ରଚିବା ଆଶଙ୍କା…
ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍ର ନୂଆ ରୂପ ଡେଲ୍ଟା...
ପୁରା ବିମାନରେ ଏକମାତ୍ର ଯାତ୍ରୀ; ଅମୃତସରରୁ ଦୁବାଇ ଯିବା ବେଳେ ‘ମହାରାଜା’ଙ୍କ ଭଳି ଲାଗୁଥିଲା ବୋଲି କହିଲେ…
ଅମୃତସର: ଅମୃତସରରୁ ୟୁଏଇକୁ ଏକାକୀ ଯାତ୍ରା। ଏହାକୁ ନେଇ ଚର୍ଚ୍ଚାରେ ସଂଯୁକ୍ତ ଆରବ ଏମିରେଟ୍ସରେ ରହୁଥିବା ଭାରତୀୟ ବ୍ୟବସାୟୀ ଏସ୍ପି ସିଂହ ଓବରୟ। ଏହି ଯାତ୍ରା...
ଗପରେ ଏମିତି ମଜ୍ଜିଗଲେ ଯେ ଟିକା ନ ଭରି ଖାଲି ଇଞ୍ଜେକଶନ ଫୋଡ଼ିଦେଲେ ନର୍ସ; ଭିଡିଓ ଭାଇରାଲ ପରେ…
ଛପରା,୨୫।୬: ମହାମାରୀ କରୋନାର ସଂକ୍ରମଣକୁ ରୋକିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥିତିରେ ଅନେକ ସ୍ଥାନରୁ ଅବହେଳାର ଘଟଣା ସାମ୍ନାକୁ ଆସୁଛି। ସେହି କ୍ରମରେ...
ପଞ୍ଜାବରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ମାମଲା: ମହାରାଷ୍ଟ୍ର-ମଧ୍ୟପ୍ରଦେଶର ଅନେକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ
ଚଣ୍ଡିଗଡ଼/ମୁମ୍ବାଇ/ଭୋପାଳ,୨୫।୬: ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଧୀରେ ଧୀରେ ଏବେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। ଅନ୍ୟପଟେ ସମ୍ଭାବ୍ୟ...
୧୫ ମିନିଟ୍ରେ ଚା’:ଡେଲିଭରୀ ବୟଙ୍କୁ ମିଳିଲା ୭୩,୦୦୦ନଗଦ ପୁରସ୍କାର
ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ...
ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷର ସ୍ବାସ୍ଥ୍ୟ ବୀମା: ବିଶେଷଜ୍ଞ କମିଟି ପକ୍ଷରୁ ପ୍ରସ୍ତାବ…
ବେଙ୍ଗାଲୁରୁ,୨୧।୬: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଘନେଇ ଆସୁଛି। ଏପରିସ୍ଥଳେ ସ୍କୁଲ ଖୋଲାଯିବା ନେଇ ମଧ୍ୟ ଯୋଜନା କରାଯାଉଛି। ତେବେ ସ୍କୁଲ ଛାତ୍ରୀଛାତ୍ରଙ୍କ...


