ସିଡ୍ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍ ଅବଧି ଶେଷ ହେବାପରେ ସୋମବାର ସେମାନେ ପରିବାର ସହ ଯୋଗ ଦେଇଛନ୍ତି। ପରିବାରରେ ନାହିଁ ନ ଥିବା ଖୁସି ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା। ଭାରତରୁ ଫେରିବା ପରେ ୩୮ ଅଷ୍ଟ୍ରେଲୀୟଙ୍କୁ ସ୍ଥାନୀୟ ଏକ ହୋଟେଲରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଥିଲା। ସଂକ୍ରମଣ ବୃଦ୍ଧି ପାଇଁ ଅଷ୍ଟ୍ରେଲିଆ ସାମୟିକ ଭାରତରୁ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛି। ଆଇପିଏଲ୍ରେ କରୋନା ସଂକ୍ରମଣ ଦେଖା ଦେବାରୁ ଇଭେଣ୍ଟକୁ ଅଧାରୁ ସସ୍ପେଣ୍ଡ କରାଯିବା ପରେ ଏଥିସହିତ ସମ୍ପୃକ୍ତ ଅଷ୍ଟ୍ରେଲୀୟଙ୍କୁ ମାଳଦ୍ୱୀପ ଦେଇ ସ୍ବଦେଶ ଫେରିବାକୁ ହୋଇଥିଲା। ଆଇପିଏଲ୍ ପାଇଁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଏପ୍ରିଲ ପ୍ରଥମ ଭାଗରୁ ସେମାନଙ୍କ ପରିବାରଠାରୁ ଦୂରରେ ରହିଥିଲେ। ସସ୍ପେଣ୍ଡ ଥିବା ବ୍ୟୟବହୁଳ ଆଇପିଏଲ୍ ୟୁଏଇରେ ସେପ୍ଟେମ୍ବର ମଧ୍ୟଭାଗରେ ଆରମ୍ଭ ହେବ। ଫାଷ୍ଟ ବୋଲର ପ୍ୟାଟ୍ କୁମିନ୍ସ ୮ ସପ୍ତାହ ବ୍ୟବଧାନରେ ତାଙ୍କ ଗର୍ଭବତୀ ସ୍ତ୍ରୀ ବେକି ବୋଷ୍ଟନଙ୍କ ସହ ମିଶିଛନ୍ତି। ଏହାର ଏକ ଫଟୋ ସେ ଟୁଇଟରରେ ଅପ୍ଲୋଡ୍ କରିଛନ୍ତି। କୁମିନ୍ସଙ୍କ ବ୍ୟତୀତ ବ୍ୟାଟିଂ ମାଷ୍ଟର ଷ୍ଟିଭ୍ ସ୍ମିଥ୍, ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଏବଂ ବିସ୍ଫୋରକ ଓପନର ଡେଭ୍ ଓ୍ବାର୍ନର ପ୍ରମୁଖ ବହୁଦିନ ବ୍ୟବଧାନରେ ସେମାନଙ୍କ ପ୍ରିୟତମାଙ୍କୁ ଭେଟିଛନ୍ତି। ଅଷ୍ଟ୍ରେଲୀୟମାନଙ୍କୁ ପଠାଇବା ଲାଗି ବିସିସିଆଇ ତରଫରୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟପାଇଁ କ୍ରିକେଟ ଅଷ୍ଟ୍ରେଲିଆର ନବନିଯୁକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍ ହକ୍ଲେ ଭାରତୀୟ ବୋର୍ଡକୁ ଧନ୍ୟବାଦ ଦେଇଛନ୍ତି।
ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍ ପଡିଲେ ଏହି ୫ ଖେଳାଳି
ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ...
ଉଗାଣ୍ଡା ଅଲିମ୍ପିକ ଟିମ୍ର ଜଣେ ସଦସ୍ୟଙ୍କୁ କରୋନା
ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...
ଜାଡେଜା-ଅଶ୍ୱିନଙ୍କ ସହ ଖେଳିବାକୁ ପରାମର୍ଶ ଦେଲେ ମହାନ ଖେଳାଳି
ନୂଆଦିଲ୍ଲୀ,୧୭।୬: ଶେଷ ହେବାକୁ ଯାଉଛି ଅପେକ୍ଷା। ୟୁକେର ସାଉଥାମ୍ପଟନଠାରେ ଶୁକ୍ରବାର ଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍...
‘ପରାରୁଛ ନା ଗାଳି କରୁଛ’; କାହିଁକି ଇଶାନ୍ତ ଶର୍ମାଙ୍କୁ ଏମିତି କହିଲେ କୋହଲି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା...
ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା
ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି...
ଢାକା ପ୍ରିମିୟର ଲିଗ୍:ଶକିବ ୩ଟି ମ୍ୟାଚରୁ ସସ୍ପେଣ୍ଡ
ଢାକା, ୧୩ା୬ (ପି.ଟି.)- ମହମ୍ମଡ଼ାନ ସ୍ପୋର୍ଟିଂ ବନାମ ଆବାହନୀ ଲିମିଟେଡ୍ ମ୍ୟାଚ୍ ବେଳେ ପଡ଼ିଆରେ ଅଶୋଭନୀୟ ଆଚରଣ ପାଇଁ ବାଂଲାଦେଶର ଷ୍ଟାର କ୍ରିକେଟର ଶକିବ ଅଲ୍...
ରାହୁଲ ଦ୍ରାଭିଡ ନା ବାପା, କାହା କଥା ଆଗ ମାନିବେ କ୍ରିକେଟର୍ ଶୁଭମନ ଗିଲ୍: ମିଳିଲା ରୋଚକ ଉତ୍ତର
ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀକୁ ଏକ ବଡ଼ କଥା କହିଛନ୍ତି। ରାହୁଲ ଦ୍ରାବିଡ ଅନ୍ୟ କୋଚମାନଙ୍କଠାରୁ କିପରି...
ଏହି ୫ କାରଣରୁ ଫାଇନାଲରେ ହାରିଲା ଭାରତୀୟ ଦଳ
ସାଉଥାମ୍ପଟନ୍,୨୪।୫: ଗତ ଦୁଇ ବର୍ଷ ଧରି ଟିମ ଇଣ୍ଡିଆର କଠିନ ପରିଶ୍ରମ ସାଉଥାମ୍ପଟନ ଗ୍ରାଉଣ୍ଡରେ ବ୍ୟର୍ଥ ହୋଇଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ...


