ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ ନେବା ଲାଗି ଇତିମଧ୍ୟରେ ଯେତେଜଣ ଆଥ୍ଲେଟ ଆସି ପହଞ୍ଚତ୍ଛନ୍ତି ସେମାନଙ୍କ ମଧ୍ୟରେ ଏହା ପ୍ରଥମ ଦୃଷ୍ଟାନ୍ତ। ଉଗାଣ୍ଡା ଦଳର ଅନ୍ୟ ୮ ସଦସ୍ୟଙ୍କୁ ଏକ ସ୍ବତନ୍ତ୍ର ବସ୍ ଯୋଗେ ସେଣ୍ଟ୍ରାଲ ଜାପାନରେ ଅବସ୍ଥିତ ଆୟୋଜକ ସହର ଓସାକାକୁ ନିଆଯାଇଛି। ଏହି ସହର ଏବେ ବି କୋଭିଡ୍ ମୁକ୍ତ ନୁହେଁ। ଉଗାଣ୍ଡା ଆଥ୍ଲେଟମାନେ ଶନିବାର ଟୋକିଓର ନାରିଟା ବିମାନବନ୍ଦରରେ ଅବତରଣ କରିଥିଲେ। ସମସ୍ତେ କରୋନା ଭ୍ୟାକ୍ସିନ ନେଇ ସାରିଥିଲେ। ସେମାନଙ୍କର ନେଗେଟିଭ୍ ପିସିଆର ଟେଷ୍ଟ ହୋଇଥିଲା। ପଜିଟିଭ ଚିହ୍ନଟ ସଦସ୍ୟଙ୍କର ପରିଚୟ ଦିଆଯାଇନାହିଁ। ମହାମାରୀ ସମୟରେ ଅଲିମ୍ପିକ୍ସ ଆୟୋଜନ ଏକପ୍ରକାର ରିସ୍କ ବୋଲି ଅନେକ କହୁଛନ୍ତି। ଏହା ସତ୍ତ୍ୱେ ଗେମ୍ସର ସୁରକ୍ଷିତ ଆୟୋଜନ ନେଇ ଟୋକିଓ ଆୟୋଜକ ଏବଂ ଜାପାନ ସରକାର ବଦ୍ଧପରିକର। ଆୟୋଜକଗଣ କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦେବା ସମ୍ପର୍କରେ ସୋମବାର ନିଷ୍ପତ୍ତି ନେବେ। ବିଦେଶ ଦର୍ଶକଙ୍କୁ ବହୁ ପୂର୍ବରୁ ବାରଣ କରାଯାଇ ସାରିଛି। ଅଲିମ୍ପିକ୍ସରେ ଅଂଶଗ୍ରହଣ ପାଇଁ ଅଷ୍ଟ୍ରେଲିଆ ମହିଳା ସଫ୍ଟବଲ୍ ଟିମ୍ ପରେ ଦ୍ୱିତୀୟ ଦଳ ଭାବେ ଉଗାଣ୍ଡା ଟିମ୍ ପହଞ୍ଚତ୍ଛି।
ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ୍ ପୂର୍ବରୁ ଆଇସିସିର ବଡ଼ ଘୋଷଣା
ଦୁବାଇ,୮।୬: ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍। ଏଥି...
ପନ୍ତଙ୍କ ଅପରାଜିତ ଶତକ, ଶୁବମନ ୮୫
ସାଉଥାମ୍ପଟନ, ୧୩ା୬ (ପି.ଟି.)-ଏଠାରେ ଭାରତୀୟ କ୍ରିକେଟ ଦଳର ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚ୍ରେ ରିଷଭ ପନ୍ତ ଅପରାଜିତ ଶତକ ହାସଲ କରିଥିବାବେଳେ ଓପନର ଶୁବମନ ଗିଲ୍ ଆକର୍ଷଣୀୟ ୮୫ରନ...
ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଏହି କ୍ରିକେଟର୍ଙ୍କ ମାମଲା
ଲଣ୍ଡନ,୮।୬: ଇଂଲଣ୍ଡ ପେସର୍ ଓଲି ରବିନ୍ସନ୍ ବିବାଦୀୟ ଟୁଇଟ୍ ପ୍ରସଙ୍ଗ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିକଟରେ ପହଞ୍ଚିଛି। ଜନସନ ତାଙ୍କ କ୍ରୀଡ଼ା ମନ୍ତ୍ରୀଙ୍କ ମନ୍ତବ୍ୟକୁ...
ୟୁରୋ କପ୍ରେ ଅଘଟଣ: ଖେଳାଳି ବେହୋସ୍
କୋପେନହେଗେନ,୧୩।୬(ଏପି): ୟୁରୋପିଆନ ଫୁଟ୍ବଲ ଚାମ୍ପିୟନଶିପ୍ରେ ଶନିବାର ଅଘଟଣ ଦେଖିବାକୁ ମିଳିଛି। ଫିନ୍ଲାଣ୍ଡ ବିପକ୍ଷ ମ୍ୟାଚ ଖେଳାଯାଉଥିବାବେଳେ ଡେନମାର୍କ ମିଡ୍ଫିଲ୍ଡର ଖ୍ରିଷ୍ଟିଆନ ଏରିକ୍ସନ ହଠାତ୍ ବେହୋସ ହୋଇ...
୨୮ ବର୍ଷ ବୟସରେ ଅବସର ନେଲେ ଭାରତୀୟ କ୍ରିକେଟର
ମୁମ୍ବାଇ, ୧।୬: ସୁଯୋଗ ଅଭାବରୁ ୨୮ ବର୍ଷ ବୟସରେ ସମିତ ପଟେଲ ଭାରତୀୟ କ୍ରିକେଟରୁ ଅସବର ନେଇଛନ୍ତି। ୨୦୧୨ରେ ତାଙ୍କ ପ୍ରତିନିଧିତ୍ୱରେ ୧୯ ବର୍ଷରୁ କମ୍...
ପାକିସ୍ତାନ ଟି୨୦ ଦଳରେ ମୋଇନଙ୍କ ପୁଅ
କରାଚୀ,୫।୬(ପି.ଟି.): ଆଗାମୀ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପାକିସ୍ତାନ ଟି୨୦ ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମୋଇନ ଖାଁଙ୍କ ପୁଅ ଆଜାମଙ୍କୁ ଏଥିରେ...
ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡ ବିଜୟର ନିକଟତର
ବର୍ମିଂହାମ,୧୩।୬: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସ୍ଥିତି ଆହୁରି ଦୃଢ଼ କରି ବିଜୟର ନିକଟତର ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୦୩...
ଫ୍ରେଞ୍ଚ୍ ଓପନ ଟେନିସ: ଚତୁର୍ଥ ରାଉଣ୍ଡରେ ଜେଭରେଭ, ନିଶିକୋରି
ପ୍ୟାରିସ୍,୫।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ଶୁକ୍ରବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍ ଖେଳାଳି ଆଲେକଜାଣ୍ଡର ଜେଭରେଭ,...


