ସାଉଥାମ୍ପଟନ, ୧୩ା୬ (ପି.ଟି.)-ଏଠାରେ ଭାରତୀୟ କ୍ରିକେଟ ଦଳର ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚ୍ରେ ରିଷଭ ପନ୍ତ ଅପରାଜିତ ଶତକ ହାସଲ କରିଥିବାବେଳେ ଓପନର ଶୁବମନ ଗିଲ୍ ଆକର୍ଷଣୀୟ ୮୫ରନ ସହ ଭଲରୂପେ ଓ୍ବାର୍ମ ଅପ୍ ହୋଇଛନ୍ତି। ବିରାଟ କୋହଲି ଓ କେଏଲ୍ ରାହୁଲ ଦୁଇଟି ଦଳର ନେତୃତ୍ୱ ନେଇଥିଲେ। ପ୍ରଥମ ଦଳରେ ଭଲ ବ୍ୟାଟ୍ସମ୍ୟାନ ଓ ନିୟମିତ ବୋଲର ରହିଥିଲେ। ଅନ୍ୟଟିରେ ରାହୁଲ, ରିଦ୍ଧିମାନ ଓ ହନୁମା ବିହାରୀଙ୍କ ଭଳି ରିଜର୍ଭ ଖେଳାଳି ପ୍ରତିନିଧିତ୍ୱ କରିଥିଲେ। ଫର୍ମରେ ଥିବା ପନ୍ତ ସ୍ପିନରଙ୍କ ସମେତ ସମସ୍ତ ବୋଲରଙ୍କୁ ପ୍ରହାର କରିଥିଲେ। ସେ ୯୪ ବଲ୍ରୁ ୧୨୧ ରନ କରି ଅପରାଜିତ ରହିଥିଲେ। ରୋହିତ ଶର୍ମାଙ୍କ ସହ ଓପନିଂ କରି ଗିଲ୍ ୧୩୫ ବଲ୍ରୁ ୮୫ ରନ କରିଥିଲେ। କୋହଲିଙ୍କ ଟିମ୍କୁ କେବଳ ଅଡୁଆରେ ପକାଇଥିଲେ ଭେଟେରାନ ପେସ୍ ବୋଲର ଈଶାନ୍ତ ଶର୍ମା। ସେ ୩୬ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ।
ଆଇସିୟୁରେ ମିଲ୍ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ
ଚଣ୍ଡିଗଡ,୫।୬(ପି.ଟି.): କିମ୍ବଦନ୍ତୀ ଭାରତୀୟ ଆଥଲେଟ୍ ମିଲ୍ଖା ସିଂ କୋଭିଡ୍-୧୯ ଲଢେଇ ଜାରି ରଖିଛନ୍ତି। ସ୍ଥାନୀୟ ପିଜିଆଇଏମ୍ଇଆର ହସ୍ପିଟାଲର ଇଣ୍ଟେନସିଭ କେୟାର ୟୁନିଟ୍ (ଆଇସିୟୁ)ରେ ତାଙ୍କୁ ଭର୍ତ୍ତି...
୨୮ ବଲ୍ରୁ ବିସ୍ଫୋରକ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର୍
କ୍ରିକେଟରେ ପ୍ରାୟତଃ ଅନେକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ୟୁରୋପୀୟ ଟି-୧୦ କ୍ରିକେଟ ଲିଗରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଏଭଳି ଏକ...
କ୍ରିକେଟର ବ୍ଲକବଷ୍ଟର ମାସ ଆରମ୍ଭ: ୨୪ ଦିନରେ ନିଅନ୍ତୁ ୧୮ ଅନ୍ତର୍ଜାତୀୟ ମ୍ୟାଚ୍ର ମଜା
କ୍ରିକେଟର ବ୍ଲକବଷ୍ଟର ମାସ ଜୁନ ୨ରୁ ଆରମ୍ଭ ହେଉଛି। କ୍ରିକେଟ୍ ଦର୍ଶକମାନେ ଜୁନ ମାସରେ ୨୪ ଦିନ ଅନ୍ତର୍ଜାତୀୟ କ୍ରିକେଟ ଉପଭୋଗ କରିପାରିବେ। ଏଥିରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ...
ଫାଇନାଲ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ; ମିଳିଲା ନାହିଁ ଶାର୍ଦ୍ଦୁଳଙ୍କୁ ସ୍ଥାନ
ସାଉଥାମ୍ପଟନ,୧୫।୬: ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ମଙ୍ଗଳବାର ଘୋଷିତ ୧୫ ଜଣିଆ ଭାରତୀୟ...
ବୋପାନ୍ନା-ସ୍କୁଗୋର ଦ୍ୱିତୀୟ ରାଉଣ୍ଡରେ
ପ୍ୟାରିସ୍, ୨ା୬ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କ୍ରୋଏସିଆର ଫ୍ରାଙ୍କୋ ସ୍କୁଗୋର ଫ୍ରେଞ୍ଚ ଓପନ୍ ଟେନିସ୍ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର...
ଡବ୍ଲୁଟିସି ଫାଇନାଲ ପାଇଁ ଭାରତୀୟ ଏକାଦଶ ଘୋଷଣା: ଏହିସବୁ ଖେଳାଳି ବାଦ୍ ପଡିଲେ
ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଟିମ ଇଣ୍ଡିଆ ଏକାଦଶ ଘୋଷଣା କରିଛି। ଭାରତୀୟ ଦଳ ଦୁଇଟି ସ୍ପିନରଙ୍କ ସହ ସାଉଥମ୍ପଟନରେ ଅବତରଣ କରିବେ।...
ଫିଫା ୱାର୍ଲଡ କପ୍ କ୍ୱାଲିଫାୟର: ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ
ସାଓ ପାଉଲୋ,୬।୬(ଏପି): ଦକ୍ଷିଣ ଆମେରିକା ଫୁଟ୍ବଲ ପାଓ୍ବାର ହାଉସ୍ ରୂପେ ଜଣାଥିବା ବ୍ରାଜିଲ ଫିଫା ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚ୍ରେ ୨-୦ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି।...
ମୁହଁରେ ବଲ୍ ବାଜିବାରୁ ବ୍ୟାଟ୍ସମ୍ୟାନ୍ଙ୍କ ପଡିଲା ୭ ଷ୍ଟିଚ୍
କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ପାକିସ୍ତାନ ସୁପର ଲିଗ (ପିଏସଏଲ)ର ଏହି ସିଜିନର ଅବଶିଷ୍ଟ ମ୍ୟାଚ ବୁଧବାରଠାରୁ ଆରମ୍ଭ ହେଉଛି। କିନ୍ତୁ ଏହାପୂର୍ବରୁ ଲାହୋର କଲନ୍ଦର୍ସ...


