ରିଓ ଡି ଜାନେଇରୋ,୧୯।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ବିଜୟଧାରା ବଜାୟ ରଖିଛି। ବ୍ରାଜିଲ ତା’ର ଦ୍ୱିତୀୟ ମ୍ୟାଚ୍ରେ ୪-୦ ଗୋଲରେ ପେରୁକୁ ହରାଇଛି। ଏପର୍ଯ୍ୟନ୍ତ ମୋଟ ଉପରେ ବ୍ରାଜିଲ କ୍ରମାଗତ ନବମ ବିଜୟ ହାସଲ କରିଛି। ଏଥିସହ ବ୍ରାଜିଲ ଟାଇଟଲ ହାସଲ ସମ୍ଭାବନାକୁ ଆହୁରି ଦୃଢ଼ କରିଛି। ଏହା ପୂର୍ବରୁ ବ୍ରାଜିଲ ତା’ର ପ୍ରଥମ ମ୍ୟାଚ୍ରେ ଭେନିଜୁଏଲାକୁ ୩-୦ ଗୋଲରେ ପରାସ୍ତ କରିଥିଲା। ସ୍ଥାନୀୟ ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ବ୍ରାଜିଲ ତରଫରୁ ଆଲେକ୍ସ ସାଣ୍ଡ୍ରୋ ଦ୍ୱାଦଶ ମିନିଟ୍ରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ତାରକା ଷ୍ଟ୍ରାଇକର ନେମାର ୬୮ତମ ମିନିଟ୍ରେ ଦଳ ତରଫରୁ ଦ୍ୱିତୀୟ ଗୋଲ ଦେଇଥିଲେ। ୮୯ତମ ମିନିଟ୍ରେ ଇଭରଟନ ରିବେଇରୋ ଗୋଲ ଦେଇଥିଲେ। ଶେଷରେ ଇଞ୍ଜୁରି ଟାଇମର ତୃତୀୟ ମିନିଟ୍ରେ ଷ୍ଟ୍ରାଇକର ରିଚାର୍ଲିଶନ ଗୋଲ ଦେଇ ଦଳକୁ ବୃହତ୍ ବିଜୟ ପ୍ରଦାନ କରିଥିଲେ।
ଏହି ବିଜୟ ସହ ବ୍ରାଜିଲ ଗ୍ରୁପ୍ ଏ’ରେ ୨ଟି ମ୍ୟାଚ୍ ଖେଳି ୨ ବିଜୟ ସହ ୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ସେହିପରି କଲମ୍ବିଆ ଗୋଟିଏ ବିଜୟ, ଗୋଟିଏ ଡ୍ର ସହ ୪ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କୋଚ୍ ଟିଟେଙ୍କ ତତ୍ତ୍ୱାବଧାନରେ ବ୍ରାଜିଲ ଆଶାନୁରୂପ ପ୍ରଦର୍ଶନ କରିଛି। ୨୦୨୨ କାତାର ବିଶ୍ୱକପ୍ ପାଇଁ ବ୍ରାଜିଲ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପେରୁ ଚାପର ବଶବର୍ତ୍ତୀ ହୋଇଥିଲା ଓ ସ୍ବାଭାବିକ ଖେଳିପାରି ନ ଥିଲା। ବ୍ରାଜିଲ ପେରୁକୁ କୌଣସି ସୁଯୋଗ ମଧ୍ୟ ଦେଇ ନ ଥିଲା। ପରବର୍ତ୍ତୀ ମ୍ୟାଚ୍ରେ ବ୍ରାଜିଲ ବୁଧବାର କଲମ୍ବିଆ ବିପକ୍ଷରେ ଖେଳିବ। ୪ଟି ଗ୍ରୁପ୍ର ଶ୍ରେଷ୍ଠ ଦଳଗୁଡିକ ନକ୍ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବେ।
ଟସ୍ ଜିତିଥିଲେ ଆମେ ବି କରିଥାନ୍ତୁ ବୋଲିଂ; ତଥାପି ଆମ ଖେଳାଳି ଯେକୌଣସି ପରିସ୍ଥିତିରେ ଖେଳିବାକୁ ପ୍ରସ୍ତୁତ: କୋହଲି
ସାଉଥମ୍ପାଟନ,୧୯।୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଖେଳ ଶନିବାର ଆରମ୍ଭ ହୋଇଛି। ଶୁକ୍ରବାର ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ...
ୟୁରୋକପ୍ ଫୁଟ୍ବଲ: ପର୍ତ୍ତୁଗାଲକୁ ହରାଇଲା ଜର୍ମାନୀ
ମ୍ୟୁନିକ,୨୧।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଗତଥର ଚାମ୍ପିୟନ ପର୍ତ୍ତୁଗାଲ ୨-୪ ଗୋଲରେ ଜର୍ମାନୀଠାରୁ ପରାସ୍ତ ହୋଇଛି। ଶନିବାର ଗ୍ରୁପ୍ ଏଫ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପର୍ତ୍ତୁଗାଲ...
ଦ୍ରାବିଡଙ୍କ ଏହି ଗୋଟିଏ ରଣନୀତି ପାଇଁ ବଦଳିଯାଇଛି ଭାରତୀୟ କ୍ରିକେଟର ରୂପ: ଅଭିଜ୍ଞତାକୁ ଦେଇଥିଲେ…
ନୂଆଦିଲ୍ଲୀ,୧୧।୬: ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ) ନିର୍ଦ୍ଦେଶକ ରାହୁଲ ଦ୍ରାବିଡଙ୍କୁ ଭାରତର ଯୁବ ପ୍ରତିଭାଙ୍କ ପ୍ରତିପୋଷଣର ଶ୍ରେୟ ଦିଆଯାଏ। ସେ ଏବେ ଭାରତର ଅଣ୍ଡର-୧୯ ଏବଂ ‘ଏ’...
ପୁଣି ନ୍ୟୁଜିଲାଣ୍ଡକୁ ଲାଗିଲା ଝଟ୍କା
ଲଣ୍ଡନ,୧୦।୬: ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହୋଇଛି। ବାମ କହୁଣୀରେ ଆଘାତ ଲାଗିବାରୁ ନ୍ୟୁଜିଲାଣ୍ଡ ଅଧିନାୟକ...
ଶତକ ନ ମାରି ବି କ୍ରିକେଟରେ ସର୍ବାଧିକ ରନ୍ କରିଛନ୍ତି ଏହି ଖେଳାଳି: ଆଜି ବି ଭାଙ୍ଗିନି ରେକର୍ଡ
ନୂଆଦିଲ୍ଲୀ,୨୬।୬: କ୍ରିକେଟ ଇତିହାସରେ ଅନେକ ଖେଳାଳି ଏଭଳି ଅଛନ୍ତି ଯିଏ ନିଜର ଅଜବ ରେକର୍ଡକୁ ନେଇ ଆଜିବି ପରିଚିତ। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଅଭିଜ୍ଞ...
ଦ୍ୱିତୀୟ ସିଡ୍ଙ୍କୁ ହରାଇଲେ ବୋପାନ୍ନା-ଶରନ
ହାଲେ (ଜର୍ମାନୀ), ୧୭।୬(ପି.ଟି.)- ଭାରତର ରୋହନ ବୋପାନ୍ନା ଓ ଡିଭିଜ ଶରନ ଯୋଡ଼ି ଏଠାରେ ଚାଲିଥିବା ନୋଭେଣ୍ଟି ଓପନ ଟେନିସ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍ ଲୁକାଜ...
ଅଲିମ୍ପିକ୍ସକୁ ୧୯୦ଜଣିଆ ଦଳ ପଠାଇବ ଭାରତ
ନୂଆଦିଲ୍ଲୀ, ୪ା୬(ପି.ଟି.)-ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ୧୯୦ ଜଣିଆ ଦଳ ପଠାଇବ ବୋଲି ଆଶା କରାଯାଉଛି। ତନ୍ମଧ୍ୟରେ ୧୦୦ ଜଣ ଆଥ୍ଲେଟ ଅନ୍ତର୍ଭୁକ୍ତ। କ୍ରୀଡ଼ାମନ୍ତ୍ରୀ...
ଟି୨୦ ବିଶ୍ୱକପ୍ ଭାରତ ବାହାରକୁ ଯିବ: ଆବୁଧାବି, ଦୁବାଇ, ଶାରଜା, ମସ୍କଟରେ ମ୍ୟାଚ୍ ସମ୍ଭାବନା
ନୂଆଦିଲ୍ଲୀ,୬।୬(ପି.ଟି.): ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍ ଭାରତରେ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି।...


