ଆମଷ୍ଟରଡାମ,୧୯।୬: ୟୁରୋକପ୍ରେ ଗୁରୁବାର ନେଦରଲାଣ୍ଡ୍ସ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ଆମଷ୍ଟରଡାମ ଏରିନାରେ ଖେଳାଯାଇଥିବା ମ୍ୟାଚ୍ରେ ନେଦରଲାଣ୍ଡ୍ସ ୨-୦ ଗୋଲରେ ଅଷ୍ଟ୍ରିଆକୁ ହରାଇଛି। ଏଥିସହ ନେଦରଲାଣ୍ଡ୍ସ ନକ୍ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ମ୍ୟାଚ୍ର ୧୧ତମ ମିନିଟ୍ରେ ଫରଓ୍ବାର୍ଡ ମେମଫିସ୍ ଡିପେ ପେନାଲ୍ଟି ଜରିଆରେ ଗୋଲ ଦେଇ ନେଦରଲାଣ୍ଡ୍ସକୁ ଅଗ୍ରଣୀ କରାଇଥିଲେ। ସେହିପରି ୬୭ତମ ମିନିଟ୍ରେ ରାଇଟ୍ବ୍ୟାକ୍ ଡେଞ୍ଜେଲ ଡମ୍ଫ୍ରାଇଜ୍ ଆଉ ଏକ ଗୋଲ ଦେଇଥିଲେ। ୨-୦ରେ ଅଗ୍ରଣୀ ହାସଲ କରିବା ପରେ ନେଦରଲାଣ୍ଡ୍ସ ଏହାକୁ ବେକାର ହେବାକୁ ଦେଇ ନ ଥିଲା। ମ୍ୟାଚ୍ରେ ନେଦରଲାଣ୍ଡ୍ସ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଦଳ ବିଜୟରେ କୋଚ୍ ଫ୍ରାଙ୍କ ଡି ବୋଏର ଖୁସି ଜାହିର କରିଛନ୍ତି। ଯୋଜନା ଅନୁଯାୟୀ ଖେଳି ଆମେ ସଫଳ ହୋଇଛୁ। ଆମେ ଭିନ୍ନ ପ୍ରକାର କୌଶଳ ଆପଣେଇ ଥିଲୁ। ଏହା କାମ ଦେଲା ବୋଲି ସେ କହିଛନ୍ତି।
ଗୋଟିଏ ମ୍ୟାଚ୍ ବାକି ଥାଇ ନେଦରଲାଣ୍ଡ୍ସ ଗ୍ରୁପ୍ ସି’ରେ ୨ଟି ମ୍ୟାଚ୍ ଖେଳି ୨ ବିଜୟ ସହ ୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିବା ସହ ରାଉଣ୍ଡ ଅଫ୍ ୧୬କୁ ପ୍ରବେଶ କରିଛି। ଅନ୍ୟପଟେ ୟୁକ୍ରେନ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଦୀର୍ଘ ୭ ବର୍ଷ ପରେ ନେଦରଲାଣ୍ଡ୍ସ କୌଣସି ମେଜର ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳି ନକ୍ଆଉଟ ପର୍ଯ୍ୟାୟକୁ ଉଠିଛି। ୧୯୮୮ ୟୁରୋକପ୍ରେ ନେଦରଲାଣ୍ଡ୍ସ ଟାଇଟଲ ହାସଲ କରିଥିଲା। ସେହିପରି ୨୦୧୪ରେ ବ୍ରାଜିଲରେ ଅନୁଷ୍ଠିତ ଫିଫା ବିଶ୍ୱକପ୍ରେ ଏହି ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ସୋମବାର ନେଦରଲାଣ୍ଡ୍ସ ଗ୍ରୁପ୍ ସି’ରେ ତାର ଅନ୍ତିମ ମ୍ୟାଚ୍ରେ ନର୍ଜ ମାସିଡୋନିଆକୁ ଆମଷ୍ଟରଡାମରେ ଭେଟିବ। ସେହିପରି ଅଷ୍ଟ୍ରିଆ ବୁକାରେଷ୍ଟରେ ୟୁକ୍ରେନଙ୍କୁ ଭେଟିବ। ଆମ ପାଖରେ ଏବେ ବି ସୁଯୋଗ ରହିଛି ବୋଲି ଅଷ୍ଟ୍ରିଆ କୋଚ୍ ଫ୍ରାଙ୍କୋ ଫୋଡା କହିଛନ୍ତି।
ଓ୍ବିମ୍ବେଲଡନରୁ ଓହରିଲେ, ଅଲିମ୍ପିକ୍ସରେ ଭାଗନେବେ ଓସାକା
ଲଣ୍ଡନ,୧୯ା୬(ଏପି)-ଚାରିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଓମି ଓସାକା ଓ୍ବିମ୍ବେଲଡନରୁ ଓହରିଯିବେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ମହିଳା ଟେନିସ ଖେଳାଳିଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡଗୁଇଡ୍ ଏହି...
ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସ ଖେଳିବେନି ନାଡାଲ
ମାଡ୍ରିଡ୍, ୧୮ା୬ (ଏପି)-ସ୍ବାସ୍ଥ୍ୟଗତ କାରଣ ଦୃଷ୍ଟିରୁ କ୍ଲେ-କୋର୍ଟ ରାଜା ରାଫାଲ ନାଡାଲ ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ। ନାଡାଲ ଗତ ମାସରେ...
ଅମୋଲ ମଜୁମ୍ଦାର ମୁମ୍ବାଇ କୋଚ୍ ନିଯୁକ୍ତ
ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍ ଭାବେ...
ଧୋନୀଙ୍କ ଦଳର ଥିଲେ ଅଭିନ୍ନ ଅଙ୍ଗ, ମାତ୍ର ଏବେ ସୁଯୋଗ ନ ମିଳିବାରୁ ଦୁଃଖିତ
ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ...
ଫ୍ରେଞ୍ଚ୍ ଓପନ ଟେନିସ୍: ଜୋକୋଭିଚ୍- ସିତିସ୍ପାସ୍ ଫାଇନାଲ
ପ୍ୟାରିସ୍,୧୩।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ରବିବାର ଫାଇନାଲରେ ଟପ୍ ସିଡ୍...
ଏକଦା ଅଣ୍ଡରଓ୍ବାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ଡ୍ରେସିଂ ରୁମ୍ ବାହାରକୁ ତଡ଼ି ଦେଇଥିଲେ କପିଲ ଦେବ; କାରଣ ଜାଣିଲେ..
ନୂଆଦିଲ୍ଲୀ,୯।୬: ଭାରତୀୟ କ୍ରିକେଟ ଟିମ୍କୁ ବିଶ୍ୱକପ୍ ଜିତାଇଥିବା ପ୍ରଥମ ଅଧିନାୟକ ହେଲେ କପିଲ ଦେବ। ସେ ଅନୁଶାସନକୁ ବ୍ରତ କରିଥିଲେ। ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନ...
ଡବ୍ଲୁଟିସି ଫାଇନାଲର ଆଜି ଶେଷ ଦିନ: ବାହାରିପାରେ ଫଳାଫଳ
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ମଜାକୁ ବର୍ଷା ନଷ୍ଟ କରିଦେଇଛି। ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଏବଂ...
କୋପା ଆମେରିକା ଫୁଟ୍ବଲ : ବ୍ରାଜିଲ- ଭେନିଜୁଏଲା ଉଦ୍ଘାଟନୀ ମ୍ୟାଚ୍
ବ୍ରାସିଲିଆ,୧୩।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକା ରବିବାରଠାରୁ ଆରମ୍ଭ ହେବ। ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍ବଲ...


