ନୂଆଦିଲ୍ଲୀ,୧୧।୬: ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ) ନିର୍ଦ୍ଦେଶକ ରାହୁଲ ଦ୍ରାବିଡଙ୍କୁ ଭାରତର ଯୁବ ପ୍ରତିଭାଙ୍କ ପ୍ରତିପୋଷଣର ଶ୍ରେୟ ଦିଆଯାଏ। ସେ ଏବେ ଭାରତର ଅଣ୍ଡର-୧୯ ଏବଂ ‘ଏ’ ସ୍ତର ଦଳର ପ୍ରଶିକ୍ଷକ(କୋଚ୍) ଥିବା ସମୟର ଯୋଜନା ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି। କୋଚ୍ ଥିବା ସମୟରେ ସେ ଗସ୍ତରେ ଥିବା ପ୍ରତ୍ୟେକ ଖେଳାଳିଙ୍କୁ ମ୍ୟାଚ୍ ଖେଳିବାର ସୁଯୋଗ ମିଳୁ ବୋଲି ନିଶ୍ଚିତ କରୁଥିଲେ। ହେଲେ ତାଙ୍କ ସମୟରେ ଏଭଳି ହେଉ ନଥିଲା। ଯଦି ‘ଏ’ ଟିମ୍ ସହ ଗସ୍ତ କରୁଥାନ୍ତି ତେବେ ବିନା ମ୍ୟାଚ୍ ଖେଳି ଏଠାରୁ ଯିବେ ନାହିଁ ବୋଲି ଦ୍ରାବିଡ ଆଗରୁ ଖେଳାଳିମାନଙ୍କୁ କହୁଥିଲେ। କାରଣ ତାଙ୍କର ଜୁନିୟରସ୍ତରରେ ଖେଳିବାର ଅଭିଜ୍ଞତା ରହିଥିଲା। ‘ଏ’ ଟିମ୍ ସହ ଗସ୍ତରେ ଯାଇ ମ୍ୟାଚ୍ ଖେଳିବାର ସୁଯୋଗ ନ ପାଇଲେ ଅତ୍ୟନ୍ତ ଖରାପ ଲାଗୁଥିବା ଦ୍ରାବିଡ କହିଛନ୍ତି। ଏହାଛଡ଼ା ଭାରତୀୟ କ୍ରିକେଟରମାନେ ବର୍ତ୍ତମାନ ଦୁନିଆର ସବୁଠାରୁ ଫିଟ୍ ଖେଳାଳି ଭାବେ ବିବେଚିତ ହେଉଛନ୍ତି। ହେଲେ ଏକ ସମୟରେ ଖେଳାଳିମାନଙ୍କ ପାଖରେ ଫିଟ୍ନେସର ଜ୍ଞାନ ନ ଥିଲା। ଏଣୁ ସେମାନେ ଅଷ୍ଟ୍ରେଲିୟ ଏବଂ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କୁ ଇର୍ଷା କରୁଥିଲେ ବୋଲି ଦ୍ରାବିଡ ମଧ୍ୟ କହିଛନ୍ତି।
ମହାନ କ୍ରିକେଟରଙ୍କ ଭବିଷ୍ୟବାଣୀ: ୪-୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବ ବିରାଟବାହିନୀ
ନୂଆଦିଲ୍ଲୀ,୪।୬: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ସିରିଜରେ ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିବ। ଦଳ ଏହି ସିରିଜକୁ...
ଡବ୍ଲୁଟିସି ଫାଇନାଲ୍ ବିଜେତା ଦଳର ପୁରସ୍କାର ଟଙ୍କା ବିରାଟ କୋହଲି ଆଇପିଏଲ୍ ରାଶି ଠାରୁ ବି କମ୍
ସାଉଥମ୍ପଟନ,୧୫।୬: ଆଇସିସି ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପୁରସ୍କାର ରାଶି ଘୋଷଣା କରିଛି। ବିଜେତାଙ୍କୁ ପ୍ରାୟ ୧୧.୭୨ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ...
କୋପା ଆମେରିକା ଫୁଟ୍ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍ ଡ୍ର
ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...
ଦ୍ୱିତୀୟ ସିଡ୍ଙ୍କୁ ହରାଇଲେ ବୋପାନ୍ନା-ଶରନ
ହାଲେ (ଜର୍ମାନୀ), ୧୭।୬(ପି.ଟି.)- ଭାରତର ରୋହନ ବୋପାନ୍ନା ଓ ଡିଭିଜ ଶରନ ଯୋଡ଼ି ଏଠାରେ ଚାଲିଥିବା ନୋଭେଣ୍ଟି ଓପନ ଟେନିସ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍ ଲୁକାଜ...
ଫାଇନାଲ ପୂର୍ବରୁ ଏମିତି କହିଲେ ନ୍ୟୁଜିଲାଣ୍ଡ ଅଧିନାୟକ: ସମସ୍ତେ କରିବେ ପ୍ରଶଂସା
ଲଣ୍ଡନ,୧୮।୬: ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ଜଣେ ଭଲ ବ୍ୟାଟ୍ସମ୍ୟାନ ତଥା ଜଣେ ଚମତ୍କାର ବ୍ୟକ୍ତି। ଡବ୍ଲୁଟିସି ଫାଇନାଲ ପୂର୍ବରୁ, କେନ ୱିଲିୟମ୍ସନ ପୁଣି ଥରେ...
ୟୁରୋକପ୍ ଫୁଟ୍ବଲ: ଚେକ୍ ଗଣରାଜ୍ୟକୁ ହରାଇଲା ଇଂଲଣ୍ଡ
ଲଣ୍ଡନ,୨୪।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ମଙ୍ଗଳବାର ଗ୍ରୁପ୍ ଡି’ରେ ଇଂଲଣ୍ଡ ୧-୦ ଗୋଲରେ ଚେକ୍ ଗଣରାଜ୍ୟକୁ ପରାସ୍ତ...
କ୍ରିକେଟର୍ ସବୁଠୁ ‘ମହଙ୍ଗା ନୋ ବଲ୍’ର କାହାଣୀ ଜାଣନ୍ତୁ
୨୭ ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଇତିହାସ ସୃଷ୍ଟି କରିଥିଲେ। କାରିବିଆନ ତାରକା ଲାରା ପ୍ରଥମ ଶ୍ରେଣୀ କ୍ରିକେଟରେ...
ଷ୍ଟାର ଖେଳାଳିଙ୍କ କାରନାମା: ଗୋଇଠା ମାରି ଭାଙ୍ଗିଦେଲେ ଉଇକେଟ
ଢାକା,୧୧।୬ : ବାଂଲାଦେଶର ଘରୋଇ ଟି୨୦ ଟୁର୍ନାମେଣ୍ଟ ଢାକା ଲିଗ୍ରେ ଶୁକ୍ରବାର ଏକ ଅପ୍ରିତିକର ଘଟଣା ଘଟିଛି। ଅମ୍ପାୟରଙ୍କୁ ଅସଦାଚରଣ କରିବା ସହ ଷ୍ଟମ୍ପକୁ ଗୋଇଠା...


